
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଜୁଲାଇ ୨୦୨୩ ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଏଲିଜାବେଥ ବୋର୍ନଙ୍କୁ ସାକ୍ଷାତ କରିଛନ୍ତି।
ଦୁଇ ନେତା ଅର୍ଥନୈତିକ ଏବଂ ବାଣିଜ୍ୟ, ଶକ୍ତି, ପରିବେଶ, ଶିକ୍ଷା, ପରିବହନ, ରେଳବାଇ, ଡିଜିଟାଲ ଭିତ୍ତିଭୂମି, ମ୍ୟୁଜିଓଲୋଜି ଏବଂ ଜନସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବାକୁ ଆଲୋଚନା କରିଥିଲେ।
ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବହୁମୁଖୀ ସହଯୋଗକୁ ଆହୁରି ଗଭୀର କରିବାକୁ ଉଭୟ ପକ୍ଷ ସେମାନଙ୍କର ଇଚ୍ଛାକୁ ଦୋହରାଇଛନ୍ତି।