
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ନାଚଣିବାଡି ଗ୍ରାମର ସଙ୍ଗୀତା ଗୌଡ଼ ନାମ୍ନୀ ଜନୈକା ମହିଳା ନିଜ ବାପ ଘରେ କୌଣସି କଥାକୁ ନେଇ ବିଷପାନ କରି ଛଟପଟ ହେଉଥିଲା ବେଳେ ପରିବାର ଲୋକେ ତାକୁ ଆସ୍କା ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ପ୍ରକାଶ ଥାଉକି ମୃତ ମହିଳା ଜଣଙ୍କ ବେଗୁନିଆ ପଡ଼ା ଅଞ୍ଚଳରେବିବାହ କରିଥିଲେ ଓ କିଛି ବର୍ଷ ହେଲା ବାପ ଘରେ ରହୁଥିଲେ। କ’ଣ ହେଲା ଗତକାଲି ରାତିରେ ସେ ଚାଉଳ ପୋକ ମରା ଔଷଧ ଖାଇ ମୁର୍ମୁଷ ଅବସ୍ଥାରେ ଛଟପଟ ହେଉଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।