Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସି ଟ୍ରେନ୍‌ ଭଡ଼ାରେ ରିହାତି ଯୋଜନା ଘୋଷଣା କଲା ରେଳ ମନ୍ତ୍ରଣାଳୟ
ଆଜିର ଖବର

ଏସି ଟ୍ରେନ୍‌ ଭଡ଼ାରେ ରିହାତି ଯୋଜନା ଘୋଷଣା କଲା ରେଳ ମନ୍ତ୍ରଣାଳୟ

July 8, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳ
ବଡ ସଂଖ୍ୟକ ପଦବୀ ପାଇଁ ନିଯୁକ୍ତି ଘୋଷଣା କଲା ରେଳବାଇ: ଜାଣନ୍ତୁ କେଉଁମାନେ କରିବେ ଆବେଦନ

ନୂଆଦିଲ୍ଲୀ: ଟ୍ରେନରେ ବସିବା ପାଇଁ ରହିଥିବା ସୁବିଧାର ସର୍ବୋତ୍ତମ ଉପଯୋଗକୁ ଦୃଷ୍ଟିରେ ରଖି, ସବୁ ଏସି ସିଟ୍‌ ଥିବା ଟ୍ରେନରେ ରିହାତି ଭଡ଼ା ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜୋନ୍‌ ସ୍ତରୀୟ ରେଳବାଇକୁ କ୍ଷମତା ଦେବା ନିମନ୍ତେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ରିହାତି ଭଡ଼ା ଯୋଜନାର ପ୍ରଯୁଜ୍ୟତା:

ଅନୁଭୂତି ଓ ଭିଷ୍ଟାଡୋମ୍‌ କୋଚ୍‌ ସମେତ ଏସି ଯାତ୍ରା ସୁବିଧା ଥିବା ସବୁ ଟ୍ରେନର ଏସି ଚେୟାର କାର୍‌ ଏବଂ ଏଗ୍‌ଜିକ୍ୟୁଟିଭ୍‌ ଶ୍ରେଣୀରେ ରିହାତି ଯୋଜନା ଲାଗୁ ହେବ।

ମୂଳ ଭଡ଼ା ଉପରେ ସର୍ବାଧିକ 25% ପର୍ଯ୍ୟନ୍ତ ରିହାତି ସୁବିଧା ମିଳିବ। ଟିକେଟ ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ସର୍ଚ୍ଚାର୍ଜ, ଜିଏସଟି ଆଦି ଅନ୍ୟାନ୍ୟ ପ୍ରଯୁଜ୍ୟ ଶୁଳ୍କ ପୃଥକ ଭାବେ ଲାଗୁ ହେବ। ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟାକୁ ଆଧାର କରି ଯେକୌଣସି କିମ୍ବା ସବୁ ଶ୍ରେଣୀରେ ରିହାତି ପ୍ରଦାନ କରାଯିବ।

ବିଗତ 30 ଦିନ ମଧ୍ୟରେ 50%ରୁ କମ୍‌ (ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିମ୍ବା କିଛି ନିର୍ଦ୍ଦିଷ୍ଟ ପର୍ଯ୍ୟାୟ/ଭାଗରେ) ଯାତ୍ରୀ ଥିବା ଶ୍ରେଣୀର ଟ୍ରେନଗୁଡ଼ିକ ଉପରେ ବିଚାର କରାଯିବ। ରିହାତିର ମାତ୍ରା ନିର୍ଦ୍ଧାରଣ କରିବା ସମୟରେ ପରିବହନର ପ୍ରତିଦ୍ୱନ୍ଦ୍ୱିତା ମାଧ୍ୟମକୁ ଭଡ଼ାର ମାପଦଣ୍ଡ ଭାବେ ଗ୍ରହଣ କରାଯିବ।

ଯାତ୍ରାର ପ୍ରଥମ ପର୍ଯ୍ୟାୟ ଏବଂ/କିମ୍ବା ଶେଷ ପର୍ଯ୍ୟାୟ ଏବଂ/କିମ୍ବା ମଧ୍ୟବର୍ତ୍ତୀ ଭାଗ ଏବଂ କିମ୍ବା ଯାତ୍ରାରୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଯେକୌଣସି ସମୟ ପାଇଁ ଦିଆଯାଇପାରିବ। ତେବେ ସେହି ପର୍ଯ୍ୟାୟ/ଭାଗ/ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ଯଦି 50%ରୁ କମ୍‌ ହୋଇଥାଏ ତା’ହେଲେ ରିହାତି ପ୍ରଦାନ କରାଯିବ।

ରିହାତି ଦରକୁ ତତ୍କାଳ ପ୍ରଭାବରେ ଲାଗୁ କରାଯିବ। ପୂର୍ବରୁ ଟିକେଟ୍‌ ବୁକ୍‌ କରିସାରିଥିବା ଯାତ୍ରୀଙ୍କ ଭଡ଼ା ଫେରସ୍ତ କରାଯିବ ନାହିଁ।

ଟ୍ରେନ୍‌ ଯେଉଁ ଷ୍ଟେସନରୁ ଯାତ୍ରା ଆରମ୍ଭ କରୁଛି ସମ୍ପୃକ୍ତ ଜୋନର ପିସିସିଏମଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ଅବଧିରେ ଏଭଳି ରିହାତିକୁ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। କେବଳ ସର୍ତ୍ତ ହେଉଛି, ଯୋଜନା ଯେଉଁ ଯାତ୍ରା ତାରିଖରେ କାର୍ଯ୍ୟକାରୀ ହେବ ସେବେଠାରୁ ସର୍ବାଧିକ 6 ମାସ ଅବଧି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ସମ୍ପୂର୍ଣ୍ଣ ଅବଧି କିମ୍ବା ଅଳ୍ପ କିଛି ଅବଧି ଅଥବା ମାସ ଆଧାରରେ କିମ୍ବା ଋତୁ ଆଧାରରେ କିମ୍ବା ସାପ୍ତାହିକ ଦିନ/ସପ୍ତାହାନ୍ତ ପାଇଁ ରିହାତି ଭଡ଼ା ସୁବିଧା ମିଳିପାରେ। ତେବେ ଉପରୋକ୍ତ ଅବଧିର ଚାହିଦା ସ୍ଥିତିକୁ ଦେଖି ରିହାତି ନିମ୍ପର୍କରେ ନିଷ୍ପତ୍ତି ନିଆଯିବ।

ଆନ୍ତଃଜୋନ୍‌ ଓ-ଡି ଯୋଡ଼ା/ଗସ୍ତବ୍ୟ ସ୍ଥଳୀ ଥିବା ଟ୍ରେନ ପାଇଁ ଅନ୍ୟ ଜୋନ୍‌ ରେଳବାଇ/ପରିଚାଳନା ନିର୍ଦ୍ଦେଶକ କିମ୍ବା କେଆରସିଏଲ ମାମଲାରେ ସିଓଏମ/ସିସିଏମଙ୍କ ସହିତ ବିଚାରବିମର୍ଶ କରାଯାଇ ରିହାତି ଭଡ଼ା ସୁବିଧା ଦିଆଯିବ।

ଆଗକୁ ନିୟମିତ ଭାବେ ଅଧିକ ସମୀକ୍ଷା କରାଯିବ ଏବଂ ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରିହାତିକୁ ପରିବର୍ତ୍ତନ/ସମ୍ପ୍ରସାରଣ/ପ୍ରତ୍ୟାହାର କରାଯାଇପାରେ।

ଯଦି ରିହାତିରେ ପରିବର୍ତ୍ତନ/ଯୋଜନାର ଉଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନିଆଯାଉଛି, ତା’ହେଲେ ଏହି ନିଷ୍ପତ୍ତି ମଧ୍ୟ ତତ୍କାଳ ପ୍ରଭାବରେ ଲାଗୁ ହୋଇପାରେ। ତେବେ ପୂର୍ବରୁ ବୁକ୍‌ ହୋଇଥିବା ଯାତ୍ରୀଙ୍କ ଟିକେଟ୍‌ ଉପରେ ଅଧିକ ଭଡ଼ା ଲାଗୁ କିମ୍ବା ସଂଗ୍ରହ କରାଯିବ ନାହିଁ।

ଯେଉଁସବୁ ଟ୍ରେନରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ପାଇଁ ଫ୍ଲେକ୍ସି ଭଡ଼ା ଯୋଜନା ଲାଗୁ ହୋଇଥାଏ ଏବଂ ଯାତ୍ରୀ ସଂଖ୍ୟା କମ ଥାଏ, ସେଥିରେ ଯାତ୍ରୀଙ୍କ ସଂଖ୍ୟା ବଢ଼ାଇବା ଲାଗି ପଦକ୍ଷେପ ସ୍ୱରୂପ ପ୍ରାରମ୍ଭରେ ଫ୍ଲେକ୍ସି ଭଡ଼ା ଯୋଜନାକୁ ପ୍ରତ୍ୟାହାର କରାଯାଇପାରେ। ଯଦି ଏହା ଫଳରେ ଯାତ୍ରୀଙ୍କ ସଂଖ୍ୟା ବଢ଼ୁନାହିଁ, ତା’ହେଲେ ରିହାତି ଯୋଜନା ସେହି ସବୁ ଟ୍ରେନ/ଶ୍ରେଣୀରେ ଲାଗୁ ହେବ।

ପିଟିଓ ଉପରେ ଟିକେଟ/ରେଳ ପାସ/ରିହାତି ଭାଉଚର/ବିଧାୟକ/ପୂର୍ବତନ ବିଧାୟକଙ୍କ କୁପନ/ୱାରେଣ୍ଟ/ସାଂସଦ/ପୂର୍ବତନ ସାଂସଦ/ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଲାଗୁ ହେଉଥିବା କମ୍‌ ଭଡ଼ା ମୂଳ ଶ୍ରେଣୀ ୱାରୀ ଭଡ଼ାରେ ବୁକ୍‌ ହେବ ଏବଂ ଏଥିରେ କୌଣସି ରିହାତି ମିଳିବ ନାହିଁ।

ଯଦି ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ତା’ହେଲେ ସେପରି ଟ୍ରେନ ପାଇଁ ନିର୍ଦ୍ଧାରିତ ଅବଧି ପାଇଁ ତତ୍କାଳ କୋଟା ଲାଗୁ ହେବ ନାହିଁ। ଆହୁରି ଟ୍ରେନର ଆଂଶିକ ଯାତ୍ରା ପାଇଁ ଯଦି ରିହାତି ପ୍ରଦାନ କରାଯାଉଛି ତା’ହେଲେ ଯେଉଁ ଆଂଶିକ ଭାଗ ପାଇଁ ରିହାତି ପ୍ରଦାନ କରାଯାଉଛି ସେହି ଭାଗ ପାଇଁ ତତ୍କାଳ କୋଟା ଲାଗୁ ହୋଇନପାରେ।

ପ୍ରଥମ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ଏବଂ ବର୍ତ୍ତମାନର ବୁକିଂ ସମୟରେ ବୁକ୍‌ ହୋଇଥିବା ଟିକେଟ ପାଇଁ ରିହାତି ପ୍ରଦାନ କରାଯିବ। ଟିଟିଇଙ୍କ ଦ୍ୱାରା ବୋର୍ଡ ହେବା ସମୟରେ ମଧ୍ୟ ରିହାତି ଲାଗି ଅନୁମତି ଦିଆଯାଇପାରେ।

ଛୁଟିଦିନ/ପର୍ବପର୍ବାଣୀ ସ୍ୱତନ୍ତ୍ର ଆଦି ଟ୍ରେନ୍‌ ଭାବେ ଚଳାଚଳ କରୁଥିବା ସ୍ୱତନ୍ତ୍ର ରେଳଗାଡ଼ି ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ ନାହିଁ।

ଏହି ଯୋଜନାର ବ୍ୟବସ୍ଥା 1 ବର୍ଷର ଅବଧି ପର୍ଯ୍ୟନ୍ତ ଲାଗୁ ହେବ।

ରେଳ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

January 11, 2026

ପୁରୀ ପୌରପାଳିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁନୂଆ ରାସନ କାର୍ଡ ବଣ୍ଟନ

January 11, 2026

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ: ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

January 11, 2026

ଶୀତଦିନେ କରିପାରୁନାହାନ୍ତି କି ମର୍ଣ୍ଣିଂ ୱାକ୍?, ଗ୍ରହଣ କରନ୍ତୁ ଏହି ପଦକ୍ଷେପ

January 11, 2026
Latest News

ଆଜି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

January 11, 2026

ପୁରୀ ପୌରପାଳିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁନୂଆ ରାସନ କାର୍ଡ ବଣ୍ଟନ

January 11, 2026

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ: ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

January 11, 2026

ଶୀତଦିନେ କରିପାରୁନାହାନ୍ତି କି ମର୍ଣ୍ଣିଂ ୱାକ୍?, ଗ୍ରହଣ କରନ୍ତୁ ଏହି ପଦକ୍ଷେପ

January 11, 2026

ରାଶିଫଳ: ଆଜି ଜାନୁୟାରୀ ୧୧ ତାରିଖ ରବିବାରରେ ଆଠ ରାଶି ପାଇଁ ରହିଛି ଚମତ୍କାର ଖବର

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.