ଜୁଲାଇ ୧୪ ରେ ଅପରାହ୍ନ ୨.୩୫ ରେ ଲଞ୍ଚ ହେବ ଚନ୍ଦ୍ରାୟନ-୩: ଇସ୍ରୋ

Published: Jul 6, 2023, 7:17 pm IST

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରାୟନ-୩ ର ଉତକ୍ଷେପଣ ତାରିଖ ଘୋଷଣା କରିଛି। ଟ୍ୱିଟ୍ କରି ISRO ଏହି ସୂଚନା ଦେଇଛି। ଜୁଲାଇ ୧୪ ତାରିଖରେ ମଧ୍ୟାହ୍ନରେ ଚନ୍ଦ୍ରାୟନ ୩ ଲଞ୍ଚ ହେବ ବୋଲି ଟ୍ୱିଟରେ କୁହାଯାଇଛି।

ISRO ଟ୍ୱିଟରେ ଲେଖିଛି ଯେ, “ଚନ୍ଦ୍ରାୟନ-୩ ର ଶୁଭାରମ୍ଭ ଘୋଷଣା। ଏହା ଜୁଲାଇ ୧୪ ତାରିଖରେ ଅପରାହ୍ନ ୨.୩୫ ରେ SDSC, ଶ୍ରୀହାରିକୋଟା ଠାରୁ ଉତକ୍ଷେପଣ ହେବ। ଏଥି ସହିତ, ଚନ୍ଦ୍ରାୟନ- ୩ ମିଶନ ବିଷୟରେ ଚେୟାରମ୍ୟାନ୍ ସୋମନାଥ ଏସ କହିଛନ୍ତି ଯେ, ଅଗଷ୍ଟ ୨୩ କିମ୍ବା ଅଗଷ୍ଟ ୨୪ ତାରିଖରେ ଚନ୍ଦ୍ର ଉପରେ ଏକ ସଫ୍ଟ ଅବତରଣ କରିବାକୁ ISRO ଚେଷ୍ଟା କରିବ।

Related posts