Categories
ଆଜିର ଖବର ରାଜ୍ୟ ଖବର

MEDIA JOBS: ବାହାରିଲା ଓଡିଆ ନ୍ୟୁଜ ଚ୍ୟାନେଲ ଓ ଖବରକାଗଜ ପାଇଁ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ଓଡିଶାର ତିନୋଟି ନ୍ୟୁଜ ଚ୍ୟାନେଲ ଓ ଖବରକାଗଜ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି। ଏହି ଚ୍ୟାନେଲ ମଧ୍ୟରୁ ଦୁଇଟି ସାଟେଲାଇଟ ଚ୍ୟାନେଲ। ଅନ୍ୟ ଗୋଟିଏ ହେଉଛି ୟୁଟ୍ୟୁବ ଚ୍ୟାନେଲ ସହିତ ଖବରକାଗଜ। ଯେଉଁ ଦୁଇଟି ସାଟେଲାଇଟ ଚ୍ୟାନଲ ନିଯୁକ୍ତି ବିଜ୍ଞାପନ ବାହାରିଛି ତାହା ହେଲା ନନ୍ଦିଘୋଷ ଟିଭି ଏବଂ ଅର୍ଗସ ଟିଭି। ନନ୍ଦିଘୋଷ ଟିଭି ପାଇଁ ଯେଉଁ ପଦବୀ ନିମନ୍ତେ ନିଯୁକ୍ତି ବାହାରିଛି ତାହା ହେଲା

ସେହିପରି ଅନ୍ୟତମ ନ୍ୟୁଜ ଚ୍ୟାନେଲ ଅର୍ଗସ ପାଇଁ ମଧ୍ୟ ନିଯୁକ୍ତି ବିଜ୍ଞାପନ ବାହାରିଛି। ତେବେ ଏହି ଚ୍ୟାନେଲ ପାଇଁ ମାତ୍ର ଦୁଇଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି। ହେଲେ ଏଥିରେ କେତେ ଜଣ ନିଯୁକ୍ତି ହେବେ ତାହା କୁହାଯାଇ ନାହିଁ। ଯେଉଁ ପଦବୀ ପାଇଁ ନିଯୁକ୍ତି ହେବ ସେଗୁଡିକ ହେଲା।

ଅନ୍ୟତମ ୟୁଟ୍ୟୁବ ଚ୍ୟାନେଲ ଓଡିଶା ଭାସ୍କର ମଧ୍ୟ ତାହାର କଳେବର ବୃଦ୍ଧି କରିବା ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶିତ କରିଛି। ଏହି ସଂସ୍ଥା ଉଭୟ ଖବରକାଗଜ ଏବଂ ୟୁଟ୍ୟୁବ ଚ୍ୟାନେଲ ପାଇଁ ନିଯୁକ୍ତି ବିଜ୍ଞାପନ ବାହାର କରିଛି। ଯେଉଁ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି ସେଗୁଡିକ ହେଲା

ବର୍ତ୍ତମାନ ଓଡିଶାରେ ନିର୍ବାଚନ ପାଖେଇ ଆସୁଥିବାରୁ ଓଡିଶାର ଗଣମାଧ୍ୟମ ତାହାର ସଂସ୍ଥାକୁ ସୁଦୃଢ କରିବା ଆରମ୍ଭ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଏଣିକି ମନଇଚ୍ଛା ଡିଜିଟାଲ ନ୍ୟୁଜ ଚ୍ୟାନେଲ କରିପାରିବେ ନାହିଁ, ଡିସେମ୍ବର 5ରୁ ୟୁଟ୍ୟୁବର ନୂଆ ନିୟମ

ନୂଆଦିଲ୍ଲୀ: ଡିଜିଟାଲ ଚ୍ୟାନେଲ କରୁଥିବା ନ୍ୟୁଜ ସଂସ୍ଥା ପାଇଁ ଆସିଲା ସତର୍କ ସୂଚନା। ଏଣିକି ମନଇଚ୍ଛା ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଖୋଲିପାରିବେ ନାହିଁ। ଯଦି ଖୋଲିବେ ତେବେ ୟୁବ୍ୟୁବ ଏହାକୁ ବନ୍ଦ କରିଦେବ। ଏହିପିର ନୂଆ ନିୟମ ଚଳିତ ଡିସେମ୍ବର 5 ତାରିଖରୁ ଲାଗୁ ହେଉଛି। ଯେଉଁଥିରେ ୟୁଟ୍ୟୁବ କେବଳ ଭାରତୀୟ ନ୍ୟୁଜ ସଂସ୍ଥା ପାଇଁ ଏହି ନିୟମ ଜାରୀ କରିଛି।

ନୂଆ ନିୟମ ଅନୁସାରେ ୟୁଟ୍ୟୁବରେ କେହି ନ୍ୟୁଜ କିମ୍ବା କରେଣ୍ଟ ଆଫାୟର୍ସ କାର୍ଯ୍ୟକ୍ରମ ପ୍ରସାରଣ କରିବ ସେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏଥିପାଇଁ ଅନୁମତି ପ୍ରଦାନ କରିବ। ସେହି ଅନୁମତି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଆକାଉଣ୍ଟରେ ରହିବ। କିମ୍ବା ୟୁଟ୍ୟୁବ ସଂସ୍ଥାକୁ ଅବଗତ କରାଇବେ।

ଏକ୍ସଚେଞ୍ଜ ଫୋର ମିଡିଆ ରିପୋର୍ଟ ଅନୁସାରେ ୟୁଟ୍ୟୁବ କହିଛି ଯେ, ଭାରତ ସରକାର ଲାଗୁ କରିଥିବା ଡିଜିଟାଲ ମିଡିଆ ଏଥିକ୍ସ କୋଡ ରୁଲସ 2021( Intermediary Guidelines and Digital Media Ethics Code Rules, 2021 ) ଅନୁଯାୟୀ ଡିଜିଟାଲ ଚ୍ୟାନେଲ ସଂସ୍ଥା ପଂଜିକରଣ ହେବା ଆବଶ୍ୟକ।

ତେବେ ଯେଉଁମାନଙ୍କର ଟିଭି ଚ୍ୟାନେଲ ଥିବା ସେମାନଙ୍କ ପାଇଁ କୌଣସି ପଂଜିକରଣର ଆବଶ୍ୟକତା ନାହିଁ ବୋଲି ସଂସ୍ଥା କହିଛି। ସେମାନେ ସେମାନଙ୍କର ଡିଜିଟାଲ ଚ୍ୟାନେଲ ୟୁଟ୍ୟୁବରେ ପ୍ରସାର କରିପାରିବେ। ଏପରିକି ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ସେମାନେ ତାଙ୍କର କଣ୍ଟେଣ୍ଟ ପ୍ରସାର କରାଇପାରିବେ।

ୟୁଟ୍ୟୁବ ସ୍ପଷ୍ଟ କରିଛି ଯେ, ଭାରତ ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ଏହି ପଦକ୍ଷେପ ନେବାକୁ ପଡିଛି। ଭାରତରେ ଯେଉଁ ଡିଜିଟାଲ ଚ୍ୟାନେଲ ହେବ ସେମାନେ ସେହି ନିୟମ ଅନୁସାରେ କାର୍ଯ୍ୟ କରିବାକୁ ପଡିବ। ଭାରତରେ ୟୁଟ୍ୟୁବ ଗ୍ରାହାକଙ୍କ ଭଲ କଣ୍ଟେଣ୍ଟ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ସଂସ୍ଥା ଏହା ମଧ୍ୟ ସତର୍କ କରାଇଛି ଯେ, ଯେଉଁମାନେ ଏହି ନିୟମକୁ ଖିଲାପ କରିବେ ତେବେ ସେମାନଙ୍କ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଦିଆଯିବ। ନଚେତ ସେମାନଙ୍କ ଚ୍ୟାନେଲକୁ ଆଂଶିକ ପ୍ରତ୍ୟାହାର ମଧ୍ୟ କରାଯାଇପାରିବ। ସେଥିରେ ଯାହା ଭିଜୁୟାଲ ଥିବା ତାହା ଡିଲିଟ ହୋଇଯିବ। ଏହି ନିୟମକୁ ନେଇ ବହୁ ବଡବଡ ଡିଜିଟାଲ ସଂସ୍ଥା ଚିନ୍ତାରେ ପଡିଯାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦୁଇଟି ନ୍ୟୁଜ ଚ୍ୟାନେଲ ବିରୋଧରେ ଲାଗିଲା ଦେଶଦ୍ରୋହ ମାମଲା, ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ କଂପାନୀ

ନୂଆଦିଲ୍ଲୀ, ଆନ୍ଧ୍ର ପ୍ରଦେଶର ଦୁଇଟି ନ୍ୟୁଜ ଚ୍ୟାନେଲ ବିରୋଧରେ ଲାଗିଥିବା  ଦେଶଦ୍ରୋହ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ସେ ଦୁଇଟି ହେଲା ତେଲୁଗୁ ନ୍ୟୁଜ ଚ୍ୟାନେଲ TV5 ଏବଂ ABN Andhra Jyoti । ଏହି ଚ୍ୟାନେଲରେ YSR Congressର ଅସନ୍ତୁଷ୍ଠ ସାଂସଦ କେ ରଘୁରାମ କୃଷ୍ଣାନ ରାଜୁଙ୍କ ବକ୍ତବ୍ୟକୁ ନେଇ ମାମଲା କରାଯାଇଛି। ଏହି ମାମଲା ଆନ୍ଧ୍ର ପୋଲିସ ତରଫରୁ କରାଯାଇଛି।

ଗତକିଛି ମାସ ଧରି କୃଷ୍ଣା ରାଜୁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ବିରୋଧରେ କହି ଆସୁଛନ୍ତି। ନିଜ ସୋସିଆଲ ମିଡିଆ ଏବଂ ବିଭିନ୍ନ ଚ୍ୟାନେଲରେ ସେ ଜଗନଙ୍କୁ ଟ୍ୟାର୍ଗେଟ କରି ବିଭିନ୍ନ ମନ୍ତବ୍ୟ ଦେଇଆସୁଛନ୍ତି। ଏସବୁ ଦେଖି ଆନ୍ଧ୍ର ପୋଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରି ଗିରଫ ମଧ୍ୟ କରିଛି।

ସେହିପରି ଚ୍ୟାନେଲର ଏକ ଆଲୋଚନା ଚକ୍ରରେ କୃଷ୍ଣାରାଜୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କେତେକ ଆପତ୍ତିଜନକ ଶଦ୍ଦ ପ୍ରୟୋଗ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ କମ୍ଫନ ସୃଷ୍ଟି ହୋଇଥିଲା। ଫଳରେ ଆନ୍ଧ୍ର ପୋଲିସ ଏହି ଦୁଇ ଚ୍ୟାନେଲ ବିରୋଧରେ ଦେଶଦ୍ରୋହ ମାମଲା ଋଜୁ କରିଛି।

ତେବେ ଆନ୍ଧ୍ର ପୋଲିସର ଏହି ମାମଲା ବିରୋଧରେ TV5 ଏବଂ ABN Andhra Jyoti ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଲିଖିତ ଭାବେ ଚ୍ୟାନେଲ ତରଫରୁ କୁହାଯାଇଛି ଯେ ଆନ୍ଧ୍ର ସରକାର ରାଜ୍ୟରେ ଥିବା ନ୍ୟୁଜ ଚ୍ୟାନେଲଗୁଡ଼ିକୁ ଭୟଭୀତ କରିବା ପାଇଁ ଏହା ଏକ ପ୍ରୟାସ। ଏପରି କଲେ ନ୍ୟୁଜ୍ ଚ୍ୟାନେଲଗୁଡିକ ସରକାରଙ୍କ ବିରୋଧରେ ଆଉ କିଛି କହିପାରିବେ ନାହିଁ ବୋଲି କୋର୍ଟରେ ଦର୍ଶାଯାଇଛି।

ଟିଭି 5 ନ୍ୟୁଜ୍ ଚ୍ୟାନେଲର ମାଲିକାନା ଥିବା ଶ୍ରେୟା ବ୍ରୋଡକାଷ୍ଟିଂ ପ୍ରାଇଭେଟ ଲିମିଟେଡ୍ ତାଙ୍କ ଆବେଦନରେ ଅଭିଯୋଗ କରିଛି ଯେ ଜଗନ୍ ମୋହନ ରେଡ୍ଡୀ ସରକାର ଏକ ଭିତ୍ତିହୀନ ଏଫ୍ଆଇଆର୍ ଦାଖଲ କରି ଆଇନଗତ ପ୍ରକ୍ରିୟାର ଅପବ୍ୟବହାର କରି ସମାଲୋଚକ ତଥା ଗଣମାଧ୍ୟମକୁ ନୀରବ କରିବାକୁ ଚାହୁଁଛନ୍ତି।

TV5 କହିଛି ଯେ ରାଜୁଙ୍କୁ ଯୋଜନାବଦ୍ଧ ଭାବରେ ଚ୍ୟାନେଲରେ ସ୍ଲଟ୍ ଦିଆଯାଇଥିଲା, କିନ୍ତୁ ଏହାକୁ ଅପରାଧିକ କାର୍ଯ୍ୟ କୁହାଯାଇପାରିବ ନାହିଁ, କାରଣ ସାଧାରଣତଃ ରାଜନେତାମାନଙ୍କୁ ଚ୍ୟାନେଲରେ କହିବା ପାଇଁ ଡକାଯାଇ ଥାଏ। ସେହି ଭିତ୍ତିରେ ରାଜୁଙ୍କୁ ଡକାଯାଇ ତାଙ୍କର ମତକୁ ସ୍ଥାନିତ କରାଯାଇଥିଲା। ଏହା ଏକ ଅପରାଧିକ କାର୍ଯ୍ୟ ନୁହେଁ ବୋଲି ଚ୍ୟାନେଲ ତରଫରୁ କୁହାଯାଇଛି।

ଏହି ମାମଲାର ତଦନ୍ତ ବନ୍ଦ କରିବାକୁ ଚ୍ୟାନେଲ କୋର୍ଟରେ ନିବେଦନ କରିଛି ଏବଂ ନିର୍ଦ୍ଦେଶ ଜାରି କରି ଆବେଦନକାରୀ କମ୍ପାନୀ, ନ୍ୟୁଜ୍ ଚ୍ୟାନେଲ କିମ୍ବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିବେଦନ କରାଯାଇଛି। ଚ୍ୟାନେଲ କହିଛି ଯେ ଏଭଳି ଏଫଆଇଆର ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ପ୍ରେସ ସ୍ୱାଧୀନତାର ଉଲ୍ଲଂଘନ କରୁଛି ।

ଏଥିସହିତ ABN Andhra Jyoti କହିଛି ଯେ ଯେବେଠାରୁ ରାଜ୍ୟରେ ଜଗମୋହନ ରେଡ୍ଡୀ ସରକାରକୁ ଆସିଲେଣି ସେବେଠାରୁ ନ୍ୟୁଜ୍ ଚ୍ୟାନେଲଗୁଡିକୁ ସେମାନେ ଟାର୍ଗେଟରେ ରଖୁଛନ୍ତି। ଯେଉଁଥି ପାଇଁ ଆନ୍ଧ୍ର ପ୍ରଦେଶରେ ଚ୍ୟାନେଲର ପ୍ରଚାର ପ୍ରସାର ହ୍ରାସ ପାଇବାରେ ଲାଗିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଏକ ମାରାତ୍ମକ ଦିଗ ଆଡକୁ ଗତି କରୁଥିବା ୱେବ ଚ୍ୟାନେଲ ପାଇଁ ଓଡିଶା ଗଣମାଧ୍ୟମର ଭାଗ୍ୟ ଓ ଭବିଷ୍ୟତ

ଭୁବନେଶ୍ବର: ରାଜଧାନୀର ଦୁଇଟି ୱେବ ଚ୍ୟାନେଲର ଛଅ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ସେମାନେ ଖବର ପ୍ରସାରଣ ନାଁ ରେ ଟଙ୍କା ଆଦାୟ କରୁଥିଲେ, ଧମକ ମଧ୍ୟ ଦେଉଥିଲେ। ସେହିପରି ବ୍ରହ୍ମପୁରରେ ମଧ୍ୟ ଏହି ୱେବ ଚ୍ୟାନେଲର ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ପୋଲିସ ଗିରଫ କରିବା ପରେ ହୁଏତ ୱେବ ଚ୍ୟାନେଲର କଳା କାରନାମ ପଦାକୁ ଆସିଲା। ନଚେତ ଲୋକେ ଏପରି ଅନାମଧେୟ ୱେବ ଚ୍ୟାନେଲର କଳାକାରନାମା ବିଷୟରେ ଜାଣିବା ସମ୍ଭବ ନ ଥିଲା।

ଏହିପରି ବହୁ ଘଟଣା ରହିଛି ଯେଉଁଥିରେ ଏହି ତଥାକଥିତ ୱେବ ଚ୍ୟାନେଲ ସାମ୍ବାଦିକ ଏବଂ ମାଲିକମାନେ  ରିତିମତ ପଇସା ଆଦାୟ କରିବାରେ ବ୍ୟସ୍ତ ରହିଛନ୍ତି। ହେଲେ ଯେଉଁମାନେ ପଇସା ଦିଅନ୍ତି ସେମାନେ ପ୍ରାୟତଃ ସାମ୍ବାଦିକଙ୍କ ବିରୋଧରେ ମୁହଁ ଖୋଲିବାକୁ ଭୟ କରିଥାନ୍ତି। ଅନେକ ଲୋକ ବା ବ୍ୟବସାୟୀ ଚୁପଚାପ ପଇସା ଦେଇ ନିରବ ରୁହନ୍ତି। ଆଉ ଏହାର ସୁଯୋଗ ନିଅନ୍ତି ଏହି ତଥାକଥିତ ଅନାମଧେୟ ୱେବ ଚ୍ୟାନେଲର ମାଲିକ ଏବଂ ସେମାନଙ୍କ ଦ୍ବାରା ନିଯୁକ୍ତ ସାମ୍ବାଦିକ।

ଗତ ଦୁଇ ବର୍ଷ ଧରି ଓଡିଶାରେ ପ୍ରାୟ ସାତ ଶହ ୱେବ ଚ୍ୟାନେଲ ବିଭିନ୍ନ ସମୟରେ ଖୋଲିଛି। କେବଳ ଭୁବନେଶ୍ବର କଟକରେ ରହିଛି ସର୍ବାଧିକ ୱେବ ଚ୍ୟାନେଲ। କେତେକ ୱେବ ଚ୍ୟାନଲ ହଠାତ କେତେକ ପ୍ରଂସଗକୁ  ନେଇ ହଟଚମଟ ସୃଷ୍ଟି କରିବା ପରେ ଉଭେଇ ଯାଆନ୍ତି। ଆଉ କେତେକ ୱେବ ଚ୍ୟାନେଲ କେବଳ ହଟଚମଟ ସୃଷ୍ଟି କରି ଚାଲିଛନ୍ତି। ତାହାର ପଛର କାରଣ ହେଉଛି ଏପରି କଲେ ଭଲ ମାଲ୍ ରୋଜଗାରର ସମ୍ଭାବନା ରହିଛି। ହେଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ୱେବ ଚ୍ୟାନେଲ ମାଲିକଙ୍କ ପୃଷ୍ଠପୋଷକ ଭିନ୍ନ ମଣିଷ ଅଛନ୍ତି। ସେମାନେ ହେଲେ ତଥାକଥିତ ରାଜନୈତିକ ନେତା, ପୋଲିସ ଏବଂ ଜଣାଶୁଣା ସାମ୍ବାଦିକ। ଯେଉଁଠି ସେମାନଙ୍କୁ ଧରିବା ପୋଲିସ ପାଇଁ ଅପହଁଚ ହୋଇଯିବ।

ତେବେ ପ୍ରଶ୍ନ ଉଠୁଛି ଯେ, ଏମାନେ କଣ ପାଇଁ ଗଣମାଧ୍ୟମ ପରି ଏକ ସୁସ୍ଥ ବାତାବରଣକୁ ଅସୁସ୍ଥ କରିବାକୁ ଅପଚେଷ୍ଠା କରୁଛନ୍ତି। ତାହା ପଛରେ ଅନେକ କାରଣ ରହିଛି। ତାହା ହେଲା କେତକ ରାଜନୈତିକ ନେତାଙ୍କ ପ୍ରଚାର ପ୍ରସାର ମୁଖ୍ୟ ଗଣମାଧ୍ୟମରେ ହୋଇପାରୁ ନାହିଁ। ଫଳରେ ସେମାନେ କିଛି ବେକାରୀ ଯୁବକଙ୍କୁ ଧରି ଖୁବ କମ ପୁଂଜିରେ ଏକ ୱେବ ଚ୍ୟାନେଲ ମାଧ୍ୟମରେ ତାଙ୍କର ଉଦ୍ଦେଶ୍ୟକୁ ଚରିତାର୍ଥ କରୁଛନ୍ତି। ଅନ୍ୟପଟେ ନିଜର ବିରୋଧୀ ନେତାମାନଙ୍କୁ ଏହି ୱେବ ଚ୍ୟାନେଲ ମାଧ୍ୟମରେ ବଦନାମ କରିବା ମଧ୍ୟ ଏକ ଭଲ ମାଧ୍ୟମ।

ସେହିପରି କେତେକ ପୋଲିସ କର୍ମଚାରୀମାନେ ଏବଂ ଜଣାଶୁଣା ସାମ୍ବାଦିକ ମଧ୍ୟ ଏହା ପଛରେ ରହିଛନ୍ତି। ସେମାନଙ୍କର ମଧ୍ୟ ଭିନ୍ନ ଉଦ୍ଦେଶ୍ୟ ରହିଛି। ଏମାନଙ୍କୁ ହାତ କରି କିଛି ୱେବ ମାଲିକମାନେ ନିଜେ ଭଲ ରୋଜଗାର କରିଥାନ୍ତି, ଏମାନଙ୍କୁ ମଧ୍ୟ ଭାଗ ଦିଅନ୍ତି। ଏମାନେ ୱେବ ମାଲିକଙ୍କୁ ବିଭିନ୍ନ ପଇସା ରୋଜଗାରିଆ ଖବର ଦେଇ ବୁମ ଧରା ସାମ୍ବାଦିକଙ୍କୁ ପଠାଇଥାନ୍ତି। ସେମାନଙ୍କ ନିର୍ଦ୍ଦେଶ ଥାଏ ଅମୁକେଇ ଲୋକଙ୍କୁ ଅମୁକା ପ୍ରଶ୍ନ ପଚାରିବୁ। ସେତିକିରେ ସେ ହଡବଡେଇ ହୋଇଗଲେ ତାପରେ ଡିଲ ଆରମ୍ଭ କରିବୁ। ଏହିପରି କାରନାମା ପ୍ରାୟ ଦୁଇ ବର୍ଷ ଧରି ଖୋଲମଖୋଲା ଖୋଦ ରାଜଧାନୀରେ ଚାଲିଛି।

ଆପଣ ଯଦି ଗତ ଦୁଇ ବର୍ଷ ଧରି ଅନୁଧ୍ୟାନ କରିବେ ତେବେ ଓଡିଶାରେ ୱେବ ଚ୍ୟାନେଲ ହୁ ହୁ ହୋଇ ବଢି ଉଠିଛି। ଏପରିକି ଜଣେ ଜଣେ ଦୁଇ ତିନୋଟି ଲେଖାଏଁ ୱେବ ଚ୍ୟାନେଲ କରି ବେଆଇନ ରୋଜଗାର କରିବାରେ ମଧ୍ୟ ଲାଗିଛନ୍ତି। କାରଣ ଦୁଇ ତିନୋଟି ଚ୍ୟାନେଲ କରି ଏକଥରେ ଚାରିପାଞ୍ଚ ସାମ୍ବାଦିକଙ୍କୁ ଜଣଙ୍କ ପାଖକୁ ପଠାଇଲେ ତାହାର ଗୁରୁତ୍ବ ବଢିଯାଏ। ଡିଲ ପରିମାଣ ମଧ୍ୟ ସେହି ଅନୁସାରେ ବଢିଯାଏ।

ଭଲ ରୋଜଗାର ହେବାର ଜାଣିବା ପରେ ଦେଖାଦେଖି ହୋଇ କେବଳ ଭୁବନେଶ୍ବରରେ ପ୍ରାୟ ଦୁଇ ଶହ ୱେବ ଚ୍ୟାନଲ ଖୋଲି ସାରିଲାଣି। କାରଣ ୱେବ ଚ୍ୟାନେଲ ଖୋଲିବା ପାଇଁ ସେମିତି କିଛି ଅର୍ଥର ଆବଶ୍ୟକତା ନାହିଁ। କେବଳ କ୍ୟାମେରା, ବୁମ ଓ ଗାଡି ପାଇଁ ଯାହା ଖର୍ଚ୍ଚ। ଗୋଟିଏ ନ୍ୟୁଜ ଚ୍ୟାନେଲର ମାଲିକ ହେବାର ପତିୟାରା ଏବଂ ଦଲାଲି ରୋଜଗାରକୁ ଦୃଷ୍ଟିରେ ରଖି ଅନେକ ମାଫିଆଙ୍କର ଏଥିପ୍ରତି ଆଗ୍ରହୀ ହୋଇପଡିଛନ୍ତି।

ଅନ୍ୟପଟେ ସାଟାଲାଇଟ ଚ୍ୟାନେଲ ଏବଂ ଖବରକାଗଜ ପାଇଁ ସରକାରଙ୍କ ନିର୍ଦ୍ଧିଷ୍ଠ ନୀତି ନିୟମ ରହିଛି। ହେଲେ ୱେବ ଚ୍ୟାନଲ ପାଇଁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କର କୌଣସି ଆଇନ କି ନୀତି ନାହିଁ। ଫଳରେ ମାଫିଆମାନେ ବର୍ତ୍ତମାନ ୱେବ୍ ଚ୍ୟାନେଲ ମାଲିକ ସାଜି ଏହି ସୁସ୍ଥ ଗଣମାଧ୍ୟମ ବୃତ୍ତିକୁ ଅସୁସ୍ଥ କରିବାରେ ଲାଗିପଡିଛନ୍ତି।