Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ଶିକ୍ଷାନୀତିରେ ପରିବର୍ତ୍ତନ : ସମୀକ୍ଷା ପାଇଁ ବିଭିନ୍ନ ଦକ୍ଷିଣ ଭାରତୀୟ ନେତାଙ୍କ ପ୍ରସ୍ତାବ
ଆଜିର ଖବର

ଜାତୀୟ ଶିକ୍ଷାନୀତିରେ ପରିବର୍ତ୍ତନ : ସମୀକ୍ଷା ପାଇଁ ବିଭିନ୍ନ ଦକ୍ଷିଣ ଭାରତୀୟ ନେତାଙ୍କ ପ୍ରସ୍ତାବ

June 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
statement on new education guideline
statement on new education guideline

କୌଣସି ରାଜ୍ୟ ଉପରେ ହିନ୍ଦି ଭାଷାକୁ ଲଦା ଯାଇ ପାରିବ ନାହିଁ ବୋଲି ରବିବାର ବିଭିନ୍ନ ନେତା ମତ ଦେଇଛନ୍ତି । ଜାତୀୟ ଶିକ୍ଷାନୀତି ୨୦୧୯କୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ବିଜେପିର ବିଭିନ୍ନ ନେତା ମାନେ ମନ୍ତବ୍ୟ ଦେଇଛନ୍ତି । ବିଭିନ୍ନ ଦକ୍ଷିଣ ଭାରତୀୟ ନେତୃବୃନ୍ଦ ଏହାକୁ ନେଇ ପୁନଃସମୀକ୍ଷା ଆବଶ୍ୟକ ବୋଲି କହିଛନ୍ତି । ମୋଦିଙ୍କ କ୍ୟାବିନେଟ୍‌ରେ ରହିଥିବା ଦୁଇ କ୍ୟାବିନେଟ୍‌ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଏସ୍‌ ଜୟଶଙ୍କର ଏହି ମାମଲା ନେଇ ଟ୍ବିଟ୍ଟର ଜରିଆରେ ମତ ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ ମଧ୍ୟ ସରକାରଙ୍କ ସମାଲୋଚନାକୁ ନିନ୍ଦା କରିଛନ୍ତି । ତାମିଲନାଡୁରୁ ଆସିଥିବା ଦୁଇ ନେତା ଜୟଶଙ୍କର ଏବଂ ସୀତାରମଣ ତାମିଲରେ ନିଜ ନିଜର ଟ୍ବିଟ୍‌ କରିଥିଲେ । ସାଧାରଣ ଜନତାଙ୍କ ମତାମତ ପରେ ଏହା ଉପରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି । ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନ ଏବଂ ଦେଶର ଅନ୍ୟତମ ପୁରାତନ ଭାଷାକୁ ରକ୍ଷା କରିବା ତାଙ୍କର ଦାୟିତ୍ବ ବୋଲି ସୀତାରମଣ କହିଛନ୍ତି । ସେହିପରି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି ସରକାର ଏହି ନୂତନ ଶିକ୍ଷା ନିୟମ ଲାଗୁ କରିବା ପୂର୍ବରୁ ଏହାର ସମୀକ୍ଷା କରିବେ । ଉଭୟ ନେତା ତାମିଲ ଭାଷାରେ ନିଜର ଟ୍ବିଟ୍ କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମଧ୍ୟ ଏହି ନୂତନ ଶିକ୍ଷା ନୀତିକୁ ପସନ୍ଦ କରିଛନ୍ତି । ନାଇଡୁ କହିଛନ୍ତି, ପ୍ରଥମେ ଏହି ନୀତିକୁ ଲାଗୁ କରାଯିବା ଉଚିତ୍‌ ପରେ ଏହାର ଆଲୋଚନା ଏବଂ ସମାଲୋଚନା ସଠିକ୍‌ ପଦକ୍ଷେପ । ଅନ୍ୟ ନେତା ମାନଙ୍କ ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ, ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ୍‌ ଏବଂ ଏମ୍‌ କେ ଷ୍ଟାଲିନ୍‌ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଟି-୨୦ରେ ଭାରତ ନମ୍ବର ୧: ଜିମ୍ବାୱେକୁ କ୍ଲିନ୍ ସୁଇପ୍ କଲା ଟିମ ଇଣ୍ଡିଆ

July 26, 2026

ବାଣପୁର: ୭୦ତମ ପୁଣ୍ୟତିଥିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

July 26, 2026

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026
Latest News

ପୁଣି ଟି-୨୦ରେ ଭାରତ ନମ୍ବର ୧: ଜିମ୍ବାୱେକୁ କ୍ଲିନ୍ ସୁଇପ୍ କଲା ଟିମ ଇଣ୍ଡିଆ

July 26, 2026

ନୂତନ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ: ପେପର ଲିକ୍ ସମ୍ପର୍କରେ ନେଲେ ଆଉ ଏକ ବଡ଼ ପଦକ୍ଷେପ

July 26, 2026

୧୩ ଦିନ ପରେ ଆକ୍ରମଣ ବନ୍ଦ କଲା ଆମେରିକା!: ଜାଣନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଟ୍ରମ୍ଫ?

July 26, 2026

ବାଣପୁର: ୭୦ତମ ପୁଣ୍ୟତିଥିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

July 26, 2026

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.