Categories
ଆଜିର ଖବର ରାଜ୍ୟ ଖବର

କାଳୁପଡା ଘାଟ ନିକଟରେ ଚଳନ୍ତା ଟ୍ରେନରୁ ଖସି ଯାତ୍ରୀ ଗୁରୁତର

ଖୋର୍ଦ୍ଧା: ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯାତ୍ରୀ ଗୁରୁତର ହୋଇପଡିଥିବା ସୂଚନା ମିଳିଛି। ଗୁରୁତର ଯାତ୍ରୀଙ୍କର ନାମ ସନ୍ତୋଷ କୁମାର ପଣ୍ଡା (୪୦)।

ସନ୍ତୋଷ ପଣ୍ଡା ଟ୍ରେନ ଯୋଗେ ବ୍ରହ୍ମପୁରରୁ କାଳୁପଡା ଘାଟ ଆସୁଥିବା ଵେଳେ କୌଣସି କାରଣବଶତଃ କାଳୁପଡା ଘାଟ ନିକଟରେ ଟ୍ରେନରୁ ଖସି ପ୍ଲାଟ ଫର୍ମ ଉପରେ ପଡ଼ିଯାଇଥିଲେ। ଫଳରେ ସନ୍ତୋଷ ଗୁରୁତର ହୋଇଥିଲେ।

ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେଁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ସନ୍ତୋଷଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସନ୍ତୋଷଙ୍କର ଘର ବ୍ରହପୁର ବୋଲି ଜଣାପଡିଛି। ସେ ବ୍ୟବସାୟ କାମରେ ଚାନ୍ଦପୁର ଆସୁଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଯାଇଛି। ଜଣେ ବୟସ୍କ ମହିଳା ଚଳନ୍ତା ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଚିଲିକା ଷ୍ଟେସନରେ ଦୁଇଦିନ ଧରି ଠିଆ ହୋଇଥିବା ଏକ ମାଲ ଗାଡ଼ି ଆଜି ଅପରାହ୍ନରେ ଖୋର୍ଦ୍ଧାରୋଡ଼ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ବାଲୁଗାଁ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମ ଶେଷରେ ହଠାତ ଟ୍ରେନ ସମ୍ମୁଖକୁ ଜଣେ ବୟସ୍କ ମହିଳା ଡେଇଁ ଆତ୍ମହତ୍ୟା କରିଥିଲେ। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କର ବୟସ ପାଖାପାଖି ୭୦ ରୁ ୭୫ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ଜିଆରପି ମୃତଦେହ ଜବତ କରି ତଦନ୍ତ ଜାରିରଖିଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ: ୪ ଗିରଫ

ମୁମ୍ବାଇ: ଲକ୍ଷ୍ନୌ- ମୁମ୍ବାଇ ପୁଷ୍ପକ୍ ଏକ୍ସପ୍ରେସରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପରେ ଚାରି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ଏବଂ ଅନ୍ୟ ଚାରିଜଣଙ୍କୁ ଖୋଜା ଚାଲିଛି। ଏଥି ସହିତ, ଏହି ମାମଲାରେ ଜିଆରପି କମିଶନର କେସିଆର ଖାଲିଦ କହିଛନ୍ତି ଯେ, ଟ୍ରେନରେ ପ୍ରାୟ ୮ ଜଣ ଲୋକ ଚଢିଥିଲେ। ଏହି ଲୋକମାନେ ପ୍ରଥମେ ଟ୍ରେନରେ ଲୁଟ କରିଥିଲେ ଏବଂ ସ୍ୱାମୀଙ୍କ ସହ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଶୁକ୍ରବାର ଦିନ ଅନେକ ସଶସ୍ତ୍ର ଡକାୟତ ଏକ୍ସପ୍ରେସରେ ଚଢିଥିଲେ। ଏହି ଦୁଷ୍କର୍ମକାରୀମାନେ ଯାତ୍ରୀଙ୍କ ଠାରୁ ମୂଲ୍ୟବାନ ସାମଗ୍ରୀ ଛଡ଼ାଇ ନେଇଥିଲେ। ଏହି ଘଟଣା ଯୋଗୁଁ ଯାତ୍ରୀମାନେ ବହୁତ ଆତଙ୍କିତ ଅବସ୍ଥାରେ ଥିଲେ। ଏହାପରେ ଜଣେ ୨୦ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ଏହି ଘଟଣା ଘଟିବା ପରେ ଅପରାଧୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଏହି ଘଟଣାଆରଇ ଭାରତୀୟ ରେଳ ଅଧିନିୟମ ଅନୁଯାୟୀ ସିଆର ନମ୍ବର ୭୭୧/୨୧ୟୁ / ଏସ ୩୯୫, ୩୯୭, ୩୭୬ (ଡି), ୩୫୪, ୩୫୪ (ଆଇପିସି ଆର/ ଡବ୍ଲୁ ୧୩୭ ଏବଂ ୧୫୩ ରେ ଜିଆରପି ମୁମ୍ବାଇ ମାମଲା ପଞ୍ଜୀକୃତ କରିଛି।