Categories
ଆଜିର ଖବର ରାଜ୍ୟ ଖବର

ଜଂକିଆ ଠାରେ ୧୯ଟି ଶିଳ୍ପ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଂକିଆ ପଞ୍ଚାୟତ ମୁଣ୍ଡାଆମ୍ବ ମୌଜାରେ ଇଡକୋ ପକ୍ଷରୁ ବିଭିନ୍ନ କମ୍ପାନୀକୁ ଜମି ଆବଣ୍ଟନ କରାଯାଇଥିବାବେଳେ ବରୁଣ ବେଭେରଜ ପ୍ରାଇଭେଟ୍ ଲିମିଟେଡ, ନେସେଲେ, ବର୍ଜର, କିସଲେ, ଶିବଶକ୍ତି, ଚେମାକୋ, ଶ୍ରୀଜୟ, ଆଇଡିଭିବି, ରାଜଶ୍ରୀ, ଇଣ୍ଡୋପେଟ, ଶ୍ରୀଚକ୍ର, ସୁରକ୍ଷା, ନାରାୟଣୀ, ଅନୁପମ, ମେଗା ଫ୍ଲେକ୍ସ ଆଦି ପକ୍ଷରୁ କମ୍ପାନୀର ନିର୍ମାଣ କରାଯାଇଛି। ଏହି କମ୍ପାନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଆଜି ଉଦଘାଟିତ ହୋଇଯାଇଛି।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଂକିଆ ମୁଣ୍ଡାଆମ୍ବ ଠାରେ ପହଞ୍ଚି ଏହାକୁ ଉଦଘାଟନ କରିଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଓ ଜଂକିଆ ପୋଲିସ କମ୍ପାନୀ ଅଞ୍ଚଳରେ ସୁରକ୍ଷା ନିମନ୍ତେ ସମସ୍ତ ବ୍ୟବସ୍ଥା କରିଥିଲେ। ହେଲିପ୍ୟାଡ ଓହ୍ଲାଇ ମୂଖ୍ୟମନ୍ତ୍ରୀ ସଭା ସ୍ଥଳକୁ ଆସି କମ୍ପାନୀ ଗୁଡିକ ଲୋକାର୍ପଣ କରିଥିଲେ। ଜଂକିଆ ଅଂଚଳରେ କମ୍ପାନୀ ହେବା ଦ୍ଵାରା ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀ ରୋଜଗାର ପାଇ ପାରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନକଲି ୱେ ବିଲ୍ ମାଧ୍ୟମରେ ପଥର ଚାଲାଣ କରିବା ମହଙ୍ଗା ପଡିଲା: ଦୁଇ କମ୍ପ୍ୟୁଟର ଦୋକାନୀ ଗିରଫ

ଟାଙ୍ଗୀ/ଜଙ୍କିଆ: କମ୍ପୁଟର ଦୋକାନୀର ଚାଲାକି ଧରାପଡିଛି। ପୋଲିସ୍ ଓ ପ୍ରଶାସନ ଆଖିରେ ଧୁଳି ଦେଇ ଜାଲ ସିିଣ୍ଡିକେଟ୍ ଚଳାଇଥିବା ଧନ୍ଦାକୁ ଜଙ୍କିଆ ପୋଲିସ ପର୍ଦ୍ଦାଫାସ କରିଛି। ନକଲି ତହସିଲଦାରଙ୍କ ଷ୍ଟାମ୍ପ ସହ ନକଲି ୱେ ବିଲ୍ ତିଆରି କରି ପଥର ଚାଲାଣ କରୁଥିବା ଦୋକାନୀକୁ ଜଙ୍କିଆ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ-ଚାନ୍ଦପୁରରେ ଥିବା ଦୁଇ କମ୍ପ୍ୟୁଟର ଦୋକାନୀ ଅନୈତିକ ଭାବେ ନକଲି ୱେ ବିଲ୍ ତିଆରି ପଥର ଚାଲାଣ କରୁଥିଲେ। ଏହା ଦ୍ଵାରା ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ସରକାରଙ୍କ ରାଜସ୍ୱ ହାନି କରୁଥିଲେ। ହେଲେ ଏକ ପଥର ଵୋଝେଇ ଟ୍ରକ୍ ର ୱାଇ ଫର୍ମକୁ ତଦନ୍ତ କରିବା ବେଳେ ଏହାର ସତ ପଦାକୁ ଆସିଥିଲା।

ଟାଙ୍ଗୀ ତହସିଲ ଦାରଙ୍କ ଷ୍ଟାମ୍ପ ୱାଇ ଫର୍ମ ଜାଲିଆତି କରି ପଥର ଚୋରା ଚାଲାଣ କରୁଥିବା ଘଟଣାରେ ଜଙ୍କିଆ ପୋଲିସ୍ ହାତରେ ପ୍ରମାଣ ଲାଗିଥିଲା। ଯାହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ୨ଜଣ କମ୍ପୁଟର ଦୋକାନୀଙ୍କୁ ଜଙ୍କିଆ ପୋଲିସ୍ ଗିରଫ କରିଥିଲା। ଟାଙ୍ଗୀର ପ୍ରମୋଦ କୁମାର ଦାସ ଓ ଅନ୍ୟ ଜଣକ ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁରର ହ୍ରୁଷିକେଶ ସାହୁ।

ସେମାନଙ୍କ ଠାରୁ କଲର ପ୍ରିଣ୍ଟର,ନମ୍ବରିଙ୍ଗ ମେସିନ୍, କମ୍ପୁଟର, ନକଲି ସିଲ୍ ଜଙ୍କିଆ ପୋଲିସ୍ ଜବତ କରିଥିଲା। ଏହା ସହ ନକଲି ୱାଇ ଫର୍ମ ବ୍ୟବହାର କରୁଥିବା ଅଭିଯୋଗରେ ଟ୍ରକ୍ ଚାଳକ ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ଗିରଫ କରିବା ସହ ଟ୍ରକକୁ ଜବତ କରିଛି ପୋଲିସ୍।

ଏହି ଘଟଣାରେ ଆଗକୁ ବହୁ ଲୋକ ଗିରଫ ହେବାର ସମ୍ଭାଵନା ରହିଛି। ତେଣୁ ପଥର ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜଙ୍କିଆ: ପଥର ଖଣିରେ ଚାଲିଗଲା ଶ୍ରମିକଙ୍କ ଜୀବନ

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଗ୍ରାମ ନିକଟରେ ମାଙ୍କଡା ପଥର ଖଣିରେ କାମ କରୁଥିବା ବେଳେ ଟ୍ରକ ଚକାତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ।ମୃତ ଶ୍ରମିକ ଜଣଙ୍କ ଗୟାବନ୍ଧ ଗ୍ରାମର ମନସୁର ଅଲୀ। ମନସୁର ପାଓ୍ବ।ର ଟିଲରରେ ଅପରେଟର ଭାବରେ ଖଣିରେ କାମ କରୁଥିଲେ। ଟ୍ରକ ଡ୍ରାଇଭରର ଅସାବଧାନତା ଯୋଗୁଁ ମନସୁର ଉପରେ ଟ୍ରକ ମାଡିଯାଇଥିଲା।

ମନସୁରଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି। ଖବର ପାଇ ଜଂକିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଣିରୁ ଗୋଟିଏ ପାଓ୍ବ।ର ଟିଲର ଓ ଟ୍ରକ ଜବତ କରିବା ସହିତ ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍କିଆ: ଚିତାବାଘ ଛାଲ ଜବତ କଲା ଏସଟିଏଫ, ଜଣେ ଗିରଫ

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରୁ ଚିତାବାଘ ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ। ଏ ନେଇ ଆଜି ଏସଟିଏଫ ପକ୍ଷରୁ ସୂଚନା ମିଳିଛି।

ସୂଚନା ମୁତାବକ ଗତକାଲି ରାତିରେ ଜଙ୍କିଆ ଥାନା ହଜ ଗ୍ରାମ ନିକଟରେ ଏସଟିଏଫ ବନବିଭାଗ ସହାୟତାରେ ଚଢ଼ାଉ କରି ଉମେଶ ରଥ ନାମକ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚିତାବାଘ ଛାଲ ଜବତ କରିଥିଲା। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ କେସ ନମ୍ବର ୩୦/୨୨ ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଥିବା ବେଳେ ଜବତ ଚିତାବାଘ ଛାଲକୁ ଦେହେରାଡୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଶିକ୍ଷାନୁଷ୍ଠାନକୁ ଅଧିକ ପରୀକ୍ଷା ପାଇଁ ପଠାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜଙ୍କିଆ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ବଡ ପୋଖରିଆ ସୁନେଈ ରୁପେଇ ଛକ ନିକଟରେ ଆଜି ବଡି ଭୋରରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ଆନ୍ଧ୍ରପ୍ରଦେଶ ବିଶାଖା ପାଟଣା ଅଂଚଳର ବୋଲି ଜଣା ପଡିଛି।

ଖବର ମୁତାବକ ବିଶାଖାପାଟଣା ଅଂଚଳର ୨ ଜଣ ମହିଳାଙ୍କ ସହ ଦୁଇ ଜଣ ପୁରୁଷ ଏକ କାର୍ ରେ ପୁରୀ ଯାଉଥିଲେ। ସୁନେଇ ରୁପେଇ ଛକ ନିକଟରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଗୋଟିଏ ଟ୍ରକ୍ ପୁର୍ବରୁ ଉକ୍ତ ଛକରେ ଛିଡା ହୋଇ ରହିଥିଲା। ହେଲେ ଦ୍ରୁତ ଗତିରେ ଏହି କାର୍ ଟି ଆସୁଥିବାରୁ କାର୍ ଚାଳକ ଦୂରରୁ ଟ୍ରକ୍ କୁ ଦେଖି ପାରି ନଥିଲେ। ଫଳରେ ଟ୍ରକ୍ ପଛ ଭାଗରେ କାର୍ ଟି ପିଟି ହୋଇ ଯାଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଜୋର୍ ଥିଲା ଯେ ଘଟଣା ସ୍ଥଳରେ ୪ ଜଣଙ୍କ ମ୍ରୁତ୍ୟୁ ହୋଇଥିଲା।

ଖବର ପାଇ ଜଙ୍କିଆ ଆଇଆଇସି ଅନିତା ସାହୁ ଦୁର୍ଘଟଣା ସ୍ଥଳରେ ପହଂଚି ସମସ୍ତ ମୃତଦେହକୁ ଜବତ ଜରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ସଦର ମେଡିକାଲକୁ ପଠାଇଛନ୍ତି।  ତେବେ ମୃତକମାନଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ ପୋଲିସ ଟ୍ରକ ଏବଂ ଟ୍ରକ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବାର କହିଛନ୍ତି ଆଇଆଇସି ଶ୍ରୀମତୀ ସାହୁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍କିଆ: ବେଆଇନ ପଥର ଖଣି ଉପରେ ଚଢାଉ, ତିନି ହାଇୱା ସମେତ ପୋକଲିନ ଜବତ, ଚାରି ଗିରଫ

ଜଙ୍କିଆ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ଏକ ବେଆଇନ ପଥର ଖଣିରେ ପୋଲିସ ଚଢ଼ାଉ କରି ତିନି ଗୋଟି ମୋରମ ବୋଝେଇ ହାଇୱା ଗାଡ଼ି ସମେତ ଗୋଟାଏ ପୋକଲିନ ମେସିନ ଜବତ କରିଛି। ସୂଚନା ମୁତାବକ ଜଙ୍କିଆ ଅଞ୍ଚଳରେ ବାରମ୍ବାର ବେଆଇନ ପଥର ଚୋରାଚାଲାଣ ଅଭିଯୋଗ ହୋଇଆସୁଥିବା ବେଳେ ନୂତନ ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଗତକାଲି ରାତିତମାମ ଚଢ଼ାଉ ଜାରି ରହିଥିଲା।

ଏହି ପରିପ୍ରେକ୍ଷୀରେ ମୁଣ୍ଡାଆମ୍ବା ଗ୍ରାମ ନିକଟରେ ଏକ ବେଆଇନ ପଥର ଖଣିରେ ଚଢ଼ାଉ କରାଯାଇ ଉକ୍ତ ଗାଡିଗୁଡିକ ଜବତ ହୋଇଛି। ତେବେ ଉକ୍ତ ଘଟଣାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାର ଆଇଆଇସି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଗତକାଲି ରାତିରେ ଗୋଡିପଡା ଅଞ୍ଚଳର ଜଣେ ଦେଶୀ ମଦ ବେପାରୀକୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ସୂଚନା ଦେଇଛନ୍ତି।