ବହି ପଢିବା ଅଭ୍ୟାସ ପାଇଁ ଡିଏଭି ସ୍କୁଲର ଅଭିନବ ପଦକ୍ଷେପ, ସପ୍ତାହରେ ଥରେ ମୋବାଇଲ ମନା

Published: Jul 14, 2023, 11:08 am IST
Library

ଭୁବନେଶ୍ବର: ବହି ପଢିବା ଆଗ୍ରହ ସୃଷ୍ଟି କରିବା ପାଇଁ ଡିଏଭି ସ୍କୁଲ ସମୁହ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ସପ୍ତାହରେ ଥରେ ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟତ୍ରୀ ବହି ପଢିବା ପାଇଁ ପରାମର୍ଶ ଦିଆଯାଇଛି। ଏ ନେଇ ଓଡିଶାର ସମସ୍ତ ଡିଏଭି ସ୍କୁଲକୁ ଚିଠି କରିଛନ୍ତି ଓଡିଶା ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଶତପଥୀ।

ସେଥିରେ କୁହାଯାଇଛି ଯେ, ସେହିଦିନ ସମସ୍ତେ ଏକ ଘଣ୍ଟା ଧରି ବିଭିନ୍ନ ଉପାଦେୟ ପୁସ୍ତକ ପାଠ କରିବେ। ଏପରିକି ସେହିଦିନଟି ସମସ୍ତେ ମୋବାଇଲ ବ୍ୟବହାର ମଧ୍ୟ କରିବେ ନାହିଁ। କାହାର ଜରୁରୀ କିଛି ଆବଶ୍ୟକ ହେଲେ ସେମାନେ ସ୍କୁଲର ଲ୍ୟାଣ୍ଡ ଲାଇନରୁ କଥା ହୋଇପାରିବେ। ବର୍ତ୍ତମାନ ସମସ୍ତଙ୍କୁ ମୋବାଇଲ ନିଶା ଧରିଥିବାରୁ ସେଥିରୁ କିଛି ସମୟ ବିରତି ଦେବା ପାଇଁ ସ୍କୁଲ କର୍ତ୍ତୁପକ୍ଷ ଏହି ପଦକ୍ଷେପ ଗ୍ରହଣ କରଛି।

Related posts