ଆୟକର ବିଭାଗ ସହ ଜଡିତ ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲେ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ

Published: Jul 10, 2023, 7:44 pm IST

ନୂଆଦିଲ୍ଲୀ: ଆୟକର ବିଭାଗ ସହ ଜଡିତ ଏକ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ସେମାନେ ତାଙ୍କର ୨୦୧୮-୧୯ ଆୟକର ଆସେସମେଣ୍ଟକୁ ଆୟକର ଟିକସକୁର କେନ୍ଦ୍ରୀୟ ସର୍କଲକୁ ସ୍ଥାନାନ୍ତର କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ଏହା ୨୦୧୮-୧୯ର ଆସେସମେଣ୍ଟ ଆର୍ମସ ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହିତ ସମ୍ବନ୍ଧିତ।

ଅର୍ଥ ହେରଫେର ଅଭିଯୋଗରେ ସଞ୍ଜୟ ଭଣ୍ଡାରୀଙ୍କୁ ଭାରତରେ ଖୋଜା ଚାଲିଛି। ସେ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କ ସ୍ୱାମୀ ରବର୍ଟ ବାଡ୍ରାଙ୍କ ସମ୍ପର୍କୀୟ ଥିବା ଜଣାଯାଇଛି। ତେବେ ଅଭିଯୁକ୍ତଙ୍କ ସହ କୌଣସି ସମ୍ପର୍କ ଥିବା ରୋବର୍ଟ ବାଡ୍ରା ମନା କରି ଦେଇଛନ୍ତି।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସୋନିଆ ଗାନ୍ଧୀ ଏବଂ ତାଙ୍କ ଝିଅଙ୍କ ଆବେଦନକୁ ଖାରଜ କରିଥିଲେ। ହାଇକୋର୍ଟ କହିଛନ୍ତି ଯେ, ଆୟକର ବିଭାଗ ନିୟମ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ସଞ୍ଜୟ ଭଣ୍ଡାରୀ ଗ୍ରୁପ୍‌ ସହିତ କୌଣସି ସମ୍ପର୍କ ନାହିଁ କହି ଏହି ମାମଲାକୁ କେନ୍ଦ୍ରୀୟ ସର୍କଲକୁ ସ୍ଥାନାନ୍ତର କରିବାକୁ ଗାନ୍ଧୀ ପରିବାର ବିରୋଧ କରିଥିଲା।

Related posts