ଭୁବନେଶ୍ବରରେ ଚାଲିଥିଲା ଧର୍ମାନ୍ତରୀକରଣ, ପଣ୍ଡ କଲା ବଜରଙ୍ଗ ଦଳ

Published: Jul 8, 2023, 10:37 pm IST
BajarangaDal3

ଭୁବନେଶ୍ୱର: ଆଜି ପୂର୍ବାହ୍ନ ସାଢେ ଦଶଟା ବେଳେ ନୟାପଲ୍ଲୀସ୍ଥିତ ଏକ ହୋଟେଲରେ ବଡ଼ ଧରଣର ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସ୍ଥାନୀୟ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ସେମାନଙ୍କ ଯୋଜନାକୁ ଭଣ୍ଡୁର କରି ଦେଇଛନ୍ତି ।

ଏକ ସୂଚନା ପାଇ ବଜରଙ୍ଗ ଦଳ ଏବଂ ବିଶ୍ବ ହିନ୍ଦୁ ପରିଷଦ କର୍ମିମାନେ ଚଢ଼ାଉ ପରେ ପୋଲିସକୁ ଖବର ଦେଇଥିଲେ। ଉପରୋକ୍ତ ସ୍ଥାନରେ ନୟାପଲ୍ଲୀ ପୋଲିସ୍ ତିନି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି। ଖୋଦ୍ ରାଜଧାନୀ ଛାତି ଉପରେ ଏଭଳି ଚାଲିଥିବା ବେଳେ ପୋଲିସ୍ ପ୍ରଶାସନର ଭୂମିକା ଉପରେ ଏକ ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ।

ଭୁବନେଶ୍ୱର ମହାନଗର ଭିତରେ ଏଭଳି କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି ଚାଲିଆସୁଥିବା ବେଳେ ସଠିକ୍ ସୂଚନା ଅଭାବରୁ ଧର୍ମାନ୍ତରୀକରଣ ଭଳି ଅପରାଧିକ କାର୍ଯ୍ୟକଳାପ ଏଭଳି ବଡ଼ ବଡ଼ ହୋଟେଲ ପରିସର ମଧ୍ୟରେ କରାଇ ଖସି ଯାଉଥିଲେ। କିନ୍ତୁ ଆଜି ତାହା କାର୍ଯ୍ୟକର୍ତ୍ତାମାନଙ୍କ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ ସମ୍ଭବ ହୋଇ ପାରିଲା ନାହିଁ ଏବଂ ମିଶନାରୀମାନଙ୍କ ଦ୍ବାରା ଚାଳିତ ଏ କାର୍ଯ୍ୟ ପଣ୍ଡ ହୋଇଗଲା।

ଏହି ଚଢାଉ ବେଳେ ପ୍ରାନ୍ତ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ଜିଲ୍ଲା ସହ ସମ୍ପାଦକ ଜ୍ୟୋତିପ୍ରକାଶ ସ୍ବାଇଁ, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ପ୍ରତ୍ୟୁଷ ରାଉତରାୟ , ମିଳନ କେନ୍ଦ୍ର ପ୍ରମୁଖ ଅର୍ଜ୍ଜୁନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Related posts