Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମଗ୍ରୀକ ଚିକିତ୍ସା ସୁବିଧା ନିମନ୍ତେ ଏମ୍ସ ଭୁବନେଶ୍ୱର ଏବଂ ଏସଭିନିର୍ତାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଆଜିର ଖବର

ସାମଗ୍ରୀକ ଚିକିତ୍ସା ସୁବିଧା ନିମନ୍ତେ ଏମ୍ସ ଭୁବନେଶ୍ୱର ଏବଂ ଏସଭିନିର୍ତାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୁନର୍ବାସ କ୍ଷେତ୍ରରେ ବ୍ୟାପକ ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ, ତାଲିମ, ଗବେଷଣା ଏବଂ ଶିକ୍ଷା କେନ୍ଦ୍ର(ଏସ୍ଭିନିର୍ତାର) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏସ୍ଭିନିର୍ତାର, କଟକ ନିର୍ଦ୍ଦେଶକ ଡ. ପି ପି ମହାନ୍ତି ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି।

ଏପରି ବୁଝାମଣା ଅସ୍ତ୍ରୋପଚାର ପରବର୍ତ୍ତୀ ଏବଂ ବିଭିନ୍ନ ରୋଗର ନିରାକରଣ ନିମନ୍ତେ ପୁନର୍ବାସ ଚିକିତ୍ସା ସେବା ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ବିଶେଷ ସହାୟକ ହେବ। ଏମ୍ସର ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ଅର୍ଥୋପେଡିକ୍ସ, ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ, ପେଡିଆଟ୍ରିକ୍ସ(ଶିଶୁରୋଗ) ଭଳି ବିଭିନ୍ନ ବିଭାଗ ସହିତ ଏସ୍ଭିନିର୍ତାରର ଫିଜିଓଥେରାପୀ, ଅକୁପେସ୍ନାଲ ଥେରାପୀ, ସ୍ପିଚ୍ ଥେରାପୀ ଭଳି ବିଭିନ୍ନ ବିଭାଗ ଅଧୀନରେ ଚିକିତ୍ସିତ ରୋଗୀଙ୍କ ରେଫରାଲ୍ ଉପରେ କାର୍ଯ୍ୟ କରିବ। ଉଭୟ ଜାତୀୟ ଅନୁଷ୍ଠାନ ଏହି କ୍ଷେତ୍ରରେ ଚିକିତ୍ସାଧୀନ ରୋଗୀ ଆବଶ୍ୟକ କରୁଥିବା ପୁନର୍ବାସ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମତପ୍ରକାଶ କରିଛନ୍ତି।

ଏଥିସହିତ ହୃଦ୍ ରୋଗ, ମାନସିକ ରୋଗ, କର୍କଟ ଆଦି ବିଭାଗ କ୍ଷେତ୍ରରେ ମଧ୍ୟ ପୁନର୍ବାସ ବ୍ୟବସ୍ଥା ଯୋଗାଇଦେବାରେ ଏହି ବୁଝାମଣା ବିଶେଷ ସହାୟକ ହେବ। ଉଭୟ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା, ଗବେଷଣା ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିବା, ଏସ୍ଭିନିର୍ତାର ଛାତ୍ରଛାତ୍ରୀ ଏମ୍ସକୁ ଆସି କାର୍ଯ୍ୟ ଅଭିଜ୍ଞତା ହାସଲ କରିବା ଭଳି ବିଷୟ ମଧ୍ୟ ଏହି ବୁଝାମଣାରେ ସ୍ଥାନ ପାଇଥିବା ଡ. ବିଶ୍ବାସ ସୂଚନା ଦେଇଛନ୍ତି।

ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍ ମାଣ୍ଡଭିୟ ସର୍ବଦା ଏହିଭଳି ବୁଝାମଣାକୁ ଉତ୍ସାହିତ କରିଥାଆନ୍ତି। ଏହି ଏମଓୟୁକୁ ସଫଳ କରିବା ପାଇଁ ପ୍ରେରଣା ଦେଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଏମ୍ସ ଏବଂ ଏସ୍ଭିନିର୍ତାର ମିଳିତ ଭାବେ ଦିବ୍ୟାଙ୍ଗ ଜନ ତଥା କୃତ୍ରିମ ଅଙ୍ଗ ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ନୂତନ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରିବା ତଥା ଅନ୍ୟାନ୍ୟ ଗବେଷଣାତ୍ମକ ଉତ୍ପାଦ ସୃଷ୍ଟି କରିବା ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତିରେ ସହଯୋଗ କରିବ ଏହି ଏମ୍ଓୟୁ। ସେହିପରି ଜାତୀୟ ଶିକ୍ଷା ନୀତିରେ ଥିବା ବ୍ୟବସ୍ଥା ଅନୁଯାୟୀ ଉଭୟ ଅନୁଷ୍ଠାନ ବିଭିନ୍ନ ଏକାଡେମୀକ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଏହା ଉପରେ କାର୍ଯ୍ୟ କରିବେ।

ଭାରତର ସର୍ବବୃହତ ଲୋକୋମୋଟର୍ ପୁନର୍ବାସ ଚିକିତ୍ସା କେନ୍ଦ୍ର ଏସ୍ଭିନିର୍ତାର ଫିଜିଓଥେରାପି, ଅକୁପେସ୍ନାଲ ଥେରାପୀ, ସ୍ପିଚ୍ ଥେରାପୀ, ପ୍ରୋଷ୍ଟେଟିକ୍ସ ଏବଂ ଅର୍ଥୋଟିକ୍ସ ଆଦି ବିଭିନ୍ନ ପ୍ରକାରର ପୁନର୍ବାସ ଥଇଥାନ ଚିକିତ୍ସାସେବା ଯୋଗାଇଆସୁଛି। ଏମ୍ସ ଭୁବନେଶ୍ୱର ସହିତ ହୋଇଥିବା ଏହି ବୁଝାମଣା ମାଧ୍ୟମରେ ଏହି କ୍ଷେତ୍ରରେ ଆହୁରି ଅଧିକ ବ୍ୟାପକତା ଆସିବା ସହିତ ଗବେଷଣା ନିମନ୍ତେ ବାଟ ଫିଟାଇବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଡ. ପି ପି ମହାନ୍ତି ପ୍ରକାଶ କରିଛନ୍ତି। ଏହି ବୁଝାମଣା ଫଳରେ ଅନେକ ଗୁରୁତର ରୋଗୀ ଆବଶ୍ୟକୀୟ ଚିକିତ୍ସା ସହାୟତା ପାଇପାରିବେ ବୋଲି ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱର ଡିଏନ୍ (ଏକାଡେମିକ୍) ଡ. ପି ଆର ମହାପାତ୍ର, ଡିନ୍ (ଗବେଷଣା) ଡ. ସତ୍ୟଜିତ ମିଶ୍ର, ମେଡିକାଲ୍ ଅଧୀକ୍ଷକ ଡ. ଡି କେ ପରିଡ଼ା, ଆସୋସିଏଟ୍ ଡିନ୍ (ଗବେଷଣା) ଡ. ଭାଗୀରଥୀ ଦ୍ୱିବେଦୀ, ପିଆର୍ ସେଲ୍ ମୁଖ୍ୟ ଡ. ପ୍ରଭାସ ରଂଜନ ତ୍ରିପାଠୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ଏସ୍ଭିନିର୍ତାର ଅଧ୍ୟାପିକା(ଅକୁପେସନାଲ୍ ଥେରାପୀ) ପ୍ରଜ୍ଞା ସିଂ ଏବଂ ତାଲିମ ସଂଯୋଜକ ରଶ୍ମି ରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍‌ସ ଭୁବନେଶ୍ୱର ବୁଝାମଣାପତ୍ର ସ୍ୱାକ୍ଷରିତ
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ଜନ୍ମମାଟିରେ ପ୍ରତିମୂର୍ତ୍ତି ଉନ୍ମୋଚିତ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.