Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ଆଇଇଏମ୍‌ଏସ୍‌
ଆଜିର ଖବର

ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ଆଇଇଏମ୍‌ଏସ୍‌

November 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
IEMS to be implemented on the Daitari-Chandikhol National Highway
IEMS to be implemented on the Daitari-Chandikhol National Highway

ଭୁବନେଶ୍ୱର: ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଏବଂ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକୁ ରୋକିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଆସନ୍ତା ୧ ଡିସେମ୍ବର ୨୦୨୬ ଠାରୁ ଯାଜପୁର ଏବଂ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଦୈତାରୀରୁ ଚଣ୍ଡିଖୋଲ ରାଜପଥରେ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ (ଆଇଇଏମ୍‌ଏସ୍‌) ମାଧ୍ୟମରେ ସିଧାସଳଖ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ରାଜପଥରେ ଅତ୍ୟାଧୁନିକ କ୍ୟାମେରା ଓ ବୈଷୟିକ ଜ୍ଞାନକୌଶଳ ସହାୟତାରେ ଚାରୋଟି ପ୍ରମୁଖ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ କଡ଼ା ନଜର ରଖାଯିବ। ଦ୍ରୁତଗତିରେ ଗାଡ଼ି ଚଳାଇବା, ଦୁଇଚକିଆ ଯାନରେ ତିନି ଜଣ ବସି ଯାତ୍ରା କରିବା, ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ନପିନ୍ଧିବା ଏବଂ ବିପରୀତ ଦିଗରେ ଗାଡ଼ି ଚଳାଇବା କ୍ଷେତ୍ରରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରିହେବ।

ଦୈତାରୀ-ଚଣ୍ଡିଖୋଲ ରାଜପଥରେ ବିଭିନ୍ନ ବର୍ଗର ଯାନବାହନ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସର୍ବାଧିକ ବେଗ ସୀମା କଡ଼ାକଡ଼ି ଭାବେ ଲାଗୁ ରହିବ। ଏଥିରେ ଦୁଇଚକିଆ ଯାନ ପାଇଁ ଘଣ୍ଟା ପ୍ରତି ୬୦ କି.ମି, କାର୍ ଓ ଜିପ୍ ଭଳି ହାଲୁକା ମୋଟର ଯାନ ପାଇଁ ଘଣ୍ଟା ପ୍ରତି ୧୦୦ କି.ମି ଏବଂ ଟ୍ରକ୍ ଓ ବସ୍ ଭଳି ଭାରୀ ଯାନ ପାଇଁ ଘଣ୍ଟା ପ୍ରତି ୮୦ କି.ମି. ବେଗ ସୀମା ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଇ-ଚାଲାଣରେ ନିୟମ ଉଲ୍ଲଂଘନର ସ୍ପଷ୍ଟ ଫଟୋ କିମ୍ବା ଭିଡିଓ ପ୍ରମାଣ ସହିତ ଗାଡ଼ିର ପଞ୍ଜୀକରଣ ନମ୍ବର, ତାରିଖ, ସମୟ, ଜିପିଏସ୍ ଲୋକେସନ୍ ଏବଂ ଗାଡ଼ିର ବେଗ ସମ୍ପର୍କିତ ତଥ୍ୟ ଉଲ୍ଲେଖ ରହିବ। ରାମେଶ୍ୱରରୁ ପାଣିକୋଇଲି, ଭୁବନେଶ୍ୱରରୁ ପୁରୀ, ପୁରୀରୁ କୋଣାର୍କ, କୋଣାର୍କରୁ ପିପିଲି , କଟକରୁ ପାରାଦୀପ , ଗିରିଶୋଳାରୁ ରାମେଶ୍ୱର , ପାଣିକୋଇଲିରୁ ଲକ୍ଷ୍ମଣନାଥ, ବଲାଙ୍ଗୀରରୁ ତୁରେକେଲା, ବ୍ରହ୍ମପୁରରୁ ତପ୍ତପାଣି, ବ୍ରହ୍ମପୁରରୁ ଭଞ୍ଜନଗର, ସମ୍ବଲପୁରରୁ ମଙ୍ଗୁଳି, ବଡ଼ବିଲରୁ ପାଣିକୋଇଲି ଏବଂ ସମ୍ବଲପୁରରୁ ରାଉରକେଲା, ସୋହେଲାରୁ ନୂଆପଡ଼ାରେ ଆଇଇଏମଏସ କାର୍ଯ୍ୟକ୍ଷମ ରହିଛି। ସମସ୍ତ ଯାନବାହନ ଚାଳକଙ୍କୁ ସଡ଼କ ସୁରକ୍ଷା ନିୟମ ମାନିବା, ହେଲମେଟ୍ ବ୍ୟବହାର କରିବା ଏବଂ ନିର୍ଦ୍ଧାରିତ ବେଗ ସୀମା ମଧ୍ୟରେ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ଗାଡ଼ି ମାଲିକମାନେ ନିଜର ମୋବାଇଲ୍ ନମ୍ବର ଓ ଠିକଣା ପରିବହନ ବିଭାଗର ପୋର୍ଟାଲରେ ଅପଡେଟ୍ ରଖିବାକୁ ଏବଂ ଚାଲାଣ ପୈଠ କିମ୍ବା ଅଭିଯୋଗ ପାଇଁ କେବଳ ସରକାରୀ ଅଫିସିଆଲ୍ ଇ-ଚାଲାଣ ପୋର୍ଟାଲ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ଆଇଇଏମ୍‌ଏସ୍‌ ଦୈତାରୀ-ଚଣ୍ଡିଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

November 28, 2026

ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଜଳାପୋଡ଼ା ଚିକିତ୍ସା ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ

November 28, 2026

ଡିଏଭି ପୋଖରୀପୁଟରେ ଷ୍ଟୁଡେଣ୍ଟ ଇନୋଭେସନ୍ ଫେୟାର ୨.୦ ଅନୁଷ୍ଠିତ

November 28, 2026

ପୁରୀଘାଟ ଗୋଷ୍ଠୀ ସଂଘର୍ଷ ଘଟଣା: ୪୮ ଘଣ୍ଟାରେ ତଦନ୍ତ ରିପୋର୍ଟ ଦେବାକୁ ପୁଲିସ କମିଶନରଙ୍କ ନିର୍ଦ୍ଦେଶ

November 28, 2026
Latest News

ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ଆଇଇଏମ୍‌ଏସ୍‌

November 28, 2026

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

November 28, 2026

ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଜଳାପୋଡ଼ା ଚିକିତ୍ସା ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ

November 28, 2026

ଡିଏଭି ପୋଖରୀପୁଟରେ ଷ୍ଟୁଡେଣ୍ଟ ଇନୋଭେସନ୍ ଫେୟାର ୨.୦ ଅନୁଷ୍ଠିତ

November 28, 2026

ପୁରୀଘାଟ ଗୋଷ୍ଠୀ ସଂଘର୍ଷ ଘଟଣା: ୪୮ ଘଣ୍ଟାରେ ତଦନ୍ତ ରିପୋର୍ଟ ଦେବାକୁ ପୁଲିସ କମିଶନରଙ୍କ ନିର୍ଦ୍ଦେଶ

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.