ଜଙ୍କିଆ: ପଥର ଖଣିରେ ଚାଲିଗଲା ଶ୍ରମିକଙ୍କ ଜୀବନ

Published: Feb 4, 2023, 6:07 pm IST

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଗ୍ରାମ ନିକଟରେ ମାଙ୍କଡା ପଥର ଖଣିରେ କାମ କରୁଥିବା ବେଳେ ଟ୍ରକ ଚକାତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ।ମୃତ ଶ୍ରମିକ ଜଣଙ୍କ ଗୟାବନ୍ଧ ଗ୍ରାମର ମନସୁର ଅଲୀ। ମନସୁର ପାଓ୍ବ।ର ଟିଲରରେ ଅପରେଟର ଭାବରେ ଖଣିରେ କାମ କରୁଥିଲେ। ଟ୍ରକ ଡ୍ରାଇଭରର ଅସାବଧାନତା ଯୋଗୁଁ ମନସୁର ଉପରେ ଟ୍ରକ ମାଡିଯାଇଥିଲା।

ମନସୁରଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି। ଖବର ପାଇ ଜଂକିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଣିରୁ ଗୋଟିଏ ପାଓ୍ବ।ର ଟିଲର ଓ ଟ୍ରକ ଜବତ କରିବା ସହିତ ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

Related posts