Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନକଲି ୱେ ବିଲ୍ ମାଧ୍ୟମରେ ପଥର ଚାଲାଣ କରିବା ମହଙ୍ଗା ପଡିଲା: ଦୁଇ କମ୍ପ୍ୟୁଟର ଦୋକାନୀ ଗିରଫ
ଆଜିର ଖବର

ନକଲି ୱେ ବିଲ୍ ମାଧ୍ୟମରେ ପଥର ଚାଲାଣ କରିବା ମହଙ୍ଗା ପଡିଲା: ଦୁଇ କମ୍ପ୍ୟୁଟର ଦୋକାନୀ ଗିରଫ

July 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଟାଙ୍ଗୀ/ଜଙ୍କିଆ: କମ୍ପୁଟର ଦୋକାନୀର ଚାଲାକି ଧରାପଡିଛି। ପୋଲିସ୍ ଓ ପ୍ରଶାସନ ଆଖିରେ ଧୁଳି ଦେଇ ଜାଲ ସିିଣ୍ଡିକେଟ୍ ଚଳାଇଥିବା ଧନ୍ଦାକୁ ଜଙ୍କିଆ ପୋଲିସ ପର୍ଦ୍ଦାଫାସ କରିଛି। ନକଲି ତହସିଲଦାରଙ୍କ ଷ୍ଟାମ୍ପ ସହ ନକଲି ୱେ ବିଲ୍ ତିଆରି କରି ପଥର ଚାଲାଣ କରୁଥିବା ଦୋକାନୀକୁ ଜଙ୍କିଆ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ-ଚାନ୍ଦପୁରରେ ଥିବା ଦୁଇ କମ୍ପ୍ୟୁଟର ଦୋକାନୀ ଅନୈତିକ ଭାବେ ନକଲି ୱେ ବିଲ୍ ତିଆରି ପଥର ଚାଲାଣ କରୁଥିଲେ। ଏହା ଦ୍ଵାରା ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ସରକାରଙ୍କ ରାଜସ୍ୱ ହାନି କରୁଥିଲେ। ହେଲେ ଏକ ପଥର ଵୋଝେଇ ଟ୍ରକ୍ ର ୱାଇ ଫର୍ମକୁ ତଦନ୍ତ କରିବା ବେଳେ ଏହାର ସତ ପଦାକୁ ଆସିଥିଲା।

ଟାଙ୍ଗୀ ତହସିଲ ଦାରଙ୍କ ଷ୍ଟାମ୍ପ ୱାଇ ଫର୍ମ ଜାଲିଆତି କରି ପଥର ଚୋରା ଚାଲାଣ କରୁଥିବା ଘଟଣାରେ ଜଙ୍କିଆ ପୋଲିସ୍ ହାତରେ ପ୍ରମାଣ ଲାଗିଥିଲା। ଯାହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ୨ଜଣ କମ୍ପୁଟର ଦୋକାନୀଙ୍କୁ ଜଙ୍କିଆ ପୋଲିସ୍ ଗିରଫ କରିଥିଲା। ଟାଙ୍ଗୀର ପ୍ରମୋଦ କୁମାର ଦାସ ଓ ଅନ୍ୟ ଜଣକ ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁରର ହ୍ରୁଷିକେଶ ସାହୁ।

ସେମାନଙ୍କ ଠାରୁ କଲର ପ୍ରିଣ୍ଟର,ନମ୍ବରିଙ୍ଗ ମେସିନ୍, କମ୍ପୁଟର, ନକଲି ସିଲ୍ ଜଙ୍କିଆ ପୋଲିସ୍ ଜବତ କରିଥିଲା। ଏହା ସହ ନକଲି ୱାଇ ଫର୍ମ ବ୍ୟବହାର କରୁଥିବା ଅଭିଯୋଗରେ ଟ୍ରକ୍ ଚାଳକ ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ଗିରଫ କରିବା ସହ ଟ୍ରକକୁ ଜବତ କରିଛି ପୋଲିସ୍।

ଏହି ଘଟଣାରେ ଆଗକୁ ବହୁ ଲୋକ ଗିରଫ ହେବାର ସମ୍ଭାଵନା ରହିଛି। ତେଣୁ ପଥର ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଗିରଫ ଜଙ୍କିଆ ଟାଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Latest News

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.