ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି, ଶେଷ ତାରିଖ ଜୁଲାଇ ୧୫

Published: Jul 6, 2023, 9:13 am IST

ଭୁବନେଶ୍ବର: ଶେଷରେ ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସତ୍ୟବାଦୀଠାରେ ପ୍ରତିଷ୍ଠିତ ଏହି ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମ ଥର ନାମଲେଖା ହେବ। ଏଥିରେ ଇଣ୍ଟିଗ୍ରେଟେଡ ଏମ.ଏ ଏବଂ ପିଏଚଡି କରିବା ପାଇଁ ନାମଲେଖା ଯିବ। ଅନଲାଇନରେ ନାମଲେଖା ଶେଷ ତାରିଖ ଚଳିତ ଜୁଲାଇ ୧୫ ତାରିଖ ରଖାଯାଇଛି।

ଏହି ପାଠ୍ୟକ୍ରମ ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ପ୍ରବେଶିକା ପରୀକ୍ଷା କରାଯିବ। ଓଡିଶାର ଚାରୋଟି ସ୍ଥାନରେ ଏହା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ଗ୍ରହଣ କରିଛି। ସେଗୁଡିକ ହେଲା ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର ଏବଂ ସମ୍ବଲପୁର। ଏହି ପ୍ରବେଶିକା ପରୀକ୍ଷା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ରଖାଯାଇଥିବା ବେଳେ, ଅନୁସୁଚିତ ଜାତି ଓ ଜନ ଜାତିଙ୍କ ପାଇଁ ୩୦୦ ଟଙ୍କା ରଖାଯାଇଛି।

Related posts