Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ ଜ୍ୟୋତି
ଆଜିର ଖବର

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ ଜ୍ୟୋତି

July 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବ୍ୟାଙ୍କକରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ ଜ୍ୟୋତି ୟାରାଜି ୧୦୦ ମିଟର ହର୍ଡଲସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ କ୍ରୀଡ଼ାବିତ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲ ପ୍ରତିଯୋଗିତାରେ ଜ୍ୟୋତି ୧୩.୦୯ ସେକେଣ୍ଡ ସମୟରେ ଦୌଡ଼ ସମ୍ପୂର୍ଣ୍ଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସିରେ ପ୍ରଶିକ୍ଷଣ ଲାଭ କରିଥିବା ଜ୍ୟୋତିଙ୍କୁ ଏହି ସଫଳତା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଅଭିନନ୍ଦନ ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପ୍ରଥମ ଭାରତୀୟ ଭାବରେ ଜ୍ୟୋତିଙ୍କ ଏହି ସଫଳତା ଦେଶକୁ ଗୌରବାନ୍ୱିତ କରିବା ସହ ସମସ୍ତ ଯୁବ କ୍ରୀଡ଼ାବିତ, ବିଶେଷ କରି କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ହାସଲର ସ୍ୱପ୍ନ ଦେଖୁଥିବା ବାଳିକା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି। ଜ୍ୟୋତିଙ୍କ ସଫଳତା ରିଲାଏନ୍ସ ଫାଉଣ୍ଡେସନ ପାଇଁ ଗର୍ବର ବିଷୟ ଭାବେ ବର୍ଣ୍ଣନା କରିବା ସହିତ ଯୁବପିଢ଼ିକୁ କ୍ରୀଡା ପ୍ରତି ଆକର୍ଷିତ କରିବା ଏବଂ ସେମାନଙ୍କ ମନରେ କ୍ରୀଡା ପାଇଁ ରହିଥିବା ଆଗ୍ରହକୁ ଆଗକୁ ବଢାଇବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଶୃତିବଦ୍ଧତାକୁ ଦୋହରାଇଛନ୍ତି ନୀତା ଅମ୍ବାନି। ଏଥି ସହିତ ବ୍ୟାଙ୍କକରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପରେ ସମସ୍ତ ଭାରତୀୟ କ୍ରୀଡ଼ାବିତ ଓ ରିଲାଏନ୍ସ ଫାଉଣ୍ଡେସନ କ୍ରୀଡ଼ାବିତ ମାନଙ୍କୁ ସେ ଶୁଭକାମନା ଜଣାଇଛନ୍ତି।

ଫାଇନାଲରେ ଶୀର୍ଷ ପ୍ରଦର୍ଶନ ପରେ ଜ୍ୟୋତି ୟାରାଜି ବିଶ୍ୱ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ନିକଟରେ ସମସ୍ତ ପ୍ରତିଯୋଗିତାରେ କ୍ରମାଗତ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିପାରିଥିବାରୁ ଖୁସି ଜାହିର କରିଛନ୍ତି। ଜାପାନର ପ୍ରତିଯୋଗୀମାନଙ୍କ ଠାରୁ ସେ ପ୍ରତିଦ୍ୱନ୍ଦିତା ଆଶା କରିଥିଲେ ମଧ୍ୟ ମେଡାଲ ବିଷୟରେ ଅଧିକ ଭାବନା ଛାଡି ନିଜ ଟାଇମିଂକୁ ଉନ୍ନତ କରିବା ଦିଗରେ ସେ ଧ୍ୟାନ କେନ୍ଦ୍ରିତ କରିଥିବା କହିଛନ୍ତି। ସେ କ୍ରମାଗତ ଭାବେ ୧୩ ସେକେଣ୍ଡ ସମୟ ହାସଲ କରିଥିବାରୁ ଆଗକୁ ନିଜର ଲକ୍ଷ୍ୟ ମୁତାବକ ୧୨.୯, ୧୨.୮ ଏବଂ ୧୨.୭ ସେକେଣ୍ଡ ସମୟରେ ପହଞ୍ଚିବା ନେଇ ସେ ଦୃଢ ଆଶାବାଦୀ ଥିବା ଜ୍ୟୋତି କହିଛନ୍ତି।

ନୀତା ଅମ୍ବାନି ରିଲାଏନ୍ସ ଫାଉଣ୍ଡେସନ ସ୍ୱର୍ଣ୍ଣ ଜିତିଲେ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.