ଏନଡିଏରେ ସାମିଲ ହେଲେ ଓପି ରାଜଭର: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା

Published: Jul 16, 2023, 12:02 pm IST

ନୂଆଦିଲ୍ଲୀ: ଅନେକ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନା ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭର ଏନଡିଏରେ ଯୋଗ ଦେଇଛନ୍ତି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଘୋଷଣା କରିଛନ୍ତି। ଶ୍ରୀ ରାଜଭରଙ୍କ ଆଗମନ ପରେ ଏନଡିଏକୁ ମଜବୁତ କରାଯିବ ବୋଲି ସେ ଟୁଇଟ୍ କରିଛନ୍ତି। ଏହାପୂର୍ବରୁ ଜୁଲାଇ ୧୪ ତାରିଖରେ ଉଭୟ ନେତା ମଧ୍ୟ ସାକ୍ଷାତ କରିଥିଲେ।

ଅମିତ ଶାହା ଏହି ସଭାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ରାଜଭରଙ୍କ ସହ ତାଙ୍କ ପୁଅ ଅରବିନ୍ଦ ରାଜଭର ମଧ୍ୟ ନଜର ଆସିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, “ଦିଲ୍ଲୀରେ ଓପି ରାଜଭର ଜୀଙ୍କ ସହ ସାକ୍ଷାତ ହୋଇଛି ଏବଂ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ମେଣ୍ଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନଡିଏ ପରିବାରକୁ ସ୍ୱାଗତ କରୁଛି। ରାଜଭର ଜୀ ଆସିବା ପରେ ଉତ୍ତରପ୍ରଦେଶରେ ଏନଡିଏକୁ ଶକ୍ତି ମିଳିବ ଏବଂ ମୋଦୀ ଜିଙ୍କ ନେତୃତ୍ୱରେ ଗରିବ ଏବଂ ବଞ୍ଚିତମାନଙ୍କ କଲ୍ୟାଣ ପାଇଁ ଏନଡିଏ ଦ୍ୱାରା କରାଯାଇଥିବା ପ୍ରୟାସକୁ ଅଧିକ ବଳ ମିଳିବ ବୋଲି ସେ କହିଛନ୍ତି।

ରାଜଭର ମଧ୍ୟ ଟ୍ୱିଟ୍ କରିଛନ୍ତି:

ଓପି ରାଜଭର ମଧ୍ୟ ଟ୍ୱିଟ୍ କରି ଏହା ନିଶ୍ଚିତ କରିଛନ୍ତି। ସେ ଟ୍ୱିଟରେ ଅମିତ ଶାହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, “ଶୋଷିତ, ପଛୁଆ, ଦଳିତ, ମହିଳା, କୃଷକ, ଯୁବକ, ପ୍ରତ୍ୟେକ ଦୁର୍ବଳ ଶ୍ରେଣୀଙ୍କୁ ମଜବୁତ କରିବା ପାଇଁ ଭାରତୀୟ ଜନତା ପାର୍ଟି ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଏକାଠି ଲଢିବେ।

Related posts