ପ୍ରକାଶ ପାଇଲା ଯୁକ୍ତ ୨ ବାର୍ଷିକ ବିଜ୍ଞାନ ପରୀକ୍ଷା ଫଳ, ମୋଟ୍‌ ପାସ୍‌ ହାର ୭୨.୩୩%

Published: Jun 3, 2019, 12:10 pm IST
science result release

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ବିଜ୍ଞାନ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି। ଭୁବନେଶ୍ୱରସ୍ଥିତ ଗୀତାଗୋବିନ୍ଦ ଭବନରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣ ଶିକ୍ଷାମନ୍ତ୍ରୀ।  ପିଲାମାନେ ନିଜ ନିଜର ରେଜଲ୍ଟ ବୋର୍ଡର ୱେବସାଇଟ www.odisharesult.nic.in ଏବଂ www.chscodisha.nic.inରୁ ଜାଣିପାରିବେ। ଚଳିତ ଥର ରାଜ୍ୟର ପ୍ରାୟ ୯୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପ୍ରଥମେ ଥିଓରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପରୀକ୍ଷା ଫଳ ବିଳମ୍ବ ନେଇ ବିଭିନ୍ନ ଅଭିଯୋଗ ହୋଇଥବା ବେଳେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଯାଇଥିଲା। ମୋଟ୍‌ ପାସ୍‌ ହାର ୭୨.୩୩% ରହିଛି । ସମୁଦାୟ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ଭିତରେ ରହିଛନ୍ତି ୭୦ହଜାର ୭୦୬ ଜଣ ।  ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି ୨୦ହଜାର ୮୦୬ଜଣ, ଦ୍ବିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି  ୨୩ହଜାର ୯୦୪ ଜଣ, ତୃତୀୟ ଶ୍ରେଣୀରେ ୨୫ହଜାର ୩୬୦ ଜଣ ପିଲା ପାସ୍‌ କରିଛନ୍ତି ।  । ଗଜପତି ଜିଲ୍ଲାରେ ସର୍ବନିମ୍ନ ୩୬.୨୦% ଏବଂ ବାଲେଶ୍ବରରରେ ସର୍ବାଧିକ ୮୬.୫୬% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ୬୦ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ୨୯ କଲେଜରେ ୧୦୦ ପ୍ରତିଶତ ପାସ୍‌ । ୯ଟି କଲେଜର ପରୀକ୍ଷା ଫଳ ଶୂନ୍‌ ।

Related posts