Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା
ଆଜିର ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା

July 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ହୋଇଛିଛି। ଏଥର ରେଭେନ୍ସା କଲେଜ ଆଗରେ ରହିଛି। ଏହି ଶିକ୍ଷାନୁଷ୍ଠାନରେ କଳାରେ ୮୦, ବିଜ୍ଞାନରେ ୯୧.୬୭ ଓ ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟ୍‌ ଅଫ୍‌ ରହିଛି।

ତେବେ ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % ଥିବାବେଳେ ଭୁବନେଶ୍ୱର ବିଜେବି କଲେଜର ବିଜ୍ଞାନ କଟଅଫ ମାର୍କ ୮୯% ରହିଛି। ଅନ୍ୟପକ୍ଷେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ କଲେଜରେ କଟଅଫ ମାର୍କ ୮୯% ସହ ୪ର୍ଥ ସ୍ଥାନରେ ଥିବାବେଳେ ୫ମ ସ୍ଥାନରେ ରହିଛି ସୋର ୟୁଏନ୍ ଏବଂ କଟଅଫ ମାର୍କ ରହିିଛି  ୮୬.୮୩%।

ସେହିପରି  ରାଉରକେଲା ସରକାରୀ କଲେଜର ବିଜ୍ଞାନ କଟଅଫ ମାର୍କ ୭୭.୩୩ ପ୍ରତିଶତ ରହିଛି। ବାଣିଜ୍ୟରେ ତୃତୀୟରେ ଥିବା  ବିଜେବି କଲେଜର କଟଅଫ ମାର୍କ ୭୩ ପ୍ରତିଶତ ରହିଛି। ୪ର୍ଥରେ  କଟକ ଜେକେବିକେ ଥିବାବେଳେ କଟଅଫ ମାର୍କ ରହିଛି  ୭୨.୨୦% ଏବଂ ୫ମରେ ରହିଛି କଟକ ଶୈଳବାଳା କଲେଜ ଏବଂ କଟଅଫ ମାର୍କ ରହିଛି ୭୨.୧୭%।

ସେହିପରି ଶିକ୍ଷାବର୍ଷ ୨୦୨୩-୨୪ର ପ୍ରଥମ ଦଫାରେ ମୋଟ୍‌ ୪,୧୨,୩୬୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଏଥିରୁ କଳାରେ ୨,୫୩,୧୭୮, ବିଜ୍ଞାନରେ ୧,୨୧,୦୨୩ ଓ ବାଣିଜ୍ୟରେ ୨୫,୧୬୮ ଜଣ ସାମିଲ ଅଛନ୍ତି। ସେହିପରି ଉପଶାସ୍ତ୍ରୀରେ ୭,୭୭୯  ଓ ଭୋକେସନାଲରେ ୫,୨୦୦ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨,୦୩,୫୪୩ ଛାତ୍ର, ୨,୦୮,୭୭୮ ଛାତ୍ର ଓ ୪୭ ଜଣ ଅନ୍ୟ ବର୍ଗରୁ ନାମ ଲେଖାଇବା ପାଇଁ ଚୟନ ହୋଇଥିବା ବେଳେ ୪,୭୨,୨୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୯,୯୧୧ ଜଣଙ୍କୁ ଦ୍ବତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଚୟନ କରାଯିବ ବୋଲି ଜଣାପଡ଼ିଛି। ତେବେ ମାଧ୍ୟମିକ ଶିକ୍ଷା ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ୨ରେ ପାଠ ପଢ଼ିବା ପାଇଁ ଆବେଦନ କରିଥିବା ୪,୪୮,୨୭୮ ଜଣଙ୍କ ମଧ୍ୟରୁ ୩,୮୯,୪୯୪ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ମନୋନୀତ କରାଯାଇଛି।

ଆଜି ପ୍ରକାଶିତ ତାଲିକାରେ ଯେଉଁ ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି, ସେମାନେ ଆସନ୍ତାକାଲି ଠାରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ତେବେ ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ପାଠପଢ଼ା।

ଯୁକ୍ତ ଦୁଇ
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.