ଜାଣନ୍ତୁ ଏମିତି ଏକ ସହର, ଯେଉଁଠାରେ ପାଇଖାନା ଫ୍ଲାଶ୍ ପାଇଁ ଦେବାକୁ ପଡେ ଟିକସ

Published: Jul 10, 2023, 2:32 pm IST

ଭୁବନେଶ୍ଵର: ସମସ୍ତ ଦେଶରେ ସରକାର ବ୍ୟକ୍ତିଙ୍କ ଆୟର ହିସାବ ଅନୁସାରେ ଟ୍ୟାକ୍ସ ଆଦାୟ କରିଥା’ନ୍ତି। ଏହି ଟିକସ ପଇସାକୁ ଜନତାଙ୍କ ସେବାରେ ବିନିଯୋଗ କରାଯାଇଥାଏ। ଏହି ଟ୍ୟାକ୍ସ ବା କର ଦେଶର ବିକାଶରେ ଲାଗିଥାଏ। ତେବେ ଜାଣିଛନ୍ତି, ଯଦି ଆମକୁ କଖାରୁ କିଣିବା କିମ୍ବା ଟାଟୁ କରିବା ବା ପାଇଖାନା ଫ୍ଲାଶ୍‌ କରିବା ପାଇଁ ଟିକସ ଦେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଦୁନିଆରେ ଏପରି ଏକ ଜାଗା ଅଛି, ଯେଉଁଠି ଏସବୁ ପାଇଁ ମଧ୍ୟ କର ଦେବାକୁ ପଡ଼ିଥାଏ।

ଆମେରିକା ପରି ଶକ୍ତିଶାଳୀ ଦେଶରେ ଏସବୁ ପାଇଁ କର ଆଦାୟ କରାଯାଇଥାଏ। ଆମେରିକାର ନ୍ୟୁଜର୍ସିଠାରେ କଖାରୁ କିଣିବା ପାଇଁ ଟିକସ ଦେବାକୁ ପଡ଼ିଥାଏ। ସେହିପରି ଏଠାରେ ଯୁବକଙ୍କୁ ଟାଟୁ କରିବା ପାଇଁ ମଧ୍ୟ ଟିକସ ଦେବାକୁ ପଡ଼ିଥାଏ। ଆମେରିକାର ଅରକାଂସରେ ଟାଟୁ କରିବା ଦ୍ବାରା ୬ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ସେହିପରି ଆମେରିକାର ମେରିଲାଣ୍ଡରେ ସରକାର ଟଏଲଟ୍‌ ଫ୍ଲାଶ୍‌ ପାଇଁ ଟିକସ ଆଦାୟ କରିଥାନ୍ତି। ଏଠାରେ ପ୍ରତି ମାସ ପାଖାପାଖି ୩୫୫ ଟଙ୍କା ଟ୍ୟାକ୍ସ ଆଦାୟ କରାଯାଇଥାଏ। ଏହି କର ପଇସାକୁ ନାଳର ସଫା ତଥା ସଫାଇ ଉପରେ ଖର୍ଚ୍ଚ କରାଯାଇଥାଏ।

ଭାରତରେ ବହୁତ ଲୋକ ତାସ୍‌ ଖେଳିବାକୁ ପସନ୍ଦ କରିଥା’ନ୍ତି। କିନ୍ତୁ ଆମେରିକାର ଅଲବାମାଠାରେ ତାସ୍‌ ଖେଳିବା ପାଇଁ କର ଦେବାକୁ ପଡ଼ିଥାଏ। ଏଠାରେ ତାସ୍‌ କିଣିବା ବାଲା ୧୦ ପ୍ରତିଶତ ଓ ବିକିବା ବାଲା ୭୧ ଟଙ୍କା ଟ୍ୟାକ୍ସ ଦେଇଥାଏ। ଏତଦ୍‌ବ୍ୟତୀତ ପ୍ରତି ବର୍ଷ ତାସ୍‌ର ଲାଇସେନ୍ସ ପାଇଁ ୨୧୩ ଟଙ୍କା ଦେବାକୁ ପଡ଼ିଥାଏ। ଏହି ଟିକସ ତାସର ୫୪ଟି ପତ୍ତା ତଥା ଏହାଠାରୁ କମ୍‌ ଖରିଦ ଉପରେ ଲାଗୁ ହୋଇଥାଏ। ଆମେରିକାର ଏରିଜୋନାଠାରେ ବରଫ ଟୁକୁଡ଼ା ଖଣ୍ଡ ପାଇଁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। କିନ୍ତୁ ଏଠାରେ ବରଫ ଖଣ୍ଡ କିଣିବା ଉପରେ ଟ୍ୟାକ୍ସ ଦେବାକୁ ପଡ଼ିନଥାଏ।

Related posts