Categories
ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲ ଷ୍ଟେସନ ଠାରେ ରହଣି କରିବ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ୍

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ତଥା ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ 15.09.2023 (14 ସେପ୍ଟେମ୍ବର ରାତି) ରୁ ପରୀକ୍ଷାମୂଳକ ଭିତ୍ତିରେ ରେଢ଼ାଖୋଲ ଷ୍ଟେସନରେ 18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସର ରହଣି ପାଇଁ ନିଷ୍ପତ୍ତି ନେଇଛି।

ପୁରୀରୁ ଛାଡୁଥିବା 18425 ପୁରୀ-ଦୁର୍ଗ ଏକ୍ସପ୍ରେସ ରେଢ଼ାଖୋଲ ଷ୍ଟେସନ ଠାରେ ରାତ୍ରି 12ଘ.58ମି.ରେ ପହଞ୍ଚି ରାତ୍ରି 01 ଘଟିକା ସମୟରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଛାଡୁଥିବା 18426 ଦୁର୍ଗ-ପୁରୀ ଏକ୍ସପ୍ରେସ ରେଢ଼ାଖୋଲ ଷ୍ଟେସନ ଠାରେ ରାତ୍ରି 02ଘ.02ମି.ରେ ପହଞ୍ଚି ରାତ୍ରି 02ଘ.04ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପ୍ଲାଟଫର୍ମରେ ସ୍ୱଳ୍ପ ମୂଲ୍ୟର ଭୋଜନ ଏବଂ ସୁଲଭ ପ୍ୟାକେଜ୍ ପାନୀୟ ଜଳର ଯୋଗାଣ

ଭୁବନେଶ୍ଵର: ସାଧାରଣ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର ଆଣିଛି ରେଳ ମନ୍ତ୍ରଣାଳୟ। ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ନିକଟରେ ପ୍ଲାଟଫର୍ମରେ ସ୍ଥାନିତ ବର୍ଦ୍ଧିତ ସେବା କାଉଣ୍ଟର ମାଧ୍ୟମରେ ସ୍ୱଳ୍ପ ମୂଲ୍ୟର ଭୋଜନ/ କାମ୍ବୋ ମିଲସ ଏବଂ ସୁଲଭ ପ୍ୟାକେଜ୍ ପାନୀୟ ଜଳ ସେବାକୁ ସୁଗମ କରିବା ପାଇଁ ରେଳ ମନ୍ତ୍ରଣାଳୟ ଗତ 27.06.2013 ତାରିଖରେ ଚିଠି ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରିଛି ଯାହା ଦ୍ୱାରା ସାଧାରଣ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ସୁବିଧା ପ୍ରଦାନ ଯୋଗାଇଦେବ। ଟ୍ରେନର ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ରେ ଏହି ସୁବିଧା ଉପଲବ୍ଧ ଆଇଆରସିଟିସି/IRCTC ର ରୋଷେଇ ୟୁନିଟ୍ ଏବଂ ଜନ ଆହାର କେନ୍ଦ୍ରରୁ ରୋଷାଇ ହୋଇଥିବା ଏହି ଖାଦ୍ୟ ଯୋଗାଇ ଦିଆଯିବ।

ଏହି କାଉଣ୍ଟରଗୁଡ଼ିକର ଅବସ୍ଥାନ ଜୋନାଲ ରେଳବାଇ ଦ୍ୱାରା ସ୍ଥିର ହେବ ଯାହା ଦ୍ୱାରା ଏହି କାଉଣ୍ଟରଗୁଡ଼ିକୁ ପ୍ଲାଟଫର୍ମରେ ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚର ଅବସ୍ଥାନ ନିକଟରେ ପ୍ରଦାନ କରାଯିବ। ପ୍ଲାଟଫର୍ମରେ ଏହି ବର୍ଦ୍ଧିତ ସେବା କାଉଣ୍ଟରଗୁଡ଼ିକର ବ୍ୟବସ୍ଥା 06 ମାସ ପାଇଁ ଏକ ପରୀକ୍ଷାମୂଳକ ଭିତ୍ତିରେ କରାଯାଇଛି।

ସୁଲଭ ମୂଲ୍ୟର ଏବଂ ସ୍ନାକ୍ ଭୋଜନ ସହିତ ସୁଲଭ ପ୍ୟାକେଜ୍ ପାନୀୟ ଜଳ ସହିତ ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ ଯୋଗାଇ ଦେବା ପାଇଁ IRCTC ଜୋନ୍ ଗୁଡିକୁ ନିଜସ୍ୱ ରୋଷେଇ ୟୁନିଟ୍ ମାଧ୍ୟମରେ ସେବା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି। ଜୋନାଲ ରେଳବାଇ ସହିତ ଉଚିତ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକଳାପ କରିବାକୁ IRCTC ଜୋନ୍ ଗୁଡିକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ବିଭିନ୍ନ ଷ୍ଟେସନରେ ସମ୍ପ୍ରସାରିତ ସେବା କାଉଣ୍ଟରଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଛି।

ଷ୍ଟେସନଗୁଡିକର ତାଲିକା ନିମ୍ନରେ ଅଛି:

ଷ୍ଟେସନରେ ଆଇଆରସିଟିସି ରୋଷେଇ ୟୁନିଟ୍ ଦ୍ୱାରା ରନ୍ଧା ଖାଦ୍ୟ ଏବଂ ଜନ ଆହାରର ସେବା କାଉଣ୍ଟର ଯୋଗାଣ। ଓଡ଼ିଶାର ରାଉରକେଲା ଓ ଝାରସୁଗୁଡା ରେଳ ଷ୍ଟେସନକୁ ମିଶାଇ ସାରା ଭାରତରେ ଏପର୍ଯ୍ୟନ୍ତ ୬୪ ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯାଇ ଅଛି। ଓଡ଼ିଶାର ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ସମେତ ଆହୁରି ଅନେକ ଷ୍ଟେସନ ଠାରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଯୋଜନା ମଧ୍ୟ କରାଯାଇ ଅଛି।

ଭୋଜନ ପ୍ରକାର -1: ସ୍ୱଳ୍ପ ମୂଲ୍ୟ ଭୋଜନରେ 07 ଟି ପୁରୀ (175 ଗ୍ରାମ), ଶୁଖିଲା ଆଳୁ ମସଲା(150 ଗ୍ରାମ) ଏବଂ ୱାଚ୍ର (12 ଗ୍ରାମ) ର ମୂଲ୍ୟ ସମସ୍ତ ଦେୟ ସହିତ ଟ.20 / – ଧାର୍ଯ୍ୟ କରାଯାଇଅଛି।

ଭୋଜନ ପ୍ରକାର-2 – ସ୍ନାକ୍ ଭୋଜନ (350 ଗ୍ରାମ) ଦକ୍ଷିଣ ଭାରତୀୟ ଭାତ କିମ୍ବା ରାଜମା / ଛୋଲେ – ଭାତ କିମ୍ବା ଖିଚିଡି କିମ୍ବା କୁଲଚେ / ଛୋଲେ ଭାତୁରେ କିମ୍ବା ପାଓ-ଭାଜି କିମ୍ବା ମସଲା ଦୋସା ର ମୂଲ୍ୟ ସମସ୍ତ ଦେୟ ସହିତ ଟ.50 /- ଧାର୍ଯ୍ୟ କରାଯାଇଅଛି।

ଏ ପର୍ଯ୍ୟନ୍ତ 51 ଟି ଷ୍ଟେସନ୍ ମାନଙ୍କରେ ଏହି ସୁବିଧା କାର୍ଯ୍ୟକାରୀ ହୋଇସାରିଛି। ଆହୁରି 13 ଟି ଷ୍ଟେସନଗୁଡିକ ପାଇଁ ଏହି ସବା କାର୍ଯ୍ୟକାରୀ ହେଉଅଛି ଏବଂ ଆସନ୍ତାକାଲି ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ। 200 ମିଲି ପ୍ୟାକେଜ୍ ପାନୀୟର ଗ୍ଲାସ୍ ସମ୍ବନ୍ଧରେ ଯେଉଁଠାରେ ସମ୍ଭବ ଷ୍ଟେସନରେ ଉପଲବ୍ଧ କରାଇବାକୁ ପ୍ରୟାସ କରାଯାଉଛି ଏବଂ ସେହି ସମୟ ପର୍ଯ୍ୟନ୍ତ 01 ଲିଟର ବୋତଲ ଉପଲବ୍ଧ ହେବ।

ଏହା ବ୍ୟତୀତ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ସହିତ ଆହୁରି ଅନେକ ଷ୍ଟେସନଗୁଡିକ ଚିହ୍ନଟ କରାଯାଉଛି ଏବଂ ସ୍ୱଳ୍ପ ମୂଲ୍ୟ ଭୋଜନ ଏବଂ ଜଳର ଉପଲବ୍ଧତା ପାଇଁ ଧୀରେ ଧୀରେ ବର୍ଦ୍ଧିତ ସେବା କାଉଣ୍ଟର ଯୋଗାଣ ପାଇଁ ଆବୃତ କରାଯିବାକୁ ପ୍ରୟାସ କରାଯାଉ ଅଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏସି ଟ୍ରେନ୍‌ ଭଡ଼ାରେ ରିହାତି ଯୋଜନା ଘୋଷଣା କଲା ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଟ୍ରେନରେ ବସିବା ପାଇଁ ରହିଥିବା ସୁବିଧାର ସର୍ବୋତ୍ତମ ଉପଯୋଗକୁ ଦୃଷ୍ଟିରେ ରଖି, ସବୁ ଏସି ସିଟ୍‌ ଥିବା ଟ୍ରେନରେ ରିହାତି ଭଡ଼ା ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜୋନ୍‌ ସ୍ତରୀୟ ରେଳବାଇକୁ କ୍ଷମତା ଦେବା ନିମନ୍ତେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ରିହାତି ଭଡ଼ା ଯୋଜନାର ପ୍ରଯୁଜ୍ୟତା:

ଅନୁଭୂତି ଓ ଭିଷ୍ଟାଡୋମ୍‌ କୋଚ୍‌ ସମେତ ଏସି ଯାତ୍ରା ସୁବିଧା ଥିବା ସବୁ ଟ୍ରେନର ଏସି ଚେୟାର କାର୍‌ ଏବଂ ଏଗ୍‌ଜିକ୍ୟୁଟିଭ୍‌ ଶ୍ରେଣୀରେ ରିହାତି ଯୋଜନା ଲାଗୁ ହେବ।

ମୂଳ ଭଡ଼ା ଉପରେ ସର୍ବାଧିକ 25% ପର୍ଯ୍ୟନ୍ତ ରିହାତି ସୁବିଧା ମିଳିବ। ଟିକେଟ ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ସର୍ଚ୍ଚାର୍ଜ, ଜିଏସଟି ଆଦି ଅନ୍ୟାନ୍ୟ ପ୍ରଯୁଜ୍ୟ ଶୁଳ୍କ ପୃଥକ ଭାବେ ଲାଗୁ ହେବ। ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟାକୁ ଆଧାର କରି ଯେକୌଣସି କିମ୍ବା ସବୁ ଶ୍ରେଣୀରେ ରିହାତି ପ୍ରଦାନ କରାଯିବ।

ବିଗତ 30 ଦିନ ମଧ୍ୟରେ 50%ରୁ କମ୍‌ (ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିମ୍ବା କିଛି ନିର୍ଦ୍ଦିଷ୍ଟ ପର୍ଯ୍ୟାୟ/ଭାଗରେ) ଯାତ୍ରୀ ଥିବା ଶ୍ରେଣୀର ଟ୍ରେନଗୁଡ଼ିକ ଉପରେ ବିଚାର କରାଯିବ। ରିହାତିର ମାତ୍ରା ନିର୍ଦ୍ଧାରଣ କରିବା ସମୟରେ ପରିବହନର ପ୍ରତିଦ୍ୱନ୍ଦ୍ୱିତା ମାଧ୍ୟମକୁ ଭଡ଼ାର ମାପଦଣ୍ଡ ଭାବେ ଗ୍ରହଣ କରାଯିବ।

ଯାତ୍ରାର ପ୍ରଥମ ପର୍ଯ୍ୟାୟ ଏବଂ/କିମ୍ବା ଶେଷ ପର୍ଯ୍ୟାୟ ଏବଂ/କିମ୍ବା ମଧ୍ୟବର୍ତ୍ତୀ ଭାଗ ଏବଂ କିମ୍ବା ଯାତ୍ରାରୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଯେକୌଣସି ସମୟ ପାଇଁ ଦିଆଯାଇପାରିବ। ତେବେ ସେହି ପର୍ଯ୍ୟାୟ/ଭାଗ/ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ଯଦି 50%ରୁ କମ୍‌ ହୋଇଥାଏ ତା’ହେଲେ ରିହାତି ପ୍ରଦାନ କରାଯିବ।

ରିହାତି ଦରକୁ ତତ୍କାଳ ପ୍ରଭାବରେ ଲାଗୁ କରାଯିବ। ପୂର୍ବରୁ ଟିକେଟ୍‌ ବୁକ୍‌ କରିସାରିଥିବା ଯାତ୍ରୀଙ୍କ ଭଡ଼ା ଫେରସ୍ତ କରାଯିବ ନାହିଁ।

ଟ୍ରେନ୍‌ ଯେଉଁ ଷ୍ଟେସନରୁ ଯାତ୍ରା ଆରମ୍ଭ କରୁଛି ସମ୍ପୃକ୍ତ ଜୋନର ପିସିସିଏମଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ଅବଧିରେ ଏଭଳି ରିହାତିକୁ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। କେବଳ ସର୍ତ୍ତ ହେଉଛି, ଯୋଜନା ଯେଉଁ ଯାତ୍ରା ତାରିଖରେ କାର୍ଯ୍ୟକାରୀ ହେବ ସେବେଠାରୁ ସର୍ବାଧିକ 6 ମାସ ଅବଧି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ସମ୍ପୂର୍ଣ୍ଣ ଅବଧି କିମ୍ବା ଅଳ୍ପ କିଛି ଅବଧି ଅଥବା ମାସ ଆଧାରରେ କିମ୍ବା ଋତୁ ଆଧାରରେ କିମ୍ବା ସାପ୍ତାହିକ ଦିନ/ସପ୍ତାହାନ୍ତ ପାଇଁ ରିହାତି ଭଡ଼ା ସୁବିଧା ମିଳିପାରେ। ତେବେ ଉପରୋକ୍ତ ଅବଧିର ଚାହିଦା ସ୍ଥିତିକୁ ଦେଖି ରିହାତି ନିମ୍ପର୍କରେ ନିଷ୍ପତ୍ତି ନିଆଯିବ।

ଆନ୍ତଃଜୋନ୍‌ ଓ-ଡି ଯୋଡ଼ା/ଗସ୍ତବ୍ୟ ସ୍ଥଳୀ ଥିବା ଟ୍ରେନ ପାଇଁ ଅନ୍ୟ ଜୋନ୍‌ ରେଳବାଇ/ପରିଚାଳନା ନିର୍ଦ୍ଦେଶକ କିମ୍ବା କେଆରସିଏଲ ମାମଲାରେ ସିଓଏମ/ସିସିଏମଙ୍କ ସହିତ ବିଚାରବିମର୍ଶ କରାଯାଇ ରିହାତି ଭଡ଼ା ସୁବିଧା ଦିଆଯିବ।

ଆଗକୁ ନିୟମିତ ଭାବେ ଅଧିକ ସମୀକ୍ଷା କରାଯିବ ଏବଂ ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରିହାତିକୁ ପରିବର୍ତ୍ତନ/ସମ୍ପ୍ରସାରଣ/ପ୍ରତ୍ୟାହାର କରାଯାଇପାରେ।

ଯଦି ରିହାତିରେ ପରିବର୍ତ୍ତନ/ଯୋଜନାର ଉଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନିଆଯାଉଛି, ତା’ହେଲେ ଏହି ନିଷ୍ପତ୍ତି ମଧ୍ୟ ତତ୍କାଳ ପ୍ରଭାବରେ ଲାଗୁ ହୋଇପାରେ। ତେବେ ପୂର୍ବରୁ ବୁକ୍‌ ହୋଇଥିବା ଯାତ୍ରୀଙ୍କ ଟିକେଟ୍‌ ଉପରେ ଅଧିକ ଭଡ଼ା ଲାଗୁ କିମ୍ବା ସଂଗ୍ରହ କରାଯିବ ନାହିଁ।

ଯେଉଁସବୁ ଟ୍ରେନରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ପାଇଁ ଫ୍ଲେକ୍ସି ଭଡ଼ା ଯୋଜନା ଲାଗୁ ହୋଇଥାଏ ଏବଂ ଯାତ୍ରୀ ସଂଖ୍ୟା କମ ଥାଏ, ସେଥିରେ ଯାତ୍ରୀଙ୍କ ସଂଖ୍ୟା ବଢ଼ାଇବା ଲାଗି ପଦକ୍ଷେପ ସ୍ୱରୂପ ପ୍ରାରମ୍ଭରେ ଫ୍ଲେକ୍ସି ଭଡ଼ା ଯୋଜନାକୁ ପ୍ରତ୍ୟାହାର କରାଯାଇପାରେ। ଯଦି ଏହା ଫଳରେ ଯାତ୍ରୀଙ୍କ ସଂଖ୍ୟା ବଢ଼ୁନାହିଁ, ତା’ହେଲେ ରିହାତି ଯୋଜନା ସେହି ସବୁ ଟ୍ରେନ/ଶ୍ରେଣୀରେ ଲାଗୁ ହେବ।

ପିଟିଓ ଉପରେ ଟିକେଟ/ରେଳ ପାସ/ରିହାତି ଭାଉଚର/ବିଧାୟକ/ପୂର୍ବତନ ବିଧାୟକଙ୍କ କୁପନ/ୱାରେଣ୍ଟ/ସାଂସଦ/ପୂର୍ବତନ ସାଂସଦ/ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଲାଗୁ ହେଉଥିବା କମ୍‌ ଭଡ଼ା ମୂଳ ଶ୍ରେଣୀ ୱାରୀ ଭଡ଼ାରେ ବୁକ୍‌ ହେବ ଏବଂ ଏଥିରେ କୌଣସି ରିହାତି ମିଳିବ ନାହିଁ।

ଯଦି ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ତା’ହେଲେ ସେପରି ଟ୍ରେନ ପାଇଁ ନିର୍ଦ୍ଧାରିତ ଅବଧି ପାଇଁ ତତ୍କାଳ କୋଟା ଲାଗୁ ହେବ ନାହିଁ। ଆହୁରି ଟ୍ରେନର ଆଂଶିକ ଯାତ୍ରା ପାଇଁ ଯଦି ରିହାତି ପ୍ରଦାନ କରାଯାଉଛି ତା’ହେଲେ ଯେଉଁ ଆଂଶିକ ଭାଗ ପାଇଁ ରିହାତି ପ୍ରଦାନ କରାଯାଉଛି ସେହି ଭାଗ ପାଇଁ ତତ୍କାଳ କୋଟା ଲାଗୁ ହୋଇନପାରେ।

ପ୍ରଥମ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ଏବଂ ବର୍ତ୍ତମାନର ବୁକିଂ ସମୟରେ ବୁକ୍‌ ହୋଇଥିବା ଟିକେଟ ପାଇଁ ରିହାତି ପ୍ରଦାନ କରାଯିବ। ଟିଟିଇଙ୍କ ଦ୍ୱାରା ବୋର୍ଡ ହେବା ସମୟରେ ମଧ୍ୟ ରିହାତି ଲାଗି ଅନୁମତି ଦିଆଯାଇପାରେ।

ଛୁଟିଦିନ/ପର୍ବପର୍ବାଣୀ ସ୍ୱତନ୍ତ୍ର ଆଦି ଟ୍ରେନ୍‌ ଭାବେ ଚଳାଚଳ କରୁଥିବା ସ୍ୱତନ୍ତ୍ର ରେଳଗାଡ଼ି ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ ନାହିଁ।

ଏହି ଯୋଜନାର ବ୍ୟବସ୍ଥା 1 ବର୍ଷର ଅବଧି ପର୍ଯ୍ୟନ୍ତ ଲାଗୁ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀକୁ ସମ୍ପ୍ରସାରିତ

ଭୁବନେଶ୍ୱର: ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସକୁ 15 ମଇ 2023 ଠାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

12892 ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀ ଠାରୁ ଅପରାହ୍ନ 4ଘ.20ମି ରେ ଛାଡି ରାତ୍ରି 11ଘ.05ମି ରେ ବାଙ୍ଗିରିପୋଷି ଠାରେ ପହଞ୍ଚିବ। ଫେରିବା ମାର୍ଗରେ, 12891 ବାଙ୍ଗିରିପୋଷି – ଭୁବନେଶ୍ୱର ଏକ୍ସପ୍ରେସ ବାଙ୍ଗିରିପୋଷିରୁ ଭୋର 4ଘ.20ମି ରେ ଛାଡି ପୁରୀ ଠାରେ ପୂର୍ବାହ୍ନ 11ଘ.05ମି ରେ ପହଞ୍ଚିବ।

ଭୁବନେଶ୍ୱର ଏବଂ ପୁରୀ ମଧ୍ୟରେ ସମ୍ପ୍ରସାରିତ ପଥରେ ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ସାକ୍ଷୀଗୋପାଳ ଷ୍ଟେସନ ମାନଙ୍କଠାରେ ରହଣି କରିବ।

ଭୁବନେଶ୍ୱର ଏବଂ ବାଙ୍ଗିରିପୋଷି ମଧ୍ୟରେ ଏହି ଟ୍ରେନ୍ ପାଇଁ ସମୟ ଏବଂ ନିର୍ଦ୍ଧାରିତ ଷ୍ଟପେଜ୍ ଉଭୟ ଦିଗରୁ ଅପରିବର୍ତ୍ତିତ ରହିବ।

Categories
ଆଜିର ଖବର ଜାତୀୟ ଖବର

ଆରପିଏଫ୍‍ରେ ୨୦୦୦୦ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ବିଷୟରେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ସୋସିଆଲ ଏବଂ ପ୍ରିଣ୍ଟ ମିଡିଆରେ ଆରପିଏଫରେ ୨୦୦୦୦ କନଷ୍ଟେବଳ ପଦବୀରେ ନିଯୁକ୍ତି ବିଷୟରେ ଏକ ମିଥ୍ୟା ବାର୍ତ୍ତା ପ୍ରଚାର କରାଯାଉଛି।

ସମସ୍ତଙ୍କ ଅବଗତି ପାଇଁ ଏହା ସୂଚିତ କରାଯାଇଛି ଯେ, ଆରପିଏଫ କିମ୍ବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ଅଫିସିଆଲ ୱେବସାଇଟରେ କିମ୍ବା କୌଣସି ମୁଦ୍ରଣ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ବିଜ୍ଞାପନ ପ୍ରଦାନ କରାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ମଦଦ ପୋର୍ଟାଲରେ ଅଭିଯୋଗ ପରେ ଟ୍ରେନରେ ଛାଡିଯାଇଥିବା ବ୍ୟାଗ ଫେରିପାଇଲେ ଯାତ୍ରୀ

ଭୁବନେଶ୍ବର: ସମ୍ବଲପୁର – ରାୟଗଡା ଇଣ୍ଟର ସିଟି ଏକ୍ସପ୍ରେସରେ ବରପାଲିରୁ କେସିଙ୍ଗା ଯାତ୍ରା କରୁଥୁବା ବିମଲ କୁମାର ବିଦ୍ୟାଧର ନାମକ ଏକ ଯାତ୍ରୀ ଆଜି ରେଳ ମଦଦ ପୋର୍ଟାଲ ଦ୍ୱାରା ତାଙ୍କର ବ୍ୟାଗ ଛାଡିଯାଇଥିବା ଅଭିଯୋଗ କରିଥିଲେ।

ରେଳବାଇ ଏହି ଅଭିଯୋଗ ଆଧାରରେ ତତକ୍ଷଣ କାର୍ଯ୍ୟକାରୀ କରି ଶ୍ରୀ ବିଦ୍ୟାଧରଙ୍କୁ ତାଙ୍କର ବ୍ୟାଗ ଖୋଜିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବ। ଏହା ପରେ ମୁନିଗୁଡା ଓ ସମ୍ବଲପୁର ରେଳବାଇ ସୁରକ୍ଷା ବଳ ଅଧୁକାରୀମାନଙ୍କୁ ଏହି ସମ୍ବନ୍ଧରେ ଅବଗତ କରାଯାଇଥିଲା। ପରେ ମୁନିଗୁଡା ସ୍ଥିତ ଆରପିଏଫ ଦଳ ଟ୍ରେନରେ ଖୋଜିବା ଆରମ୍ଭ କରି ଛାଡିଯାଇଥିବା ବ୍ୟାଗକୁ ନିଜ ଅକ୍ତିଆରକୁ ନେଇ ସଠିକ ଯାଞ୍ଚ ପରେ ଯାତ୍ରୀଙ୍କୁ ତାଙ୍କ ଛାଡିଯାଇଥିବା ବ୍ୟାଗକୁ ହସ୍ତାନ୍ତର କରିଥିଲେ।

ଯାତ୍ରୀ ତାଙ୍କ ବ୍ୟାଗ ଫେରିପାଇ ରେଳ ମନ୍ତ୍ରଣାଳୟ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅଭିଯୋଗର ତ୍ୱରିତ କାରବାଇ ପାଇଁ ଧନ୍ୟବାଦ ଦେବା ସହିତ ଯାତ୍ରୀମାନଙ୍କ ପାଇଁ ଏହି ପୋର୍ଟାଲ ବିକଶିତ କରିଥିବାରୁ ଭୁୟସୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଭାରତ ଗୌରବ ଟ୍ରେନ ମାଧ୍ୟମରେ ଜଗନ୍ନାଥ ଯାତ୍ରା ରେଳ ଟୁର ପ୍ୟାକେଜ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ଆଇଆରସିଟିସି ଲିମିଟେଡ୍ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ “ଦେଖୋ ଆପ୍ନା ଦେଶ” ପଦକ୍ଷେପ ଅନୁଯାୟୀ ଏକ ସ୍ୱତନ୍ତ୍ର ଟ୍ରେନ ଯାତ୍ରା ଶ୍ରୀ ଜଗନ୍ନାଥ ଯାତ୍ରା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍ ଚଳାଇବାକୁ ଯାଉଛି। ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ଉତ୍ତରପ୍ରଦେଶ, ବିହାର, ଝାରଖଣ୍ଡ ଏବଂ ଓଡ଼ିଶା ରାଜ୍ୟଗୁଡିକର କେତେକ ପ୍ରମୁଖ ତୀର୍ଥଯାତ୍ରା ଏବଂ ଐତିହ୍ୟ ସ୍ଥଳକୁ ଅନ୍ତର୍ଭୁକ୍ତ କରିବ।

ଅତ୍ୟାଧୁନିକ ଏସି ରେକ୍ ସହିତ ଏହି ଟୁରିଷ୍ଟ ଟ୍ରେନ୍ 25 ଜାନୁୟାରୀ 2023 ରେ ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନରୁ ଆରମ୍ଭ ହୋଇ 1 ଫେବୃଆରୀ 2023 ରେ ଯାତ୍ରା ସମାପ୍ତ କରିବ। ଏହି ସମୟ ମଧ୍ୟରେ ତୀର୍ଥଯାତ୍ରୀମାନେ ଭାରତର ଚାରି ଧାମ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବେ। ଏହା ବ୍ୟତୀତ ବାରଣାସୀ, ବୈଦ୍ୟନାଥ ଧାମ ଏବଂ ଗୟା ପରିଦର୍ଶନ ମଧ୍ୟ ଏହି ଯାତ୍ରାର ଆକର୍ଷଣର କେନ୍ଦ୍ର ରହିବ।

ଏହି ଟ୍ରେନରେ ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ ତୁଣ୍ଡଲା, ଇଟାୱା, କାନପୁର ଏବଂ ଲକ୍ଷ୍ନୋ ଷ୍ଟେସନରେ ବୋର୍ଡିଂ/ଚଢିବା/ଓହ୍ଲାଇବାର ବିକଳ୍ପ ମଧ୍ୟ ପାଇବେ।

07 ରାତ୍ରି / 08 ଦିନର ଟୁରିଷ୍ଟ ଟ୍ରେନ୍ ଯାତ୍ରା ପ୍ରାଚୀନ ପବିତ୍ର ସହର ବାରାଣାସୀରେ ଏହାର ପ୍ରଥମ ପରିଭ୍ରମଣ କରାଇବ, ଯେଉଁଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର ଜ୍ୟୋତିର୍ଲିଙ୍ଗ ଏବଂ ଗଙ୍ଗା ଘାଟ ଏବଂ ଆରତୀ କରିଡର ଦେଇ ପରିଦର୍ଶନ କରାଯିବ।  ବାରଣାସୀ ପରେ ଟ୍ରେନ୍ ଝାଡଖଣ୍ଡର ଜସିଡିହ ରେଳ ଷ୍ଟେସନକୁ ଯିବ, ଯେଉଁଠାରେ ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ଜ୍ୟୋତିର୍ଲିଙ୍ଗ ମନ୍ଦିର ପରିଦର୍ଶନ କରିପାରିବେ। ଜସିଡିହ ପରେ ଟ୍ରେନ୍ ପୁରୀ ଅଭିମୁଖେ ଯାତ୍ରା କରିବ, ଯେଉଁଠାରେ ପର୍ଯ୍ୟଟକମାନେ ହୋଟେଲରେ ଦୁଇ ରାତି ରହିବାର ବ୍ୟବସ୍ଥା କରାଯିବ। ପୁରୀରେ ପର୍ଯ୍ୟଟକମାନେ ଜଗନ୍ନାଥ ମନ୍ଦିର, ଗୋଲଡେନ୍ ପୁରୀ ବିଚ୍, କୋଣାର୍କରେ ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ୱରରେ ମନ୍ଦିର ପରିଦର୍ଶନ କରିବେ। ପୁରୀ ଯାତ୍ରା ସମାପ୍ତ ପରେ ଶେଷ ଗନ୍ତବ୍ୟସ୍ଥଳ ହେଉଛି ଗୟା ଯେଉଁଠାରେ ବିଷ୍ଣୁପଦ ମନ୍ଦିର ପରିଦର୍ଶନ କରାଯିବ। ଏହି ଟ୍ରେନ୍ 8 ଦିନ ଯାତ୍ରା ପରେ ଫେବୃଆରୀ 1, 2023 ରେ ଦିଲ୍ଲୀକୁ ଫେରିବ।

ଏହି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ପର୍ଯ୍ୟଟନ ଟ୍ରେନରେ ଏଗାର ଟି ତୃତୀୟ ଏସି କୋଚ୍, ଗୋଟିଏ ପ୍ୟାଣ୍ଟ୍ରି କାର୍ ଏବଂ ଦୁଇଟି SLR ଉପଲବ୍ଧ ଅଛି। ସୁସଜ୍ଜିତ ଆଧୁନିକ ପାନ୍ଟ୍ରି କାରରୁ ସତେଜ ରନ୍ଧା ଶାକାହାରୀ ଖାଦ୍ୟ ଟ୍ରେନରେ ନିଜ ନିଜ ଆସନରେ ଅତିଥିମାନଙ୍କୁ ଦିଆଯିବ।  ଏହି ଟ୍ରେନରେ ଯାତ୍ରୀମାନଙ୍କ ମନୋରଞ୍ଜନ ତଥା ଜନସାଧାରଣଙ୍କ ଘୋଷଣା ପାଇଁ ଏକ ସୂଚନା ବ୍ୟବସ୍ଥା ସହିତ ସୁସଜ୍ଜିତ କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ସ୍ୱଚ୍ଛ ଶୌଚାଳୟ ଠାରୁ ଆରମ୍ଭ କରି ସିସିଟିଭି କ୍ୟାମେରା ଏବଂ ପ୍ରତ୍ୟେକ କୋଚ୍ ପାଇଁ ସୁରକ୍ଷାକର୍ମୀ ପର୍ଯ୍ୟନ୍ତ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ମଧ୍ୟ ପ୍ରଦାନ କରାଯାଇଛି।

ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ “ଦେଖୋ ଅପନା ଦେଶ” ପଦକ୍ଷେପ ଅନୁଯାୟୀ ଆଇଆରସିଟିସି ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଆରମ୍ଭ କରାଯାଇଛି। ଭାରତ ଗୌରବ ଟ୍ରେନ୍ ଯୋଜନା ଅଧୀନରେ ରେଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳ ପ୍ରାୟ 33% ରିହାତି ପ୍ରଦାନ କରୁଛି। ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ 17655 /- ରୁ ଆରମ୍ଭ କରି, ଏହି ପ୍ୟାକେଜରେ ତୃତୀୟ ଏସିରେ ଟ୍ରେନ୍ ଯାତ୍ରା, ଏସି ହୋଟେଲରେ ରାତି ରହିବା, ପୂର୍ଣ୍ଣ ଭୋଜନ (କେବଳ ଶାକାହାରୀ), ସମସ୍ତ ବସ୍ ଏବଂ ଦର୍ଶନୀୟ ସ୍ଥାନ ସ୍ଥାନାନ୍ତର, ଭ୍ରମଣ ବୀମା ଏବଂ ଗାଇଡ୍ ସେବା ଇତ୍ୟାଦି ଅନ୍ତର୍ଭୁକ୍ତ। ଏହା ସହିତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ସତର୍କତାମୂଳକ ପଦକ୍ଷେପ ପ୍ରଦାନ କରାଯିବ ଏବଂ ଅତିଥିମାନଙ୍କ ପାଇଁ ଏକ ନିରାପଦ ତଥା ସ୍ମରଣୀୟ ଅଭିଜ୍ଞତା ପ୍ରଦାନ କରିବାକୁ IRCTC ଚେଷ୍ଟା କରିବ।

ଲୋକମାନେ ବହୁଳ ଭାବେ ଏହି ପ୍ୟାକେଜ୍ ଲାଭ ଉଠାଇବାପାଇଁ IRCTC ପେଟିଏମ୍ ଏବଂ ରେଜରପେ ପେମେଣ୍ଟ ଗେଟୱେ ସହିତ ନିବନ୍ଧନ ହୋଇଛି। ପେମେଣ୍ଟ କରିବାକୁ ଉପଭୋକ୍ତା 3, 6, 9, 12, 18 କିମ୍ବା 24 ମାସ EMI ର ବିକଳ୍ପ ପାଇବେ। ଏହି EMI ଡେବିଟ୍ / କ୍ରେଡିଟ୍ କାର୍ଡ ମାଧ୍ୟମରେ ପ୍ରଦାନ କରାଯାଇପାରିବ। ଅଧିକ ବିବରଣୀ ପାଇଁ, ଆପଣ IRCTC ୱେବସାଇଟ୍ www.irctctourism.com ପରିଦର୍ଶନ କରିପାରିବେ କିମ୍ବା IRCTC ମୋବାଇଲ୍ ନମ୍ବର 8287930749 ଏବଂ 8287930712 ସହିତ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ରେଳ ମନ୍ତ୍ରୀଙ୍କ ନୂଆ ରେଳ ସେବା କାଶୀ ତାମିଲ ସଂଗମମ ଏକ୍ସପ୍ରେସ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାଶୀ ତାମିଲ ସଂଗମମକୁ ସ୍ମରଣୀୟ କରିବା ପାଇଁ କାଶୀ ଠାରୁ ତାମିଲନାଡୁ ମଧ୍ୟରେ ଏକ ନୂଆ ରେଳ ସେବା କାଶୀ ତାମିଲ ସଙ୍ଗମମ ଏକ୍ସପ୍ରେସ ଘୋଷଣା କରିଛନ୍ତି। କାଶୀ ତାମିଲ ସଂଗମମ ଦେଖିବାକୁ ତାମିଲନାଡୁରୁ ଆସିଥିବା ପ୍ରତିନିଧିମାନଙ୍କ ସହ ସେ ଆଲୋଚନା କରିବା ସହ ବାରଣାସୀ ଜଙ୍କସନ ରେଳ ଷ୍ଟେସନର ପୁନଃବିକାଶ ଯୋଜନା ମଧ୍ୟ ସମୀକ୍ଷା କରିଛନ୍ତି।

ପ୍ରତିନିଧିମାନଙ୍କ ଅଷ୍ଟମ ବ୍ୟାଚ ସହ ଶ୍ରୀ ବୈଷ୍ଣବ ଆଲୋଚନା କରିଛନ୍ତି। ପ୍ରତିନିଧିମାନେ ନିଜ ଯାତ୍ରା ଅଭିଜ୍ଞତା ଓ ଉନ୍ନତ ଆତିଥେୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସହାୟତା କରିଥିବା ରେଳ ମନ୍ତ୍ରଣାଳୟ ଓ ଆଇଆରସିଟିସି ଟିମକୁ ପ୍ରଶଂସା କରିଛନ୍ତି। ଏପରି ମାନବୀୟ ଆଦାନପ୍ରଦାନ ଦ୍ୱାରା ପରମ୍ପରା, ଜ୍ଞାନ ଓ ସଂସ୍କୃତି ଘନିଷ୍ଠ ହେବ, ପରସ୍ପରର ଐତିହ୍ୟକୁ ବୁଝିବା ସହଜ ହେବ ଏବଂ ଦୁଇ ଅଞ୍ଚଳର ଲୋକଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ ବୋଲି କହିଛନ୍ତି।

ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଶ୍ରୀ ବୈଷ୍ଣବ କାଶୀ ଓ ତାମିଲନାଡୁ ମଧ୍ୟରେ ନୂଆ ରେଳ ସେବା କାଶୀ ତାମିଲ ସଙ୍ଗମମ ଏକ୍ସପ୍ରେସ ଘୋଷଣା କରିଛନ୍ତି। ଏହି ସେବା ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ବାରଣାସୀ ଜଙ୍କସନ ରେଳ ଷ୍ଟେସନର ପୁନଃବିକାଶ ଯୋଜନାଗୁଡିକୁ ସମୀକ୍ଷା କରିଛନ୍ତି। ଭବିଷ୍ୟତର ଯାତ୍ରୀ ଯାତାୟତକୁ ଦୃଷ୍ଟିରେ ରଖି ଷ୍ଟେସନ ପୁନଃବିକାଶ ଯୋଜନା ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଛନ୍ତି।

ବାରଣାସୀ ଜଙ୍କସନ ରେଳ ଷ୍ଟେସନ ପରିଦର୍ଶନ ବେଳେ ମନ୍ତ୍ରୀ କହିଛନ୍ତି ଏହି ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ବିକଶିତ କରିବା ରେଳ ଷ୍ଟେସନଗୁଡିକ ବିମାନ ବନ୍ଦର ଟର୍ମିନାଲ ଭଳି ଦେଖାଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ଅନୁରୂପ। ଏହି ଷ୍ଟେସନକୁ ବିଶ୍ୱର ସର୍ବଶ୍ରେଷ୍ଠ ରେଳ ଷ୍ଟେସନରେ ପରିଣତ କରିବାକୁ ପ୍ରାୟ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ପୁନଃବିକାଶ କରାଯିବ। ବାରଣାସୀ ସହରର ଷ୍ଟେସନଗୁଡିକରେ ଯାତ୍ରୀ ଭିଡ କମାଇବା ପାଇଁ ଏହି ଅଞ୍ଚଳର ସମସ୍ତ ରେଳ ଷ୍ଟେସନର ସମନ୍ୱିତ ବିକାଶ କରାଯିବ। ସେହିପରି ଯାତ୍ରୀମାନଙ୍କୁ ଆଧୁନିକ ସୁବିଧାସୁଯୋଗ ପ୍ରଦାନ କରିବା ପାଇଁ ଶୀଘ୍ର ବନ୍ଦେ ଭାରତ ସ୍ଲିପର ନିର୍ମାଣ ଆରମ୍ଭ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାଶୀ ତାମିଲ ସଂଗମମ କାର୍ଯ୍ୟକ୍ରମ ଏକ ମାସ ଧରି ଚାଲିଥିଲା। ଏହି ଉତ୍ସବ ଦେଖିବା ପାଇଁ ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିମାନଙ୍କୁ କାଶୀ ଆମନ୍ତ୍ରିତ କରାଯାଇଥିଲା। ରେଳ ମନ୍ତ୍ରଣାଳୟ ଓ ଆଇଆରସିଟିସି ଆମନ୍ତ୍ରିତ ପ୍ରତିନିଧିମାନଙ୍କୁ କାଶୀ, ପ୍ରୟାଗରାଜ ଓ ଅଯୋଧ୍ୟା ଭ୍ରମଣ କରାଇବା ସହ ଆତିଥ୍ୟ ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍

ଭୁବନେଶ୍ଵର: ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଏହି ଟ୍ରେନ ର ନିୟମିତ ସେବା ଜସିଡ଼ିହ ଠାରୁ ସେପ୍ଟେମ୍ବର ମାସ ୩୦ ତାରିଖରୁ ଏବଂ ଏସଏମଭିଟି ବେଙ୍ଗାଲୁରୁ ଅକ୍ଟୋବର ମାସ ୨ ତାରିଖ ଠାରୁ କରାଯିବ। ୨୨୩୦୬ ଜସିଡିହ-ଏସଏମଭିଟି ବେଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ଜସିଡିହରୁ ସକାଳ ୦୬ ଘ.୩୦ ମି.ରେ ବେଙ୍ଗାଲୁରୁ ଯାତ୍ରା କରିବ। ଫେରିବା ମାର୍ଗରେ ୨୨୩୦୫ ସଏମଭିଟି ବେଙ୍ଗାଲୁରୁ-ଜସିଡିହ ସୁପର ଫାଷ୍ଟ ଏକ୍ସପ୍ରେସ ସଏମଭିଟି ବେଙ୍ଗାଲୁରୁରୁ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ଛାଡି ଜସିଡ଼ିହ ଯାତ୍ରା କରିବ।

ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଷ୍ଟେସନ ମାନଙ୍କ ଠାରେ ରହଣି କରିବାକୁ ଥିବାବେଳେ ଉଭୟ ପାର୍ଶ୍ୱରୁ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ଆସାନସୋଲ୍, ଦୁର୍ଗାପୁର, ବର୍ଦ୍ଧମାନ, ଖଡ଼ଗ୍ପୁର, ବାଲେଶ୍ୱର, ନେଲୋର, ପେରମ୍ବୁର, କାଟପାଡି ଏବଂ ଜୋଲାରପେଟାଇ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କ ଠାରେ ରହଣି କରିବ।

ଏହି ଟ୍ରେନ ଗଠନରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି, ଚାରିଟି ଏସି-୨ ଟାୟାର, ୧୦ ଟି ଏସି -୩ ଟାୟାର, ଦୁଇଟି ସ୍ଲିପର କ୍ଲାସ, ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ପ୍ୟାଣ୍ଟ୍ରି କାର ଏବଂ ଦୁଇଟି ଗାର୍ଡ, ଲଗେଜ୍ ତଥା ଜେନେରେଟର କାର ଉପଲବ୍ଧ ଅଛି।

ଉଦ୍ଘାଟନୀ ଯାତ୍ରାରେ ଏହି ଟ୍ରେନ ଏକ ବିଶେଷ ଟ୍ରେନ ଭାବେ ଜସିଡ଼ିହ ଠାରୁ ୨୩.୦୯.୨୦୨୨ ଅପରାହ୍ନ ୩ ଘ. ୩୦ମି.ରେ ଯାତ୍ରା ଶୁଭାରମ୍ଭ କରି ଏସଏମଭିଟି ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାତ୍ରା କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପିଏମ ଗତିଶକ୍ତି ଭିତ୍ତିଭୂମି ଲାଗୁ କରିବା ପାଇଁ ଦୀର୍ଘକାଳୀନ ଲିଜରେ ଦିଆଯିବ ରେଳବାଇ ଜମି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପିଏମ ଗତିଶକ୍ତି ଭିତ୍ତିଭୂମିକୁ ଲାଗୁ କରିବା ଲାଗି ରେଳବାଇ ଜମି ନୀତିରେ ସଂଶୋଧନ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କାର୍ଗୋ ସମ୍ବନ୍ଧୀୟ ଗତିବିଧି, ଜନ ଉପଯୋଗିତା ଏବଂ ରେଳବାଇର ବିଶେଷ ଉପଯୋଗ ନିମନ୍ତେ ଦୀର୍ଘକାଳୀନ ଭିତ୍ତିରେ ରେଳବାଇର ଜମିକୁ ଲିଜରେ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି।

ପ୍ରଭାବ:

ଏହାଦ୍ବାରା ଅଧିକ କାର୍ଗୋ ଆକୃଷ୍ଟ କରିବା ଲାଗି ରେଳବାଇକୁ ସହାୟତା ମିଳିବ, ମାଲ ପରିବହନ କ୍ଷେତ୍ରରେ ରେଳବାଇର ଭାଗିଦାରୀ ବଢ଼ିବ ଏବଂ ଏହାଦ୍ବାରା ଏହି ଉଦ୍ୟୋଗର ଲଜିଷ୍ଟିକ୍ସ ଖର୍ଚ୍ଚ କମିବ।

ରେଳବାଇକୁ ଅଧିକ ରାଜସ୍ବ ମଧ୍ୟ ମିଳିବ।

ଜନ ଉପଯୋଗିତା ସୁବିଧା ବା ପବ୍ଲିକ ୟୁଟିଲିଟୀଜ୍‌ ପାଇଁ ମଞ୍ଜୁରି ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ କରାଯାଇଥିବା ପରିକଳ୍ପନାକୁ ଏହା ସାକାର କରିବ। ବିଦ୍ୟୁତ, ଗ୍ୟାସ, ପାଣି ଯୋଗାଣ, ଦୂରସଞ୍ଚାର କେବୁଲ, ସିୱେଜ ପରିଚାଳନା, ନାଳ ତିଆରି, ଅପ୍ଟିକାଲ ଫାଇବର କେବଲ, ପାଇପଲାଇନ, ସଡ଼କ, ଫ୍ଲାଇଓଭର, ବସ ଟର୍ମିନାଲ, ଆଞ୍ଚଳିକ ରେଳ ପରିବହନ, ସହରାଞ୍ଚଳ ପରିବହନ ଭଳି ଜନଉପଯୋଗିତାକୁ ସମନ୍ବିତ ଢଙ୍ଗରେ ବିକଶିତ କରିବାରେ ସହାୟତା ମିଳିପାରିବ।

ଏହି ନୀତିଗତ ସଂଶୋଧନ ଫଳରେ ପାଖାପାଖି ୧.୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଆର୍ଥିକ ପରିଣାମ:

ଏହାର କୌଣସି ଅତିରିକ୍ତ ଖର୍ଚ୍ଚ ହେବ ନାହିଁ । ଜମି ଲିଜ୍‌ରେ ଦେବାର ନୀତିକୁ କୋହଳ କରିବା ଫଳରେ ସବୁ ଅଂଶୀଦାର/ସେବା ପ୍ରଦାନକାରୀ/ଅପରେଟରଙ୍କ ପାଇଁ ଅଧିକ କାର୍ଗୋ ସମ୍ବନ୍ଧୀୟ ସୁବିଧା ପ୍ରତିଷ୍ଠା କରିବାର ମାର୍ଗ ପ୍ରଶସ୍ତ ହେବ। ରେଳବାଇ ପାଇଁ ଅତିରିକ୍ତ କାର୍ଗୋ ଯାତାୟାତ ଏବଂ ମାଲ ପରିବହନ ରାଜସ୍ବ ସୃଷ୍ଟି ହେବ।

ଲାଭ:

ଏହି ନୀତିଗତ ସଂଶୋଧନ ଫଳରେ ପାଖାପାଖି ୧.୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବିବରଣୀ:

ରେଳବାଇର ଏହି ସଂଶୋଧିତ ଜମି ନୀତି ଫଳରେ ମୌଳିକ ଭିତ୍ତିଭୂମି ଏବଂ ଅଧିକ କାର୍ଗୋ ଟର୍ମିନାଲଗୁଡ଼ିକର ଏକୀକୃତ ବିକାଶ ସମ୍ଭବ ହୋଇପାରିବ।

ଏହି ନୀତି ମାଧ୍ୟମରେ ଜମିର ବାର୍ଷିକ ବଜାର ମୂଲ୍ୟର ୧.୫% ହାରରେ ୩୫ ବର୍ଷ ପର୍ଯ୍ୟନ୍ତ ଅବଧି ନିମନ୍ତେ କାର୍ଗୋ ସମ୍ବନ୍ଧୀୟ ଗତିବିଧି ଲାଗି ରେଳବାଇ ଜମିକୁ ଦୀର୍ଘ ଅବଧି ପାଇଁ ଲିଜରେ ପ୍ରଦାନ କରାଯିବ।

କାର୍ଗୋ ଟର୍ମିନାଲ ପାଇଁ ରେଳବାଇର ଜମି ଉପଯୋଗ କରୁଥିବା ବର୍ତ୍ତମାନର ସଂସ୍ଥାମାନଙ୍କ ପାଖରେ ପାରଦର୍ଶୀ ଓ ପ୍ରତିଯୋଗିତାମୂଳକ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନୂଆ ନୀତିର ବ୍ୟବସ୍ଥାକୁ ଆପଣାଇବାର ବିକଳ୍ପ ଉପଲବ୍ଧ ହେବ।

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୩୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ବିକଶିତ କରାଯିବ ଏବଂ ପାଖାପାଖି ୧.୨ ଲକ୍ଷ ରୋଜଗାର ସୃଷ୍ଟି ହେବ।

ଏହାଦ୍ବାରା ମାଲ ପରିବହନରେ ରେଳବାଇର ଭାଗିଦାରୀ ବଢ଼ିବ ଏବଂ ଦେଶରେ ମୋଟ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବ।

ଏହି ନୀତି ମାଧ୍ୟମରେ ଜମିର ବାର୍ଷିକ ବଜାର ମୂଲ୍ୟର ୧.୫% ହାରରେ ରେଳବାଇ ଜମି ଯୋଗାଇ ଦିଆଯାଇ ବିଦ୍ୟୁତ, ଗ୍ୟାସ, ପାଣି ଯୋଗାଣ, ସିୱେଜ ପରିଚାଳନା, ସହରୀ ପରିବହନ ଭଳି ଜନ ସୁବିଧା ପାଇଁ ଏକୀକୃତ ବିକାଶ କରାଯାଇପାରିବ। ଏହା ମାଧ୍ୟମରେ ରେଳବାଇର ଜମି ଉପଯୋଗ ଏବଂ ରାଇଟ୍‌ ଅଫ୍‌ ୱେ (ଆରଓଡବ୍ଲୁ) ଆହୁରି ସରଳ ହୋଇପାରିବ।

ଅପ୍ଟିକାଲ ଫାଇବର କେବଲ (ଓଏଫସି) ଏବଂ ଅନ୍ୟ ଛୋଟ କ୍ଷେତ୍ରଫଳ ବିଶିଷ୍ଟ ଜମି ଉପଯୋଗିତା ଲାଗି ରେଳବାଇ ଟ୍ରାକ ପାର କରିବା ଲାଗି ୧୦୦୦ ଟଙ୍କାର ଏକକାଳୀନ ଶୁଳ୍କ ନିଆଯିବ।

ଏହି ନୀତିରେ ରେଳବାଇ ଜମିରେ ସୋଲାର ପ୍ଲାଣ୍ଟ ବିଛାଇବା ପାଇଁ ନାମମାତ୍ର ଖର୍ଚ୍ଚରେ ରେଳବାଇର ଜମି ବ୍ୟବହାର କରିବାର ବ୍ୟବସ୍ଥା ରହିଛି।

ଏହି ନୀତିରେ ପ୍ରତି ଏକ ବର୍ଗମିଟର ପିଛା ବାର୍ଷିକ ୧ ଟଙ୍କାର ଶୁଳ୍କରେ ରେଳବାଇ ଜମିରେ ସାମାଜିକ ମୌଳିକ ଭିତ୍ତିଭୂମି (ଯେପିରକି ପିପିପି ଜରିଆରେ ଡାକ୍ତରଖାନା ଏବଂ କେନ୍ଦ୍ର ବିଦ୍ୟାଳୟ ସଂଗଠନ ଜରିଆରେ ବିଦ୍ୟାଳୟ)ବିକାଶକୁ ପ୍ରୋତ୍ସାହିତ କରାଯାଇଛି।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

କ୍ୟାବିନେଟ ମଞ୍ଜୁରିର ୯୦ ଦିନ ମଧ୍ୟରେ ବ୍ୟାପକ ନୀତିଗତ ଦସ୍ତାବିଜ ପ୍ରସ୍ତୁତ ଓ ଲାଗୁ କରାଯିବ।

ପିଏମ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ପରିକଳ୍ପନା କରାଯାଇଥିବା ଜନ ଉପଯୋଗିତାର ପ୍ରତିଷ୍ଠା ନିମନ୍ତେ ମଞ୍ଜୁରି ସରଳ କରାଯିବ।

ଆସନ୍ତା ପାଞ୍ଚ ମଧ୍ୟ ମଧ୍ୟରେ ୩୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ବିକଶିତ କରାଯିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପିପିପି ମାଧ୍ୟମରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଟେଣ୍ଡର ଖବର, ସ୍ପଷ୍ଟିକରଣ ଦେଲା ରେଳବାଇ

ନୂଆଦିଲ୍ଲୀ: ସରକାରୀ ଘରୋଇ ଭାଗିଦାରୀ (ପିପିପି) ମାଧ୍ୟମରେ ୧୫୦ ଯୋଡ଼ା ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରଥମ ଥର ଲାଗି ଘରୋଇ ସଂସ୍ଥା ଠାରୁ ବିଡ୍ ଆହ୍ବାନ କରାଯାଇଥିବା ସମ୍ପର୍କରେ ଏକ ପ୍ରମୁଖ ଦୈନିକ ଏବଂ ଏହାର ଡିଜିଟାଲ ସଂସ୍କରଣରେ ଖବର ପ୍ରକାଶ ପାଇଛି। ଏସବୁ ଟ୍ରେନ୍‌ରେ ଯାତ୍ରୀ ଭଡ଼ା ସମ୍ପର୍କରେ ନିଷ୍ପତ୍ତି ନେବାର ସ୍ବାଧୀନତା ଘରୋଇ ସଂସ୍ଥା ନିକଟରେ ରହିବ ବୋଲି ଏହି ଖବରରେ ଦର୍ଶାଯାଇଛି।

ମାତ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏଭଳି ବିଭ୍ରାନ୍ତିକର ଖବରକୁ ଖଣ୍ଡନ କରାଯାଇଛି। ଏଭଳି ଖବରରେ କୌଣସି ସତ୍ୟତା ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ରେଳ ମନ୍ତ୍ରଣାଳୟ ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହିଁ କିମ୍ବା ନିକଟରେ ଏପରି କୌଣସି ବିଡ୍ ଆହ୍ବାନ କରାଯାଇନାହିଁ।

ତେଣୁ ଏଭଳି ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଏବଂ ଅଂଶୀଦାରମାନେ ଏଥିପ୍ରତି ଧ୍ୟାନ ନଦେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଥଯାତ୍ରା ଅବଧି ମଧ୍ୟରେ ସନ୍ଧ୍ୟା ଦର୍ଶନ, ବାହୁଡା ଏବଂ ସୁନା ବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ରଥ ଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରିଛି। ଗୁଣ୍ଡିଚା ଯାତ୍ରା ଶେଷ ହୋଇସାରିଥିବାରୁ ସାନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଅଧିକ ଭକ୍ତଙ୍କୁ ଦୃଷ୍ଟିରେ ରଖି ରେଳବାଇ ମଧ୍ୟ ସୁନା ବେଶ ପରଦିନ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମଧ୍ୟ ଯୋଜନା କରିଛି।

ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ ଶ୍ରେଣୀ ଯାତ୍ରା ଉପଲବ୍ଧ କରାଇବାପାଇଁ ଆବଶ୍ୟକ ପଦକ୍ଷେପ ନେଇଛି।

ରଥଯାତ୍ରା ଅବଧି ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି। 02891/02810 ଭୁବନେଶ୍ୱର-ପୁରୀ-ଭୁବନେଶ୍ୱର ବିଶେଷ ଟ୍ରେନ ଜୁଲାଇ ମାସ ପହିଲା ଠାରୁ 11 ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ 10 ଘ.05ମି.ରେ ପୁରୀକୁ ଯାତ୍ରା କରୁଥିବାବେଳେ ଏହା ପୁରୀ ଠାରୁ ଅପରାହ୍ନ ୩ଘ.୧୦ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି।

ସେହିଭଳି, ତୀର୍ଥଯାତ୍ରୀ ମାନଙ୍କ ସୁବିଧା ପାଇଁ ତିନି ଯୋଡା ଦୈନିକ ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ଼ ଓ ପୁରୀ ମଧ୍ୟରେ ଏବଂ ଦୁଇ ଯୋଡ଼ା ମହୀପୁର ଓ ପୁରୀ ମଧ୍ୟରେ 2 ଜୁଲାଇରୁ 7 ଜୁଲାଇ, 2022 ପର୍ଯ୍ୟନ୍ତ ଚଳାଚଳ କରୁଅଛି। ଏହା ବ୍ୟତୀତ, ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆହୁରି ବିଶେଷ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଯୋଜନା କରାଯାଇଅଛି।

ସନ୍ଧ୍ୟା ଦର୍ଶନ ଦିନ ଅର୍ଥାତ 8 ଜୁଲାଇ, 2022 ରେ 7 ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ 3 ଯୋଡି ଏବଂ ଖୋର୍ଦ୍ଧା ରୋଡରୁ 4 ଯୋଡି) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ।

ଏହା ବ୍ୟତୀତ, 08933/08934 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 08.07.2022 ଅପରାହ୍ନ 2 ଘ.30ମି.ରେ ଛାଡି ପୁରୀ ଆଡକୁ ଯିବ।  ଫେରିବା ମାର୍ଗରେ, ଏହି ଟ୍ରେନ୍ ପୁରୀଠାରୁ 09.07.2022 ରାତ୍ରି 8 ଘ.25 ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

08937/08938 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍ ଜୁନାଗଡ ରୋଡ଼ ଠାରୁ 08.07.2022 ପୂର୍ବାହ୍ନ 11 ଘଟିକାରେ ଛାଡି ପୁରୀ ଯିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 09.07.2022 ସନ୍ଧ୍ୟା 7 ଘଟିକାରେ ଛାଡି ଜୁନାଗଡ ରୋଡ୍ ଯାତ୍ରା କରିବ।

08945/08946 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 08.07.2022 ରାତ୍ରି 9 ଘ.30 ମିରେ ଛାଡି ପୁରୀ ଯିବ। ଫେରିବା ମାର୍ଗରେ ଏହା 09.07.2022 ରାତ୍ରି 11 ଘ.15 ମିରେ ପୁରୀ ଠାରୁ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

08941/08942 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍ ଗୁଣୁପୁର ଠାରୁ 09.07.2022 ଭୋର 3 ଘ.15 ମିରେ ଛାଡି ପୁରୀ ଆଡକୁ ଯିବ। ଫେରିବା ମାର୍ଗରେ ଏହା ପୁରୀକୁଠାରୁ 09.07.2022 ରାତ୍ରି 8 ଘ.40 ମି.ରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ।

ବାହୁଡା ଯାତ୍ରା ତଥା 9 ଜୁଲାଇ, 2022 ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 10 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ।

ସୁନାବେଶ ଦିବସରେ, 10 ଜୁଲାଇ, 2022 ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 11 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ।

08971/08972 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେସିଆଲ୍ 10.07.2022 ଦିନ ଜୁନାଗଡ ରୋଡ୍ ଠାରୁ ଭୋର 5 ଘ.30ମି.ରେ ଛାଡି ପୁରୀ ଯାତ୍ରା କରିବ। ଫେରିବ ମାର୍ଗରେ ଏହା 11.07.2022 ଦିନ ପୁରୀ ଠାରୁ 0015 ଘଣ୍ଟା ରେ (10.07.2022 ମଧ୍ୟରାତ୍ରି) ଜୁନାଗଡ ରୋଡ୍ ଅଭିମୁଖେ ଯାତ୍ରା କରିବ।

08957/08958 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ 10.07.2022 ଭୋର 4 ଘ.30 ମି.ରେ ଗୁଣୁପୁର ଠାରୁ ଛାଡି ପୁରୀ ଆଡକୁ ଯିବ। ଫେରିବ ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 10.07.2022 ରାତ୍ରି 8 ଘଟିକାରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ।

08979/08980 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 10.07.2022 ସକାଳ 8 ଘଟିକାରେ ଛାଡି ପୁରୀ ଯାତ୍ରା କରିବ। ଫେରିବ ମାର୍ଗରେ ଏହି ଟ୍ରେନ ପୁରୀ ଠାରୁ 11.07.2022 ରାତ୍ରି 2 ଘଟିକାରେ (10.07.2022 ମଧ୍ୟ ରାତ୍ରି) ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

08975/08976 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 10.07.2022 ସକାଳ 6 ଘ.30 ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ। ଫେରିବ ଦିଗରେ ଏହି ଟ୍ରେନ୍ ପୁରୀ ଠାରୁ 11.07.2022 ରାତ୍ରି 1 ଘଟିକାରେ (10.07.2022 ମଧ୍ୟ ରାତ୍ରି) ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

ସୁନାବେଶ ପରଦିନ ଅର୍ଥାତ 11 ଜୁଲାଇ, 2022 ରେ 6 ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ। 08983 ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ 11.07.2022 ମଧ୍ୟାହ୍ନ 12 ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ସବୁ ଟ୍ରେନରେ ପୁନର୍ବାର ଉପଲବ୍ଧ ହେବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଟ୍ରେନରେ ରନ୍ଧା ଖାଦ୍ୟ ପରିବେଷଣର ସୁବିଧାକୁ ପୁନଃ ସ୍ଥାପିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮୦ ପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଫେବୃଆରୀ ୧୪ ସୁଦ୍ଧା ଶତପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ଉପଲବ୍ଧ ହେବ।

ଉଲ୍ଲେଖ ଯୋଗ୍ୟ ଯେ, କୋଭିଡ-୧୯ ହେତୁ ଟ୍ରେନରେ ରନ୍ଧା ଖାଦ୍ୟ ଯୋଗାଇବା ସୁବିଧା ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ ୨୩ ତାରିଖ ୨୦୨୦ରେ ମହାମାରୀ ହେତୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରେନରେ କ୍ୟାଟରିଂ ସେବା ବନ୍ଦ କରାଯାଇଥିଲା। କିନ୍ତୁ ଯେତେବେଳେ କରୋନା ମାମଲାରେ ହ୍ରାସ ଘଟିଲା, ଟ୍ରେନରେ ଖାଦ୍ୟ ଯୋଗାଇବାର ସୁବିଧା ଅଗଷ୍ଟ ୫ ତାରିଖ ୨୦୨୦ରୁ ପୁଣି ଆରମ୍ଭ ହେଲା। ଯାତ୍ରୀମାନଙ୍କ ସୁବିଧା ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଟ୍ରେନରେ ଦିଆଯାଇଥିବା ଖାଦ୍ୟରେ ସୁସ୍ଥ ଉପାଦାନଗୁଡ଼ିକ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହାଦ୍ୱାରା ଯାତ୍ରୀମାନେ ଟ୍ରେନରେ ପୁଷ୍ଟିକର ଖାଦ୍ୟ ପାଇପାରିବେ।

ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ (ଆଇଆରସିଟିସି) ହେଉଛି ରେଳ ମନ୍ତ୍ରଣାଳୟର ଏକ ପବ୍ଲିକ୍ ସେକ୍ଟର, ଯାହା ଭାରତୀୟ ରେଳବାଇର ଯାତ୍ରୀମାନଙ୍କୁ ପ୍ରିମିୟମ୍ ସେବା ଯୋଗାଇଥାଏ। ଲକଡାଉନ୍ ପ୍ରତିବନ୍ଧକ କୋହଳ ହେବା ପରେ ଟ୍ରେନରେ ରନ୍ଧା ଖାଦ୍ୟ ସେବା ପୁନଃ ଆରମ୍ଭ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ପୂର୍ବତଟ ରେଳ ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ୟୁଟିଏସ ଟିକେଟ ବିକ୍ରୀ, ଜାଣନ୍ତୁ କେଉଁ ଟ୍ରେନ

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ କିଛି ସୀମିତ ଟ୍ରେନରେ ଅଣସଂରକ୍ଷିତ (ୟୁଟିଏସ) ଟିକେଟ୍ ବୁକିଂ ଦ୍ୱାରା ଯାତ୍ରା କରିବା ପାଇଁ ଅନୁମତି ଦେଇଛି।ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଯାତ୍ରୀଙ୍କ ପାଇଁ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି।

ବର୍ତ୍ତମାନ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମଧ୍ୟରେ ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଏବଂ ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନ୍ ରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଯାତ୍ରା ପାଇଁ ଅନୁମତି ଦେଇଥିବାବେଳେ ୱାଲଟିୟର ଓ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ୦୮୫୨୧/୦୮୫୨୨ ଗୁଣୁପୁର-ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍, ୦୮୫୨୭/୦୮୫୨୮ ରାୟପୁର-ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍, ୦୮୨୬୩/୦୮୨୬୪ ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ସ୍ପେଶାଲ ଏବଂ ୦୭୨୬୫/୦୭୨୬୬ କାକିନଡା-ବିଶାଖାପାଟନମ୍-କାକିନଡା ବିଶେଷ ଟ୍ରେନ ମାନଙ୍କରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି।

ଏହା ବ୍ୟତୀତ, ଖୁବ୍ ଶୀଘ୍ର ଚଳାଚଳ କରିବାକୁ ଥିବା ଖୋର୍ଦ୍ଧା ରୋଡ଼-ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସ୍ପେଶାଲ୍ ଏବଂ ଖଡ଼ଗ୍ପୁର-ଭଦ୍ରକ-ଖଡ଼ଗ୍ପୁର ସ୍ପେଶାଲ୍ ଟ୍ରେନ ମାନଙ୍କରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ ଯାତ୍ରା ପାଇଁ ଅନୁମତି ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଅଛି।

କୋଭିଡ ପାଇଁ ଟ୍ରେନ ଯାତ୍ରା ସମ୍ବନ୍ଧୀୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ଅନୁଯାୟୀ, ସମ୍ପୂର୍ଣ୍ଣ ପ୍ରତୀକ୍ଷା ତାଲିକା ଥିବା ଟ୍ରେନ ଟିକେଟ ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ ଜ୍ଝ ଅଣସଂରକ୍ଷିତ ୟୁଟିଏସ ଟିକେଟ୍ କୁ ବର୍ତ୍ତମାନ ଉପରୋକ୍ତ ସୀମିତ ଟ୍ରେନ୍ ଗୁଡିକରେ ଅନୁମତି ଦିଆଯାଉଛି ଯେଉଁଥିରେ କେବଳ ଏହିପରି ଅଣସଂରକ୍ଷିତ ଯାତ୍ରା ଅନୁମତି ଦିଆଯାଇଛି।

ଟ୍ରେନ୍ ଯାତ୍ରା ସମୟରେ ଷ୍ଟେସନରେ କୋଭିଡ ସଙ୍କଟ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ କୋଭିଡ୧୯ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ପୂର୍ବ ତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଉଅଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରେଳ ମନ୍ତ୍ରଣାଳୟ ନୂଆ ନିଷ୍ପତି, ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର, ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ନିଷ୍ପତି ଅନୁସାରେ ଏହିପରି ଭାବେ ଟ୍ରେନ ଚଳାଚଳ କରିବ।

୦୮୬୪୬ ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଇଦ୍ରାବାଦରୁ ୧୬.୦୪.୨୦୨୧ ରୁ ୩୦.୦୪.୨୦୨୧ ମଧ୍ୟରେ ପ୍ରତ୍ୟହ ସକାଳ ୮ ଘଟିକାରେ ଛାଡି ହାଓଡ଼ା ଠାରେ ତା’ ପରଦିନ ଅପରାହ୍ନ ୨ଘ.୪୦ମି.ରେ ପହଞ୍ଚିବ।

ସେହିଭଳି, ଫେରିବା ମାର୍ଗରେ ୦୮୬୪୫ ହାଓଡ଼ା-ହାଇଦ୍ରାବାଦ ବିଶେଷ ଟ୍ରେନ ୧୮.୦୪.୨୦୨୧ ରୁ ୦୨.୦୫.୨୦୨୧ ପର‌୍ୟ୍ୟନ୍ତ ହାଓଡ଼ା ଠାରୁ ପ୍ରତ୍ୟକ ଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ ଛାଡି ହାଇଦ୍ରାବାଦରେ ତା’ପରଦିନ ସନ୍ଧ୍ୟା ୫ଘ.୩୦ମି.ରେ ପହଞ୍ଚିବ।

ଏହି ଟ୍ରେନ୍ ହାଇଦ୍ରାବାଦ ଏବଂ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଗୋଟିଏ ଏସି-୨ ଟାୟାର୍, ତିନିଟି ଏସି -୩ ଟାୟାର୍, ୧୨ ଟି ସ୍ଲିପର୍ କ୍ଲାସ୍, ତିନିଟି ସେକେଣ୍ଡ୍ କ୍ଲାସ୍ ସିଟିଙ୍ଗ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଏବଂ ଗୋଟିଏ ପାର୍ସଲ୍ ଭ୍ୟାନ ଉପଲବ୍ଧ ଅଛି ।