ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ହିଂସା ରିପୋର୍ଟ ଧରି ଅମିତ ଶାହାଙ୍କୁ ଭେଟିଲେ ରାଜ୍ୟପାଳ

Published: Jul 10, 2023, 8:17 pm IST

ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ସମୟରେ ହିଂସା ଘଟଣାକୁ ନେଇ ଶନିବାର ଦିନ ପଶ୍ଚିମବଙ୍ଗରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି ସମୟରେ ଆଜି ରାଜ୍ୟପାଳ ସିଭି ଆନନ୍ଦ ବୋଷ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ହିଂସା ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିଛନ୍ତି।

ଏହି ବୈଠକ ପରେ ରାଜ୍ୟପାଳ କହିଛନ୍ତି ,ଯେ ଏହା ହେଉଛି ‘ଘନ ଅନ୍ଧକାର’ର ସମୟ, ଖୁବ୍ ଶୀଘ୍ର’ ଆଲୋକ ‘ଆସିବ। ଆଗାମୀ ଦିନରେ ଏହା ଭଲ ହେବ। ପ୍ରକାଶ ଯୋଗ୍ୟ ଯେ, ଜୁଲାଇ ୮ ତାରିଖରେ ମତଦାନ ଦିନ ୧୫ ଜଣଙ୍କର ମୃତ୍ୟୁ ଓ ଆହତ ହୋଇଥିବା ଖବର ଆସିଥିଲା। ଅନେକ ମତଦାନ କେନ୍ଦ୍ର ମଧ୍ୟ ଭଙ୍ଗାରୁଜା କରାଯାଇଥିଲା।

ମତଦାନ ଦିନ ଘଟିଥିବା ହିଂସାତ୍ମକ ଘଟଣାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଆଜି ୬୯୬ ଟି ବୁଥରେ ମତଦାନ କରିବାକୁ ଘୋଷଣା କରିଥିଲେ। ଆଜି ବଙ୍ଗଳାରେ ପୁନଃ ମତଦାନ ଶେଷ ହୋଇଛି। ବର୍ତ୍ତମାନ ନିର୍ବାଚନ ଫଳାଫଳ ଆସନ୍ତାକାଲି ଆସିବ।

Related posts