Categories
StateBoard ଆଜିର ଖବର ରାଜ୍ୟ ଖବର

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟିପସ୍ ଦେବ ଓରସାକ, ୟୁଟ୍ୟୁବ ଦୂରଦର୍ଶନରେ ହେବ ପ୍ରସାରଣ

ଭୁବନେଶ୍ବର: ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ବା ଓର୍‌ସାକ ପକ୍ଷରୁ ଚଳିତ ବର୍ଷ ଅଭିନବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ବା ଏଚ୍‌ଏସ୍‌ସି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉକ୍ତ ସଂସ୍ଥା ସ୍ୱତନ୍ତ୍ର ଟିପ୍ସ ଦେବ। ରାଜ୍ୟର ଖ୍ୟାତନାମା ଓ ଅଭିଜ୍ଞ ଶିକ୍ଷକମାନେ ପ୍ରରୀକ୍ଷାର୍ଥୀଙ୍କୁ କିଛି ନିର୍ଦ୍ଧିଷ୍ଟ ବିଷୟରେ ଥିବା ସନ୍ଦେହ ଦୂର କରିବେ।

ଆସନ୍ତା ଜାନୁଆରୀ ୨୦ରୁ ପ୍ରତି ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସନ୍ଧ୍ୟା ସାଢ଼େ ୭ ଟା ରୁ ୮ଟା ମଧ୍ୟରେ ପ୍ରସାରିତ ହେବ। ଏହି ସୂଚନା ଦେଇଛନ୍ତି ଓର୍‌ସାକ ମୁଖ୍ୟ କାର‌୍ୟ୍ୟନିର୍ବାହୀ ପ୍ରଫୁଲ୍ଲ କୁମାର ମଲ୍ଲିକ।

ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଦୂରଦର୍ଶନରେ ପ୍ରସାରଣ ହେବା ସହିତ ୟୁଟ୍ୟୁବ୍ (ଏଡୁସାଟ୍ ଓଡ଼ିଶା-ଓର୍‌ସାକ୍‌)ରେ ଉପଲବ୍ଧ ହେବ। ଅଭିଜ୍ଞ ଓ ଦକ୍ଷ ଶିକ୍ଷକମାନେ ବିଶେଷକରି ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟ ପଢ଼ାଇବେ। ରାଜ୍ୟରେ ପ୍ରତି କୋଣ ଅନୁକୋଣରେ ଛାତ୍ର ଛାତ୍ରୀ ଏହାର ସୁଫଳ ନେଇପାରିବେ।

ପରୀକ୍ଷା ପ୍ରସ୍ତୁତିରେ ବେଶ୍ ସାହଯ୍ୟ ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହାଦ୍ୱାରା ଏଚ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ଓ ଦକ୍ଷତା ବୃଦ୍ଧିରେ ସହାୟକ ହେବ। ତେଣୁ ଏହାର ସୁଫଳ ନେବାକୁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଛନ୍ତି।