Categories
ଆଜିର ଖବର ଜାତୀୟ ଖବର

ୟୁଟ୍ୟୁବରେ ୨ କୋଟି ସବସ୍କ୍ରାଇବର ଥିବା ଦୁନିଆର ପ୍ରଥମ ନେତା ହେଲେ ପିଏମ ମୋଦୀ, ଏହି ମାସରେ ୨୨ କୋଟି ଭ୍ୟୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଦୁନିଆର ପ୍ରଥମ ନେତା ହୋଇଛନ୍ତି, ଯାହାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ (ପିଏମ ମୋଦି ୟୁଟ୍ୟୁବ୍ ଚ୍ୟାନେଲ୍) ର ୨ କୋଟି ସବସ୍କ୍ରାଇବର ଅଛନ୍ତି। ନରେନ୍ଦ୍ର ମୋଦୀଙ୍କ ନାମରେ ପିଏମ ମୋଦୀଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି। ଏହି ଚ୍ୟାନେଲରେ ୪.୫ ବିଲିୟନ ଅର୍ଥାତ୍ ୪୫୦ କୋଟି ଭ୍ୟୁ ହୋଇସାରିଛି। ଏହି ମାସରେ, ପିଏମ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ମୋଟ ଭ୍ୟୁଜ ୨୨.୪ କୋଟି, ଯାହା ଏକ ରେକର୍ଡ। ଗତ ବର୍ଷ ଫେବୃଆରୀରେ ପିଏମ ମୋଦୀଙ୍କ ଚ୍ୟାନେଲ (ପିଏମ ମୋଦୀ ୟୁଟ୍ୟୁବ ଚ୍ୟାନେଲ) ର ସବସ୍କ୍ରାଇବରଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରିଥିଲା।

ପିଏମ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ତିନୋଟି ଲୋକପ୍ରିୟ ଭିଡିଓ ଅଛି। ସେଗୁଡିକର ମୋଟ ଭ୍ୟୁଜ ହେଉଛି ୧୭୫ ନିୟୁତ। ପ୍ରଧାନମନ୍ତ୍ରୀ ମୋଦୀ ୨୦୦୭ ରେ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ତା’ପରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଜନ ଯୋଗାଯୋଗରେ ସୋସିଆଲ ମିଡିଆର ଶକ୍ତି ବଢିବାରେ ମୋଦୀ ଭାରତୀୟ ରାଜନୀତିରେ ଅଗ୍ରଣୀ ବୋଲି ବିବେଚନା କରାଯାଏ।

ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ୟୁଟ୍ୟୁବ୍ ଚ୍ୟାନେଲ୍ ‘ଯୋଗ ୱିଥ ମୋଦୀ’ରେ ମଧ୍ୟ ୭୩,୦୦୦ ରୁ ଅଧିକ ଗ୍ରାହକ ଅଛନ୍ତି।

ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ପିଏମ ମୋଦୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି:

ପିଏମ ମୋଦୀଙ୍କ ପରେ ସୋସିଆଲ ମିଡିଆରେ ଲୋକପ୍ରିୟତା ଦୃଷ୍ଟିରୁ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୬୪ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତୃତୀୟ ସ୍ଥାନରେ ଅଛନ୍ତି, ତାଙ୍କର ୧୧ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚତୁର୍ଥ ସ୍ଥାନରେ ଅଛନ୍ତି। ବିଡେନଙ୍କର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୭,୯୪,୦୦୦ ସବସ୍କ୍ରାଇବର ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଇନ୍‌ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ ଛାଡ଼ି ଛାତ୍ରଛାତ୍ରୀ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାନ୍ତୁ: ବିଶେଷଜ୍ଞ

ଭୁବନେଶ୍ୱର: ବର୍ତ୍ତମାନ ବିଶ୍ୱରେ ପ୍ରତ୍ୟେକ ୩ ମାସରେ ଥରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତନ ଘଟୁଛି। ଭବିଷ୍ୟତରେ ପ୍ରତ୍ୟେକ ୩ ସପ୍ତାହରେ ଥରେ ଏ କ୍ଷେତ୍ରରେ ପରିବର୍ତନ ଘଟିବ। ତେଣୁ ଛାତ୍ରଛାତ୍ରୀମାନେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଥିବା ଏହି ଜ୍ଞାନକୌଶଳକୁ ଆପଣାନ୍ତୁ ବୋଲି ବିଶେଷଜ୍ଞ ଗୁରୁତ୍ୱାରୋପ କରିଛନ୍ତି।

ମାତ୍ର ୬ ମାସରୁ କମ୍ ସମୟ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ଚାଟ୍‌ଜିପିଟି ବିଶ୍ୱରେ ଏକ ବୈପ୍ଳବିକ ପରିବର୍ତନ ଆଣିଛି। ତେଣୁ ଏ କ୍ଷେତ୍ରରେ ଯୁବପିଢ଼ି ଇନ୍‌ଷ୍ଟାଗ୍ରାମ୍‌, ରିଲ୍‌ସ ଓ ୟୁଟ୍ୟୁବ୍‌କୁ ଛାଡ଼ି ନୂତନ ଜ୍ଞାନକୌଶଳ ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶନିବାର ଦିନ ଆୟୋଜିତ ସୋଆ ସ୍କେଲର୍ସ ୨.୦ ଆଇଟିଇଆର୍ ଶାଖାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଏହା କହିଛନ୍ତି ଟାଲି ସଲ୍ୟୁସନ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ର ଚିଫ୍ ପିପୁଲ ଅଫିସର ନାଗନାଗୌଡା ଏସ୍‌.ଜେ।

ଶ୍ରୀ ନାଗନାଗୌଡା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଥିବା ବକ୍ତବ୍ୟରେ କହିଛନ୍ତି ଯେ କୋଭିଡ ପରବର୍ତୀ ସମୟ ଶିଳ୍ପକ୍ଷେତ୍ର ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି। ଆମ ଦେଶରେ ପ୍ରାୟ ୧୦୦୦ ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ପ୍ରତ୍ୟେକ ବର୍ଷ ସାଢ଼େ ୪ କୋଟି ଛାତ୍ରଛାତ୍ରୀ ଶିକ୍ଷା ସମାପ୍ତ କରୁଛନ୍ତି। ୫୦୦୦୦ ଡାକ୍ତର ଓ ୧୪ ଲକ୍ଷ ଇଞ୍ଜିନିୟର ପ୍ରତ୍ୟେକ ବର୍ଷ ବାହାରୁଛନ୍ତି। ତେଣୁ ଏମାନଙ୍କ ପାଇଁ ଶିଳ୍ପକ୍ଷେତ୍ରରେ ଅନେକ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ତେବେ ଏ କ୍ଷେତ୍ରରେ ଶିଳ୍ପ ଏବଂ ଶିକ୍ଷା ଅନୁଷ୍ଠାନ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ୍ କାରଣ ଶିଳ୍ପ ଏବଂ ଶିକ୍ଷା ରେଳର ଦୁଇଟି ଧାରଣା ସଦୃଶ ବୋଲି ସେ କହିଛନ୍ତି।

ଚାକିରି ଏବଂ କ୍ୟାରିୟର ମଧ୍ୟରେ ଥିବା ପ୍ରଭେଦକୁ ଦର୍ଶାଇ ଶ୍ରୀ ନାଗନାଗୌଡା କହିଛନ୍ତି ଚାକିରି କ୍ଷଣସ୍ଥାୟୀ ଓ କ୍ୟାରିୟର ଦୀର୍ଘସ୍ଥାୟୀ। ତେଣୁ ଛାତ୍ରଛାତ୍ରୀମାନେ କ୍ୟାରିୟର ଗଢ଼ିବା ଦିଗରେ ମନୋନିବେଶ କରିବା ଉଚିତ୍। ତେବେ ଏଥି ନିମନ୍ତେ ସେମାନଙ୍କୁ ଜ୍ଞାନ, ଦକ୍ଷତା, ବୁଦ୍ଧି ଏବଂ ଭଲ ମାର୍କ ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେଉଛି। ଜାତୀୟ ଶିକ୍ଷାନୀତି ୨୦୨୦ର ଏକ ପ୍ରମୁଖ ପ୍ରସଙ୍ଗ ହେଉଛି ଶିକ୍ଷାନୁଷ୍ଠାନ ଓ ଶିଳ୍ପକ୍ଷେତ୍ରରେ ମଧ୍ୟ ଏକ ସମ୍ପର୍କ ସୃଷ୍ଟି ହେବା। ତେଣୁ ସମାଜର ଉନ୍ନତି ନିମନ୍ତେ ସୋଆ ଭଳି ବହୁବିଧ ବିଶ୍ୱବିଦ୍ୟାଳୟ ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି।

ଏହି ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଛାତ୍ରଛାତ୍ରୀମାନଙ୍କୁ ଉତମ କ୍ୟାରିୟର ଗଢ଼ିବା ଦିଗରେ ଉପଦେଶ ଦେଇଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ହେଡ୍‌-କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ୍ସ ରିପ୍ତୀ ରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଏକ ଦିବସୀୟ ସୋଆର ସ୍କେଲର୍ସ ୨.୦ କାର୍ଯ୍ୟକ୍ରମରେ ଦୁଇଟି ପ୍ୟାନେଲ ଡିସ୍‌କସନ୍ ରଖାଯାଇଥିଲା। ପ୍ରଥମ ପ୍ୟାନେଲର ପ୍ରସଙ୍ଗ ଥିଲା “ଫ୍ୟୁଚର୍ ଅଫ୍ ହାୟରିଂ ଟ୍ରେଣ୍ଡ ଅଫ୍ ଆଇଟି ଇଣ୍ଡଷ୍ଟ୍ରିଜ୍ ଆଣ୍ଡ ହାଓ ପ୍ରସ୍‌ପେକି୍ଟଭ ହାୟର୍ସ ମ୍ୟାଚ ଅପ୍ ଟୁ ଦ ରାଇଜିଂ ଏକ୍ସପେକ୍ଟେସନ୍‌ସ”। ଏହି ପ୍ୟାନେଲ୍‌ରେ ବିଶେଷଜ୍ଞ ଭାବେ ଟେକିଅନ୍ କର୍ପୋରେସନ୍‌ର ଇଣ୍ଡିଆ ଟ୍ୟାଲେଂଟ ଆକ୍ୟୁଜିସନ୍ ଲିଡର୍ ଅଖିଳ ଇ ଜି, କଂଟାରର ୟୁନିଭର୍ସିଟି ରିକ୍ର‌୍ୟୁଟମେଂଟ ତନ୍‌ଭୀ ଚର୍ତୁବେଦୀ, କ୍ୱାଂଟିଫିର ୟୁନିଭର୍ସିଟି ରିଲେସନ୍ସ ଆଣ୍ଡ ବ୍ରାଣ୍ଡିଂ ମ୍ୟାନେଜର ପ୍ରକାଶ ଗୁପ୍ତା, ପବ୍ଲିସିସ୍ ସାପିଏଂଟର ଅର୍ଲି କ୍ୟାରିୟର୍‌ସ ଇଣ୍ଡିଆ ଲିଡ୍ ଶଶି କୁମାର କେ, ୱାବ୍‌ଟେକ୍ କର୍ପୋରେସନ୍‌ର ସିନିୟର ମ୍ୟାନେଜର ଲିଡରସିପ୍ ହାୟରିଂ ଆଣ୍ଡ ୟୁନିଭର୍ସିଟି ରିଲେସନ୍‌ସ ଇ ବଂଶୀଧର ରେଡ୍ଡୀ ସାମିଲ ରହିଥିଲେ।

ସେହିପରି ଦ୍ୱିତୀୟ ପ୍ୟାନେଲର ପ୍ରସଙ୍ଗ ଥିଲା “ଇମ୍‌ପାକ୍ଟ ଅଫ୍ ଏଆଇ ଅନ୍ ଦ ଫ୍ୟୁଚର ୱାର୍କଫୋର୍ସ”। ଏହି ପାନେଲ୍‌ରେ ବିଶେଷଜ୍ଞ ଭାବେ କ୍ରାଡେଲ୍‌ପଏଂଟର ସିନିୟର ମ୍ୟାନେଜର ଟ୍ୟାଲେଂଟ ଆକ୍ୟୁଜିସନ୍ ପ୍ରଫୁଲ୍ଲ ଦେଓରୀ, କ୍ୱାଂଟିଫିର ସିନିୟର ମ୍ୟାନେଜର ପିପୁଲ୍ ରିଲେସନ୍ସ ଅପରେସନ୍‌ସ ଆଣ୍ଡ ୟୁନିଭର୍ସିଟି ରିଲେସନ୍ସର ନୀତିନ୍ କୁମାର ତିୱାରୀ, ବ୍ରିଲିଓର ଲିଡର କ୍ୟାମ୍ପସ୍ ହାୟରିଂ ଆଣ୍ଡ ଅର୍ଲି କ୍ୟାରିୟରସ ରିତୁ ଶର୍ମା, ମ୍ୟାକ୍‌ଡର୍ମଟ ଇନ୍‌ଟରନ୍ୟାସନାଲ୍ ଲିମିଟେଡ୍‌ର ସିନିୟର ଟ୍ୟାଲେଂଟ ଆକ୍ୟୁଜିସନ୍ ନେହା ସିଂ ସାମିଲ ଥିବା ଥିଲେ। ଦୁଇଟି ପ୍ୟାନେଲ ଆଲୋଚନାକୁ ଆଇଡେନ୍‌ଟିଟି ଗ୍ରୁପ୍‌ର ଫାଉଣ୍ଡର ଓ ମ୍ୟାନେଜିଂ ଡିରେକ୍ଟର ଯଶୱନ୍ତ ନାରାୟର ସିଂଘଲାଲ୍ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟ ସହିତ ବିଭିନ୍ନ ଶିଳ୍ପକ୍ଷେତ୍ର ଓ ଶୈକ୍ଷିକ କାର୍ଯ୍ୟକ୍ରମ ନେଇ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ବିଭିନ୍ନ ଶିଳ୍ପକ୍ଷେତ୍ରରୁ ଆସିଥିବା ମାନବସମ୍ବଳ ଅଧିକାରୀ ଓ ବିଶେଷଜ୍ଞମାନେ ସେମାନଙ୍କର ଅଭିଜ୍ଞତା ବଖାଣିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସୁଯୋଗ, ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

Categories
StateBoard ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟିପସ୍ ଦେବ ଓରସାକ, ୟୁଟ୍ୟୁବ ଦୂରଦର୍ଶନରେ ହେବ ପ୍ରସାରଣ

ଭୁବନେଶ୍ବର: ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ବା ଓର୍‌ସାକ ପକ୍ଷରୁ ଚଳିତ ବର୍ଷ ଅଭିନବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ବା ଏଚ୍‌ଏସ୍‌ସି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉକ୍ତ ସଂସ୍ଥା ସ୍ୱତନ୍ତ୍ର ଟିପ୍ସ ଦେବ। ରାଜ୍ୟର ଖ୍ୟାତନାମା ଓ ଅଭିଜ୍ଞ ଶିକ୍ଷକମାନେ ପ୍ରରୀକ୍ଷାର୍ଥୀଙ୍କୁ କିଛି ନିର୍ଦ୍ଧିଷ୍ଟ ବିଷୟରେ ଥିବା ସନ୍ଦେହ ଦୂର କରିବେ।

ଆସନ୍ତା ଜାନୁଆରୀ ୨୦ରୁ ପ୍ରତି ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସନ୍ଧ୍ୟା ସାଢ଼େ ୭ ଟା ରୁ ୮ଟା ମଧ୍ୟରେ ପ୍ରସାରିତ ହେବ। ଏହି ସୂଚନା ଦେଇଛନ୍ତି ଓର୍‌ସାକ ମୁଖ୍ୟ କାର‌୍ୟ୍ୟନିର୍ବାହୀ ପ୍ରଫୁଲ୍ଲ କୁମାର ମଲ୍ଲିକ।

ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଦୂରଦର୍ଶନରେ ପ୍ରସାରଣ ହେବା ସହିତ ୟୁଟ୍ୟୁବ୍ (ଏଡୁସାଟ୍ ଓଡ଼ିଶା-ଓର୍‌ସାକ୍‌)ରେ ଉପଲବ୍ଧ ହେବ। ଅଭିଜ୍ଞ ଓ ଦକ୍ଷ ଶିକ୍ଷକମାନେ ବିଶେଷକରି ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟ ପଢ଼ାଇବେ। ରାଜ୍ୟରେ ପ୍ରତି କୋଣ ଅନୁକୋଣରେ ଛାତ୍ର ଛାତ୍ରୀ ଏହାର ସୁଫଳ ନେଇପାରିବେ।

ପରୀକ୍ଷା ପ୍ରସ୍ତୁତିରେ ବେଶ୍ ସାହଯ୍ୟ ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହାଦ୍ୱାରା ଏଚ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ଓ ଦକ୍ଷତା ବୃଦ୍ଧିରେ ସହାୟକ ହେବ। ତେଣୁ ଏହାର ସୁଫଳ ନେବାକୁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଏଣିକି ମନଇଚ୍ଛା ଡିଜିଟାଲ ନ୍ୟୁଜ ଚ୍ୟାନେଲ କରିପାରିବେ ନାହିଁ, ଡିସେମ୍ବର 5ରୁ ୟୁଟ୍ୟୁବର ନୂଆ ନିୟମ

ନୂଆଦିଲ୍ଲୀ: ଡିଜିଟାଲ ଚ୍ୟାନେଲ କରୁଥିବା ନ୍ୟୁଜ ସଂସ୍ଥା ପାଇଁ ଆସିଲା ସତର୍କ ସୂଚନା। ଏଣିକି ମନଇଚ୍ଛା ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଖୋଲିପାରିବେ ନାହିଁ। ଯଦି ଖୋଲିବେ ତେବେ ୟୁବ୍ୟୁବ ଏହାକୁ ବନ୍ଦ କରିଦେବ। ଏହିପିର ନୂଆ ନିୟମ ଚଳିତ ଡିସେମ୍ବର 5 ତାରିଖରୁ ଲାଗୁ ହେଉଛି। ଯେଉଁଥିରେ ୟୁଟ୍ୟୁବ କେବଳ ଭାରତୀୟ ନ୍ୟୁଜ ସଂସ୍ଥା ପାଇଁ ଏହି ନିୟମ ଜାରୀ କରିଛି।

ନୂଆ ନିୟମ ଅନୁସାରେ ୟୁଟ୍ୟୁବରେ କେହି ନ୍ୟୁଜ କିମ୍ବା କରେଣ୍ଟ ଆଫାୟର୍ସ କାର୍ଯ୍ୟକ୍ରମ ପ୍ରସାରଣ କରିବ ସେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏଥିପାଇଁ ଅନୁମତି ପ୍ରଦାନ କରିବ। ସେହି ଅନୁମତି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଆକାଉଣ୍ଟରେ ରହିବ। କିମ୍ବା ୟୁଟ୍ୟୁବ ସଂସ୍ଥାକୁ ଅବଗତ କରାଇବେ।

ଏକ୍ସଚେଞ୍ଜ ଫୋର ମିଡିଆ ରିପୋର୍ଟ ଅନୁସାରେ ୟୁଟ୍ୟୁବ କହିଛି ଯେ, ଭାରତ ସରକାର ଲାଗୁ କରିଥିବା ଡିଜିଟାଲ ମିଡିଆ ଏଥିକ୍ସ କୋଡ ରୁଲସ 2021( Intermediary Guidelines and Digital Media Ethics Code Rules, 2021 ) ଅନୁଯାୟୀ ଡିଜିଟାଲ ଚ୍ୟାନେଲ ସଂସ୍ଥା ପଂଜିକରଣ ହେବା ଆବଶ୍ୟକ।

ତେବେ ଯେଉଁମାନଙ୍କର ଟିଭି ଚ୍ୟାନେଲ ଥିବା ସେମାନଙ୍କ ପାଇଁ କୌଣସି ପଂଜିକରଣର ଆବଶ୍ୟକତା ନାହିଁ ବୋଲି ସଂସ୍ଥା କହିଛି। ସେମାନେ ସେମାନଙ୍କର ଡିଜିଟାଲ ଚ୍ୟାନେଲ ୟୁଟ୍ୟୁବରେ ପ୍ରସାର କରିପାରିବେ। ଏପରିକି ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ସେମାନେ ତାଙ୍କର କଣ୍ଟେଣ୍ଟ ପ୍ରସାର କରାଇପାରିବେ।

ୟୁଟ୍ୟୁବ ସ୍ପଷ୍ଟ କରିଛି ଯେ, ଭାରତ ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ଏହି ପଦକ୍ଷେପ ନେବାକୁ ପଡିଛି। ଭାରତରେ ଯେଉଁ ଡିଜିଟାଲ ଚ୍ୟାନେଲ ହେବ ସେମାନେ ସେହି ନିୟମ ଅନୁସାରେ କାର୍ଯ୍ୟ କରିବାକୁ ପଡିବ। ଭାରତରେ ୟୁଟ୍ୟୁବ ଗ୍ରାହାକଙ୍କ ଭଲ କଣ୍ଟେଣ୍ଟ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ସଂସ୍ଥା ଏହା ମଧ୍ୟ ସତର୍କ କରାଇଛି ଯେ, ଯେଉଁମାନେ ଏହି ନିୟମକୁ ଖିଲାପ କରିବେ ତେବେ ସେମାନଙ୍କ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଦିଆଯିବ। ନଚେତ ସେମାନଙ୍କ ଚ୍ୟାନେଲକୁ ଆଂଶିକ ପ୍ରତ୍ୟାହାର ମଧ୍ୟ କରାଯାଇପାରିବ। ସେଥିରେ ଯାହା ଭିଜୁୟାଲ ଥିବା ତାହା ଡିଲିଟ ହୋଇଯିବ। ଏହି ନିୟମକୁ ନେଇ ବହୁ ବଡବଡ ଡିଜିଟାଲ ସଂସ୍ଥା ଚିନ୍ତାରେ ପଡିଯାଇଛନ୍ତି।