Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇନ୍‌ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ ଛାଡ଼ି ଛାତ୍ରଛାତ୍ରୀ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାନ୍ତୁ: ବିଶେଷଜ୍ଞ
ଆଜିର ଖବର

ଇନ୍‌ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ ଛାଡ଼ି ଛାତ୍ରଛାତ୍ରୀ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାନ୍ତୁ: ବିଶେଷଜ୍ଞ

July 16, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ତ୍ତମାନ ବିଶ୍ୱରେ ପ୍ରତ୍ୟେକ ୩ ମାସରେ ଥରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତନ ଘଟୁଛି। ଭବିଷ୍ୟତରେ ପ୍ରତ୍ୟେକ ୩ ସପ୍ତାହରେ ଥରେ ଏ କ୍ଷେତ୍ରରେ ପରିବର୍ତନ ଘଟିବ। ତେଣୁ ଛାତ୍ରଛାତ୍ରୀମାନେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଥିବା ଏହି ଜ୍ଞାନକୌଶଳକୁ ଆପଣାନ୍ତୁ ବୋଲି ବିଶେଷଜ୍ଞ ଗୁରୁତ୍ୱାରୋପ କରିଛନ୍ତି।

ମାତ୍ର ୬ ମାସରୁ କମ୍ ସମୟ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ଚାଟ୍‌ଜିପିଟି ବିଶ୍ୱରେ ଏକ ବୈପ୍ଳବିକ ପରିବର୍ତନ ଆଣିଛି। ତେଣୁ ଏ କ୍ଷେତ୍ରରେ ଯୁବପିଢ଼ି ଇନ୍‌ଷ୍ଟାଗ୍ରାମ୍‌, ରିଲ୍‌ସ ଓ ୟୁଟ୍ୟୁବ୍‌କୁ ଛାଡ଼ି ନୂତନ ଜ୍ଞାନକୌଶଳ ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶନିବାର ଦିନ ଆୟୋଜିତ ସୋଆ ସ୍କେଲର୍ସ ୨.୦ ଆଇଟିଇଆର୍ ଶାଖାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଏହା କହିଛନ୍ତି ଟାଲି ସଲ୍ୟୁସନ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ର ଚିଫ୍ ପିପୁଲ ଅଫିସର ନାଗନାଗୌଡା ଏସ୍‌.ଜେ।

ଶ୍ରୀ ନାଗନାଗୌଡା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଥିବା ବକ୍ତବ୍ୟରେ କହିଛନ୍ତି ଯେ କୋଭିଡ ପରବର୍ତୀ ସମୟ ଶିଳ୍ପକ୍ଷେତ୍ର ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି। ଆମ ଦେଶରେ ପ୍ରାୟ ୧୦୦୦ ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ପ୍ରତ୍ୟେକ ବର୍ଷ ସାଢ଼େ ୪ କୋଟି ଛାତ୍ରଛାତ୍ରୀ ଶିକ୍ଷା ସମାପ୍ତ କରୁଛନ୍ତି। ୫୦୦୦୦ ଡାକ୍ତର ଓ ୧୪ ଲକ୍ଷ ଇଞ୍ଜିନିୟର ପ୍ରତ୍ୟେକ ବର୍ଷ ବାହାରୁଛନ୍ତି। ତେଣୁ ଏମାନଙ୍କ ପାଇଁ ଶିଳ୍ପକ୍ଷେତ୍ରରେ ଅନେକ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ତେବେ ଏ କ୍ଷେତ୍ରରେ ଶିଳ୍ପ ଏବଂ ଶିକ୍ଷା ଅନୁଷ୍ଠାନ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ୍ କାରଣ ଶିଳ୍ପ ଏବଂ ଶିକ୍ଷା ରେଳର ଦୁଇଟି ଧାରଣା ସଦୃଶ ବୋଲି ସେ କହିଛନ୍ତି।

ଚାକିରି ଏବଂ କ୍ୟାରିୟର ମଧ୍ୟରେ ଥିବା ପ୍ରଭେଦକୁ ଦର୍ଶାଇ ଶ୍ରୀ ନାଗନାଗୌଡା କହିଛନ୍ତି ଚାକିରି କ୍ଷଣସ୍ଥାୟୀ ଓ କ୍ୟାରିୟର ଦୀର୍ଘସ୍ଥାୟୀ। ତେଣୁ ଛାତ୍ରଛାତ୍ରୀମାନେ କ୍ୟାରିୟର ଗଢ଼ିବା ଦିଗରେ ମନୋନିବେଶ କରିବା ଉଚିତ୍। ତେବେ ଏଥି ନିମନ୍ତେ ସେମାନଙ୍କୁ ଜ୍ଞାନ, ଦକ୍ଷତା, ବୁଦ୍ଧି ଏବଂ ଭଲ ମାର୍କ ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେଉଛି। ଜାତୀୟ ଶିକ୍ଷାନୀତି ୨୦୨୦ର ଏକ ପ୍ରମୁଖ ପ୍ରସଙ୍ଗ ହେଉଛି ଶିକ୍ଷାନୁଷ୍ଠାନ ଓ ଶିଳ୍ପକ୍ଷେତ୍ରରେ ମଧ୍ୟ ଏକ ସମ୍ପର୍କ ସୃଷ୍ଟି ହେବା। ତେଣୁ ସମାଜର ଉନ୍ନତି ନିମନ୍ତେ ସୋଆ ଭଳି ବହୁବିଧ ବିଶ୍ୱବିଦ୍ୟାଳୟ ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି।

ଏହି ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଛାତ୍ରଛାତ୍ରୀମାନଙ୍କୁ ଉତମ କ୍ୟାରିୟର ଗଢ଼ିବା ଦିଗରେ ଉପଦେଶ ଦେଇଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ହେଡ୍‌-କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ୍ସ ରିପ୍ତୀ ରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଏକ ଦିବସୀୟ ସୋଆର ସ୍କେଲର୍ସ ୨.୦ କାର୍ଯ୍ୟକ୍ରମରେ ଦୁଇଟି ପ୍ୟାନେଲ ଡିସ୍‌କସନ୍ ରଖାଯାଇଥିଲା। ପ୍ରଥମ ପ୍ୟାନେଲର ପ୍ରସଙ୍ଗ ଥିଲା “ଫ୍ୟୁଚର୍ ଅଫ୍ ହାୟରିଂ ଟ୍ରେଣ୍ଡ ଅଫ୍ ଆଇଟି ଇଣ୍ଡଷ୍ଟ୍ରିଜ୍ ଆଣ୍ଡ ହାଓ ପ୍ରସ୍‌ପେକି୍ଟଭ ହାୟର୍ସ ମ୍ୟାଚ ଅପ୍ ଟୁ ଦ ରାଇଜିଂ ଏକ୍ସପେକ୍ଟେସନ୍‌ସ”। ଏହି ପ୍ୟାନେଲ୍‌ରେ ବିଶେଷଜ୍ଞ ଭାବେ ଟେକିଅନ୍ କର୍ପୋରେସନ୍‌ର ଇଣ୍ଡିଆ ଟ୍ୟାଲେଂଟ ଆକ୍ୟୁଜିସନ୍ ଲିଡର୍ ଅଖିଳ ଇ ଜି, କଂଟାରର ୟୁନିଭର୍ସିଟି ରିକ୍ର‌୍ୟୁଟମେଂଟ ତନ୍‌ଭୀ ଚର୍ତୁବେଦୀ, କ୍ୱାଂଟିଫିର ୟୁନିଭର୍ସିଟି ରିଲେସନ୍ସ ଆଣ୍ଡ ବ୍ରାଣ୍ଡିଂ ମ୍ୟାନେଜର ପ୍ରକାଶ ଗୁପ୍ତା, ପବ୍ଲିସିସ୍ ସାପିଏଂଟର ଅର୍ଲି କ୍ୟାରିୟର୍‌ସ ଇଣ୍ଡିଆ ଲିଡ୍ ଶଶି କୁମାର କେ, ୱାବ୍‌ଟେକ୍ କର୍ପୋରେସନ୍‌ର ସିନିୟର ମ୍ୟାନେଜର ଲିଡରସିପ୍ ହାୟରିଂ ଆଣ୍ଡ ୟୁନିଭର୍ସିଟି ରିଲେସନ୍‌ସ ଇ ବଂଶୀଧର ରେଡ୍ଡୀ ସାମିଲ ରହିଥିଲେ।

ସେହିପରି ଦ୍ୱିତୀୟ ପ୍ୟାନେଲର ପ୍ରସଙ୍ଗ ଥିଲା “ଇମ୍‌ପାକ୍ଟ ଅଫ୍ ଏଆଇ ଅନ୍ ଦ ଫ୍ୟୁଚର ୱାର୍କଫୋର୍ସ”। ଏହି ପାନେଲ୍‌ରେ ବିଶେଷଜ୍ଞ ଭାବେ କ୍ରାଡେଲ୍‌ପଏଂଟର ସିନିୟର ମ୍ୟାନେଜର ଟ୍ୟାଲେଂଟ ଆକ୍ୟୁଜିସନ୍ ପ୍ରଫୁଲ୍ଲ ଦେଓରୀ, କ୍ୱାଂଟିଫିର ସିନିୟର ମ୍ୟାନେଜର ପିପୁଲ୍ ରିଲେସନ୍ସ ଅପରେସନ୍‌ସ ଆଣ୍ଡ ୟୁନିଭର୍ସିଟି ରିଲେସନ୍ସର ନୀତିନ୍ କୁମାର ତିୱାରୀ, ବ୍ରିଲିଓର ଲିଡର କ୍ୟାମ୍ପସ୍ ହାୟରିଂ ଆଣ୍ଡ ଅର୍ଲି କ୍ୟାରିୟରସ ରିତୁ ଶର୍ମା, ମ୍ୟାକ୍‌ଡର୍ମଟ ଇନ୍‌ଟରନ୍ୟାସନାଲ୍ ଲିମିଟେଡ୍‌ର ସିନିୟର ଟ୍ୟାଲେଂଟ ଆକ୍ୟୁଜିସନ୍ ନେହା ସିଂ ସାମିଲ ଥିବା ଥିଲେ। ଦୁଇଟି ପ୍ୟାନେଲ ଆଲୋଚନାକୁ ଆଇଡେନ୍‌ଟିଟି ଗ୍ରୁପ୍‌ର ଫାଉଣ୍ଡର ଓ ମ୍ୟାନେଜିଂ ଡିରେକ୍ଟର ଯଶୱନ୍ତ ନାରାୟର ସିଂଘଲାଲ୍ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟ ସହିତ ବିଭିନ୍ନ ଶିଳ୍ପକ୍ଷେତ୍ର ଓ ଶୈକ୍ଷିକ କାର୍ଯ୍ୟକ୍ରମ ନେଇ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ବିଭିନ୍ନ ଶିଳ୍ପକ୍ଷେତ୍ରରୁ ଆସିଥିବା ମାନବସମ୍ବଳ ଅଧିକାରୀ ଓ ବିଶେଷଜ୍ଞମାନେ ସେମାନଙ୍କର ଅଭିଜ୍ଞତା ବଖାଣିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସୁଯୋଗ, ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

ପ୍ରଯୁକ୍ତିବିଦ୍ୟା ୟୁଟ୍ୟୁବ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Latest News

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.