Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହୁଡା ଡବଲ୍ ମର୍ଡର ଘଟଣାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଆଜିର ଖବର

ମହୁଡା ଡବଲ୍ ମର୍ଡର ଘଟଣାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

July 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ଜୁନ ୨୮ ତାରିଖରେ ଗଞ୍ଜାମ ଜିଲ୍ଲା ମହୁଡା ଗ୍ରାମରେ ଘଟିଥିବା ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତ ୩ ଯୁବକ ଯଥା ପୁର୍ବତନ ସରପଞ୍ଚ ସଞ୍ଜୟ ସାହୁ, ପବିତ୍ର ନାହାକ ଓ ଅପୁର୍ବ ବସ୍ତିଆଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଉକ୍ତ ହତ୍ୟାକାଣ୍ଡରେ ନିହତ ଲାଠୀ ଗ୍ରାମର ଶିବରାମ ଗୌଡ଼ ଓ ବିଘ୍ନରାଜ ପୁରୋହିତ ଦୁଇ ଜଣ ଭଲ ସାଙ୍ଗ ଓ ଉଭୟେ ମିଶି ମହୁଡା ଗ୍ରାମରେ ବେଳେ ବେଳେ ମଦ ପିଇ ଗଣ୍ଡଗୋଳ କରିବା ସହ ଝିଅ ଓ ମହିଳା ମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏହି ଭଳି ପରିସ୍ଥିତିରେ ମହୁଡା ଗ୍ରାମ ବାସୀନ୍ଦା ଅତିଷ୍ଠ ହୋଇ ଏହି ଦୁଇ ଯୁବକଙ୍କୁ ମାଡ଼ ମାରିବାର ଯୋଜନା କରିଥିଲେ।

ଇତ୍ୟବସରରେ ଘଟଣା ଦିନ ନିହତ ଦୁଇ ଯୁବକ ମହୁଡା ଗ୍ରାମରେ ଏକ ଭୋଜି କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଦ ନିଶାରେ ସେଠାରେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଯ’ଦ୍ଵାରା ଗ୍ରାମର କିଛି ଲୋକ ଅତିଷ୍ଠ ହୋଇ କାତି, ଖଣ୍ଡା, ବିଅର୍ ବୋତଲ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଙ୍କ ମ୍ରୁତ୍ୟୁ ଘଟିଥିଲା।

ଉକ୍ତ ଦୁଇ ଯୁବକଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଅଖାରେ ଗୋଡ଼େଇ ସେମାନେ ଆଣିଥିବା ମୋଟରସାଇକେଲରେ ଗାଁ ରେ ଅବସ୍ଥିତ ଗ୍ରାମଦେବତୀ ମନ୍ଦିର ପାଖରେ ନେଇ ଗାଡ଼ି ଓ ଦୁଇ ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଚାଲି ଆସିଲେ।

ଖବର ପାଇ ପୋଲିସ ଓ ସାଇଣ୍ଟିଫକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କ ଠାରୁ ଏତଲା ଗ୍ରହଣ କରି କେଶ୍ ନଂ୨୩୫/୨୩ ଅନୁଯାୟୀ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ଓ ଶେଷରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

କୋର୍ଟ ଚାଲାଣ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.