Categories
ଆଞ୍ଚଳିକ

ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଦେଉଳ ସାହିର ପୁର୍ଣ୍ଣବାସୀ ପ୍ରଧାନ ନାମ୍ନୀ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ଖବରରୁ ଜଣାପଡ଼ିଛି ଯେ, ଦୁଇ ପୁଅଙ୍କ ସହ ଉକ୍ତ ମହିଳା ମିଶି ରହୁଥିଲେ। ଘଟଣା ସମୟରେ ଦୁଇ ପୁଅ ସ୍କୁଲକୁ ଚାଲିଯାଇ ଥିଲେ। ସ୍କୁଲରୁ ଆସି ମାଁ କୁ ଝୁଲୁଥିବା ଅବସ୍ଥାରେ ଦେଖି ସାହି ଲୋକଙ୍କୁ ଜଣାଇଥିଲେ। ଅଞ୍ଚଳ ବାସୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ମହିଳାଙ୍କ ଆତ୍ମହତ୍ୟା!, ଯୌତୁଜଜନିତ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ବାପା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟସ୍ଥ ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ ରୋଜିରାଣୀ ମାଝୀ (୩୫)। ତାଙ୍କ ବାପ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଗ୍ରାମ ହୋଇଥିବା ବେଳେ ୧୨ ବର୍ଷ ପୂର୍ବେ ଡୁଙ୍ଗମାଳ ପଞ୍ଚାୟତ ନୀଳାଦ୍ରିବିହାରର କୈଳାଶ ମାଝୀଙ୍କ ପୁତ୍ର ରୋହିତ କୁମାର ମାଝୀଙ୍କୁ ବିବାହ କରିଥିଲେ।

ତେବେ ଗତକାଲି ବିଳମ୍ବିତ ରାତ୍ରିରେ ରୋଜି ଘର ପଙ୍ଖାରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ରୋଜିଙ୍କ ପରିବାରବର୍ଗ ଶ୍ୱଶୁର ଘରେ ପହଞ୍ଚିଥିଲେ। ତେବେ ରୋଜିଙ୍କ ପିତା ଖଲି ଜେନା ଅଭିଯୋଗ କରିଛନ୍ତି କି ତାଙ୍କୁ ସଦାବେଳେ ସ୍ୱାମୀ ଓ ଶ୍ୱଶୁର ଘରେ ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିଲେ ଯାହାଫଳରେ ରୋଜି ମାନସିକ ଚାପରେ ଥାଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି।

ଅଭିଯୋଗ ଆଧାରରେ ବାଲୁଗାଁ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଦେଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଚିଲିକା ତହସିଲଦାରଙ୍କ ଉପସ୍ଥିତିରେ ରୁମ କବାଟ ଭାଙ୍ଗି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଷ ପାନ କରି ମହିଳାଙ୍କ ଆତ୍ମହତ୍ୟା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ନାଚଣିବାଡି ଗ୍ରାମର ସଙ୍ଗୀତା ଗୌଡ଼ ନାମ୍ନୀ ଜନୈକା ମହିଳା ନିଜ ବାପ ଘରେ କୌଣସି କଥାକୁ ନେଇ ବିଷପାନ କରି ଛଟପଟ ହେଉଥିଲା ବେଳେ ପରିବାର ଲୋକେ ତାକୁ ଆସ୍କା ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ପ୍ରକାଶ ଥାଉକି ମୃତ ମହିଳା ଜଣଙ୍କ ବେଗୁନିଆ ପଡ଼ା ଅଞ୍ଚଳରେବିବାହ କରିଥିଲେ ଓ କିଛି ବର୍ଷ ହେଲା ବାପ ଘରେ ରହୁଥିଲେ। କ’ଣ ହେଲା ଗତକାଲି ରାତିରେ ସେ ଚାଉଳ ପୋକ ମରା ଔଷଧ ଖାଇ ମୁର୍ମୁଷ ଅବସ୍ଥାରେ ଛଟପଟ ହେଉଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ନିର୍ଯ୍ୟାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା, ସ୍ୱାମୀ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସ୍ୱାମୀର ନିର୍ଯ୍ୟାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ। ନିର୍ଯ୍ୟାତନା ଦେବା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ଶବ ଜବତ କରି ପୋଲିସ୍ ତଦନ୍ତ କରୁଛି।

ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ବଡପାରୀ ପଥର ଚକଡା ସାହିର। ଅଭିଯୋଗ ମୁତାବକ ପ୍ରଶାନ୍ତ ଧଳ (୫୫) ନିଜ ପତ୍ନୀ ଜୟନ୍ତୀ ଧଳ (୫୦)ଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଗତ କାଲି ସ୍ୱାମୀ ଓ ପତ୍ନୀଙ୍କ ମଧ୍ୟ୍ୟରେ ଝଗଡା ଚରମ ସୀମାରେ ପହଂଚିଥିଲା। ସ୍ୱାମୀ ପ୍ରଶାନ୍ତ ଧଳ ନିଜର ଏକ ମାତ୍ର ଝିଅକୁ ଧରି ନୟାଗଡ କୌଣସି କାର୍ଯ୍ୟରେ ଯାଇଥିଲେ।

ସ୍ୱାମୀ ଘରେ ନଥିବା ବେଳେ ପତ୍ନୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ମହିଳାଙ୍କ ବାପ ଘର ଲୋଜେ ଥାନାରେ ଅଭିଯୋଗ କରିଵା ପରେ ପୋଲିସ୍ ତଦନ୍ତ କରି ସ୍ୱାମୀ ପ୍ରଶାନ୍ତଙ୍କୁ ଗିରଫ କରିଛି ଏବଂ ଶବ ଜବତ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଯାଇଛି। ଜଣେ ବୟସ୍କ ମହିଳା ଚଳନ୍ତା ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଚିଲିକା ଷ୍ଟେସନରେ ଦୁଇଦିନ ଧରି ଠିଆ ହୋଇଥିବା ଏକ ମାଲ ଗାଡ଼ି ଆଜି ଅପରାହ୍ନରେ ଖୋର୍ଦ୍ଧାରୋଡ଼ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ବାଲୁଗାଁ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମ ଶେଷରେ ହଠାତ ଟ୍ରେନ ସମ୍ମୁଖକୁ ଜଣେ ବୟସ୍କ ମହିଳା ଡେଇଁ ଆତ୍ମହତ୍ୟା କରିଥିଲେ। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କର ବୟସ ପାଖାପାଖି ୭୦ ରୁ ୭୫ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ଜିଆରପି ମୃତଦେହ ଜବତ କରି ତଦନ୍ତ ଜାରିରଖିଥିବାର ସୂଚନା ମିଳିଛି।