Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଠାରେ ଓଡିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ
ଆଜିର ଖବର

ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଠାରେ ଓଡିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ

July 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଆର୍ଟ ଗ୍ୟାଲେରୀଠାରେ ଓଡିଶାର ପ୍ରସିଦ୍ଧ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଆମର କଳା ଓ ସ୍ଥାପତ୍ୟକୁ ନେଇ କିପରି ଶିଳ୍ପୀମାନେ ଭାରତର ପ୍ରମୁଖ ସହର ମାନଙ୍କରେ ପ୍ରଦର୍ଶନୀ କରି ନିଜକୁ ପ୍ରତିଷ୍ଠିତ କରିପାରିବେ ତାହା ପ୍ରକାଶ କରିଥିଲେ। ଏଥି ସହିତ ଓଡିଶା ଲଳିତ କଳା ଏକାଡେମୀର ଏଭଳି ପ୍ରୟାସକୁ ଭୂୟଶୀ ପ୍ରଶଂସା କରିଥିଲେ।

ସମ୍ମାନୀତ ଅତିଥି ଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଦିଲୀପ କୁମାର ରାଉତରାୟ, ଚେନ୍ନାଇର ବିଶିଷ୍ଟ କବି, କଳା ସମୀକ୍ଷକ ଓ ଅନୁବାଦକ ଶ୍ରୀଯୁକ୍ତ ଇନ୍ଧ୍ରନ ରାଜେନ୍ଦ୍ରନ ଓ ଓଡିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଶିଳ୍ପୀମାନଙ୍କ ଚିତ୍ରକଳାକୁ ଅବଲୋଚନ କରିବା ସହ ସେଥିରେ ଆଦିବାସୀ ଜନଜାତି ସଂସ୍କୃତି, ଫସଲ ଅମଳ, ନାଚ ଗୀତ, ପୂଜା ପାର୍ବଣ ଆଦି ବିଷୟ ବସ୍ତୁ ସବୁ ଖୁବ ମର୍ମସ୍ପଶୀ ହୋଇଛି ବୋଲି ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ପଂଚାନନ ସାମଲ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଉକ୍ତ ପ୍ରଦର୍ଶନୀ ଦ୍ୱାରା ଶିଳ୍ପୀମାନେ କ୍ୟାନଭାସ ଉପରେ ଓଡିଶାର ଆଦିବାସୀ କଳା ଓ ସଂସ୍କୃତିକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି ବୋଲି କହିଥିଲେ।

ପ୍ରକାଶ ଥାଉକି ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଠାରେ ଗତ ଜୁଲାଇ ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ଚିତ୍ରକଳା ଶିବିରରେ ଶିଳ୍ପୀମାନେ ୩ ଦିନ ଧରି ଅଙ୍କନ କରିଥିବା ଚିତ୍ରଗୁଡିକୁ ନେଇ ଆୟୋଜିତ ହୋଇଥିଲା ଏହି ପ୍ରଦର୍ଶନୀ। ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୫ ଜଣ ଆଦିବାସୀ ଶିଳ୍ପୀ ଏଠାକାର ପ୍ରଦର୍ଶନୀ ଗୃହ ଓ ଆର୍ଟ ଗ୍ୟାଲେରୀ ବୁଲି ଦେଖିଥିଲେ। ଏହି ପ୍ରଦର୍ଶନୀ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିବ।

ଚିତ୍ରକଳା ପ୍ରଦର୍ଶନୀ ଚେନ୍ନାଇ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026
Latest News

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.