ହାତରେ ତ୍ରିରଙ୍ଗା, ମୁହଁରେ ‘ଭାରତ ମାତା କି ଜୟ’: ଏପରି ଖାଲିସ୍ତାନ ସମର୍ଥକଙ୍କୁ ମିଳିଲା କଡା ଜବାବ

Published: Jul 9, 2023, 4:50 pm IST

ନୂଆଦିଲ୍ଲୀ: ଭାରତୀୟ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ କାନାଡାର ଟରୋଣ୍ଟୋରେ ଖାଲିସ୍ତାନ ସମର୍ଥକ ରାଲି ବିରୁଦ୍ଧରେ ଏକାଠି ହୋଇଛନ୍ତି। ହାତରେ ତ୍ରିରଙ୍ଗା ନେଇ ସେମାନେ ଏହି ରାଲିକୁ ବିରୋଧ କରି ‘ଭାରତ ମାତା କି ଜୟ’ର ସ୍ଲୋଗାନ ଦେଇଛନ୍ତି।

ବାସ୍ତବରେ, ଶନିବାର ଦିନ କାନାଡାର ଟରୋଣ୍ଟୋରେ ଥିବା ଭାରତୀୟ ଦୂତାବାସ ବାହାରେ କିଛି ହାତଗଣତି ଖାଲିସ୍ତାନ ସମର୍ଥକ ଏକତ୍ରିତ ହୋଇଥିଲେ। ତେବେ ଏହି ସମାବେଶକୁ ବିରୋଧ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ତୁଳନାରେ ସେମାନଙ୍କ ସଂଖ୍ୟା ବହୁତ ଅଧିକ ଥିଲା। ଏହି ରାଲିରେ ପ୍ରବାସୀ ଭାରତୀୟ ଜାତୀୟ ପତାକା ଧରି ‘ଭାରତ ମାତା କି ଜୟ’, ‘ବନ୍ଦେ ମାତରମ’ ଏବଂ ‘ଜୟ ହିନ୍ଦ’ ସ୍ଲୋଗାନ ଦେଇଥିଲେ।

ଖାଲିସ୍ତାନ ଗୋଷ୍ଠୀରେ ଶିଖ ଫର ଜଷ୍ଟିସ ନେତା ହରଦୀପ ସିଂ ନିଜରଙ୍କ ପୋଷ୍ଟର ଥିଲା, ଯାହାକୁ ବ୍ରିଟେନରେ ଜୁନ୍ ୧୮ ତାରିଖ ହତ୍ୟା କରାଯାଇଥିଲା। ଏହାପୂର୍ବରୁ ଚଳିତ ମାସ ଆରମ୍ଭରେ ଏକ ‘ଖଲିସ୍ତାନ ସ୍ଵତନ୍ତ୍ରତା ରାଲି’ ବାହାର କରାଯାଇଥିଲା,ଯେଉଁଥିରେ ପୋଷ୍ଟର ଲଗାଇ ଭାରତର ହାଇ କମିଶନର ସଞ୍ଜୟ କୁମାର ବର୍ମା ଏବଂ ଟରୋଣ୍ଟୋରେ ଥିବା ହାଇ କମିଶନ ଅପୂର୍ବ ଶ୍ରୀବାସ୍ତବଙ୍କୁ ହରଦୀପ ସିଂ ନିଜର ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଆଜି ନୂଆଦିଲ୍ଲୀରେ କାନାଡାର ରାଜଦୂତଙ୍କୁ ଡକାଇ କାନାଡାରେ ଖାଲିସ୍ତାନ ସମର୍ଥକଙ୍କ କାର୍ଯ୍ୟକଳାପ ଉପରେ ଭାରତ ଏକ ଡିମର୍ଶି ଜାରି କରିଛି। ବାସ୍ତବରେ, ଖାଲିସ୍ତାନ ସମର୍ଥକମାନେ ବ୍ରିଟେନ, ଆମେରିକା ଏବଂ କାନାଡାରେ ଭାରତ ବିରୋଧରେ ଏକ ରାଲି କରିବାକୁ ଯୋଜନା କରିଛନ୍ତି।

‘କିଲ ଇଣ୍ଡିଆ’ ବ୍ୟାନରରେ ଏହି ରାଲିର ଆୟୋଜନ କରାଯାଉଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ନାମରେ ଆୟୋଜିତ ଏହି ରାଲିଗୁଡିକର ଉଦ୍ଦେଶ୍ୟ ହେଉଛି ଖାଲିସ୍ତାନୀ ପ୍ରଚାର ନାମରେ ପାଣ୍ଠି ସଂଗ୍ରହ କରିବା ଏବଂ ଶିଖ ଯୁବକମାନଙ୍କୁ ଆକର୍ଷିତ କରିବା।

Related posts