Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସିଆ କପ-୨୦୨୩: ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ; ଶ୍ରୀଲଙ୍କାରେ ହେବ ଭାରତ-ପାକ୍ ମ୍ୟାଚ୍
ଆଜିର ଖବର

ଏସିଆ କପ-୨୦୨୩: ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ; ଶ୍ରୀଲଙ୍କାରେ ହେବ ଭାରତ-ପାକ୍ ମ୍ୟାଚ୍

July 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ୍-୨୦୨୩ ମ୍ୟାଚ୍ କେବଳ ଶ୍ରୀଲଙ୍କାରେ ଖେଳାଯିବ। ଡର୍ବାନରେ ବିସିସିଆଇର ସଚିବ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ମୁଖ୍ୟ ଜକା ଆଶ୍ରାଫଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହା ନିଶ୍ଚିତ ହୋଇଛି। ହାଇବ୍ରିଡ ମଡେଲ ଅଧୀନରେ ଖେଳାଯାଇଥିବା ଚଳିତ ବର୍ଷର ଏସିଆ ଇଭେଣ୍ଟ ଆୟୋଜନ କରିବାର ପାକିସ୍ତାନର ଅଧିକାର ଅଛି, କିନ୍ତୁ ପାକିସ୍ତାନ ମାତ୍ର ୪ ଟି ମ୍ୟାଚ୍ ଆୟୋଜନ କରିବ, ବାକି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଖେଳାଯିବ।

ଏସିଆ କପ୍ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବାକୁ ଡର୍ବାନରେ ଆଇସିସି ବୋର୍ଡ ବୈଠକ ପୂର୍ବରୁ ଜୟ ଶାହା ଏବଂ ଜକା ଆଶ୍ରାଫ ଏକ ଅନପୌଚାରିକ ବୈଠକ କରିଥିଲେ। ଏ ସମ୍ପର୍କରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଆମର ସଚିବ ପିସିବି ମୁଖ୍ୟ ଜକା ଆଶ୍ରାଫଙ୍କୁ ଭେଟି ଏସିଆ କପର କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରିଛନ୍ତି, ଯାହା ବର୍ତ୍ତମାନ ଆଗକୁ ବଢିଛି।

କେବଳ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପରେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ ଖେଳିବ ବୋଲି ଅରୁଣ ଧୁମଲ ମଧ୍ୟ ତାଙ୍କ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଏସିଆ କପ୍-୨୦୨୩ ରେ ଲିଗ୍ ପର୍ଯ୍ୟାୟର ୪ ଟି ମ୍ୟାଚ୍ ପାକିସ୍ତାନରେ ଅନୁଷ୍ଠିତ ହେବ ଏବଂ ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ଯଦି ଉଭୟ ଦଳ ଫାଇନାଲରେ ପ୍ରବେଶ କରନ୍ତି, ତେବେ ତୃତୀୟ ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏସିଆ କପ୍ ସମୟରେ ବିସିସିଆଇ ସଚିବ ଜୟ ଶାହାଙ୍କୁ ପାକିସ୍ତାନ ଗସ୍ତ ପାଇଁ ନିମନ୍ତ୍ରଣ କରାଯାଇଛି। ଏ ସମ୍ପର୍କରେ ଅରୁଣ ଧୁମଲ କହିଛନ୍ତି ଯେ, ସେପରି କୌଣସି ଆଲୋଚନା ହୋଇନାହିଁ, ନା ଭାରତୀୟ ଦଳ ସେଠାକୁ ଯାଉଛନ୍ତି ନା ସଚିବ ଜୟ ଶାହା ପାକିସ୍ତାନ ଗସ୍ତ କରିବେ। ଏସିଆ କପ୍ ର କାର୍ଯ୍ୟସୂଚୀକୁ ଅନ୍ତିମ ରୂପ ଦେବା ପାଇଁ ଏହି ବୈଠକ କରାଯାଇଛି।

ଏସିଆ କପ-୨୦୨୩ ଜୟ ଶାହା ଟିମ୍ ଇଣ୍ଡିଆ ପାକିସ୍ତାନ ଭାରତ-ପାକ୍ ମ୍ୟାଚ୍ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026
Latest News

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.