ମାନହାନି ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ: ଅଗଷ୍ଟ ୭ ରେ ଦିଲ୍ଲୀ କୋର୍ଟରେ ହେବେ ହାଜର

Published: Jul 6, 2023, 7:18 pm IST

ନୂଆଦିଲ୍ଲୀ: ମାନହାନି ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ରାଉସ ଆଭେନ୍ୟୁ କୋର୍ଟ ନୋଟିସ ଜାରି କରିଛନ୍ତି। ଅଶୋକ ଗେହଲୋଟଙ୍କୁ ଅଗଷ୍ଟ ୭ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗେହଲଟଙ୍କ ବିରୋଧରେ ମାନହାନି ମକଦ୍ଦମା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କ ଦ୍ଵାରା ଦାଖଲ କରାଯାଇଥିଲା।

ଅଶୋକ ଗେହଲୋଟଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କ ଏହି ମାନହାନୀ ମାମଲାରେ ଦିଲ୍ଲୀ ପୋଲିସକୁ ତଦନ୍ତ ପାଇଁ ରାଉସ ଆଭେନ୍ୟୁ କୋର୍ଟ ସମୟ ଦେଇଥିଲେ। ବାସ୍ତବରେ, ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଭାରତୀୟ ପୋଲିସ୍ ଫୋର୍ସ ଅଧୀନରେ ଥିବା ଏକ ସ୍ୱତନ୍ତ୍ର ୟୁନିଟ୍) ୨୦୧୯ ରେ ସଞ୍ଜୀବନୀ ମାମଲାରେ ଏକ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା, ଯାହାର ସଂଖ୍ୟା ୩୨ ଅଟେ। ଏହି ଏଫଆଇଆର ଆଧାରରେ ଅନେକ ଗିରଫ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଉପସ୍ଥାପିତ ହୋଇଥିବା ଉଭୟ ଚାର୍ଜସିଟରେ ଗଜେନ୍ଦ୍ର ସିଂ ଶେଖୱାତଙ୍କୁ ଅଭିଯୁକ୍ତ କରାଯାଇ ନାହିଁ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଗେହଲୋଟ୍ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କୁ ସଞ୍ଜୀବନୀ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ଶେଖୱାତ ଏହା ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଶେଖୱତ ଅଭିଯୋଗ କରିଛନ୍ତି ଯେ, ଗେହଲୋଟ୍ ତାଙ୍କ ନାମ ସଞ୍ଜୀବନୀ ସ୍କାମରେ ଯୋଡି ତାଙ୍କୁ ବଦନାମ କରିଛନ୍ତି।

Related posts