ବାଲୁଗାଁ: ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

Published: Dec 12, 2021, 5:51 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଯାଇଛି। ଜଣେ ବୟସ୍କ ମହିଳା ଚଳନ୍ତା ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଚିଲିକା ଷ୍ଟେସନରେ ଦୁଇଦିନ ଧରି ଠିଆ ହୋଇଥିବା ଏକ ମାଲ ଗାଡ଼ି ଆଜି ଅପରାହ୍ନରେ ଖୋର୍ଦ୍ଧାରୋଡ଼ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ବାଲୁଗାଁ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମ ଶେଷରେ ହଠାତ ଟ୍ରେନ ସମ୍ମୁଖକୁ ଜଣେ ବୟସ୍କ ମହିଳା ଡେଇଁ ଆତ୍ମହତ୍ୟା କରିଥିଲେ। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କର ବୟସ ପାଖାପାଖି ୭୦ ରୁ ୭୫ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ଜିଆରପି ମୃତଦେହ ଜବତ କରି ତଦନ୍ତ ଜାରିରଖିଥିବାର ସୂଚନା ମିଳିଛି।

Related posts