Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏଫ୍‌ଏଫ୍‌ଆଇର ପାନୋରମା ସେକ୍ସନ ପାଇଁ ଏନ୍‌ଡିଏଫସି ପକ୍ଷରୁ ଫିଚର ଓ ଅଣଫିଚର ଫିଲ୍ମ ଆହ୍ୱାନ
ଆଜିର ଖବର

ଆଇଏଫ୍‌ଏଫ୍‌ଆଇର ପାନୋରମା ସେକ୍ସନ ପାଇଁ ଏନ୍‌ଡିଏଫସି ପକ୍ଷରୁ ଫିଚର ଓ ଅଣଫିଚର ଫିଲ୍ମ ଆହ୍ୱାନ

July 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ
ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଡାଲ ଏଜେନ୍ସି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି)ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜନ  କରୁଛି। ଏହି ସଂସ୍ଥା ଏହି ଚଳଚ୍ଚିତ୍ର ଉତ୍ସବର ପାନୋରମା (ପରିଦୃଶ୍ୟ) ବିଭାଗରେ ପ୍ରଦର୍ଶନ ପାଇଁ ଉଭୟ ଫିଚର ଓ ଅଣଫିଚର ଫିଲ୍ମର ପ୍ରବେଶ ନିନ୍ତେ ସମ୍ପୃକ୍ତ ପ୍ରଯୋଜକ ଓ ନିର୍ମାତାଙ୍କ ଠାରୁ ଆବେଦନ ଆହ୍ୱାନ କରିଛି। ଚଳିତବର୍ଷ (୨୦୨୩) ନଭେମ୍ବର ୨୦ରୁ ୨୮ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେଉଥିବା ଆଇଏଫ୍‌ଏଫ୍‌ଆଇର ପାନୋରମା ବିଭାଗରେ ଏସବୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଇଣ୍ଡିଆନ ପାନୋରମା ସେକ୍ସନ ଆଇଏଫ୍‌ଏଫ୍‌ଆଇ ଏକ ପ୍ରମୁଖ ସମ୍ପତ୍ତି। ଏହା ଭାରତୀୟ ଭାଷାରେ ନିର୍ମିତ ତଥା ବିଚାରକ ମଣ୍ଡଳୀ ଦ୍ୱାରା ବଛାଯାଇଥିବା ଚଳଚ୍ଚିତ୍ରଗୁଡିକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ। ଏସବୁ ଫିଚର ଓ ଅଣଫିଚର ଫିଲ୍ମ ଭାରତ ଓ ବିଦେଶରେ ଆୟୋଜିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିବା ବାଂଛନୀୟ। ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ଭାରତୀୟ ଚଳଚ୍ଚିତ୍ରମାନ ମଧ୍ୟ ଏଥିରେ ପ୍ରବେଶ କରିବାକୁ ଯୋଗ୍ୟ ହେବେ।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୬ଟି ଫିଚର ଓ ୨୧ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବାକୁ ବଛାଯିବ। ବିଚାରକ ମଣ୍ଡଳୀଙ୍କ ଚୂଡାନ୍ତ ବିଚାର ପରେ ସମ୍ପୃକ୍ତ ଚଳଚ୍ଚିତ୍ରଗୁଡିକୁ ପ୍ରବେଶ ଅନୁମତି ମିଳିବ। ଚଳଚ୍ଚିତ୍ରଗୁଡିକୁ ସିନେମାଟିକ, ଥେମାଟିକ, ଆସଥେଟିକ ଓ ଏକ୍ସଲେନ୍ସ (କଳାତ୍ମକ, ବିଷୟବସ୍ତୁ, ସୌନ୍ଦର୍ଯ୍ୟବୋଧ ଓ ଉତ୍କର୍ଷ) ଭିତ୍ତିରେ ବଛାଯିବ।

ଏହି ଏଣ୍ଟ୍ରି ପାଇଁ ଯୋଗ୍ୟତା ଓ ସବିଶେଷ ତଥ୍ୟ ଆଇଏଫ୍‌ଏଫଆଇ ୱେବସାଇଟ୍‌ରେ ଉପଲବ୍ଧ। ଏଥିରେ ଦୁଇଟି ମୌଳିକ ଯୋଗ୍ୟତା ଅନିବାର୍ଯ୍ୟ ରଖାଯାଇଛି। ତାହା ହେଲା ପ୍ରତ୍ୟେକ ଫିଲ୍ମରେ ଇଂରାଜୀ ସବ୍‌ଟାଇଟଲ ଥିବ ଏବଂ ସମ୍ପୃକ୍ତ ଫିଲ୍ମ ୨୦୨୨ ଅଗଷ୍ଟ ୩୦ ତାରିଖରୁ ୨୦୨୩ ଜୁଲାଇ ୩୧ ତାରିଖ ସୁଦ୍ଧା ତିଆରି ହୋଇଥିବ କିମ୍ବା ଏହି ସମୟ ମଧ୍ୟରେ ସେନ୍ନସର ବୋର୍ଡର ସାର୍ଟିଫିକେଟ ହାସଲ କରିଥିବ। ଫିଲ୍ମ ଦାଖଲର ଶେଷ ତାରିଖ ୨୦୨୩  ଅଗଷ୍ଟ ୧୦ତାରିଖ ରଖାଯାଇଛି।

ଆଇଏଫ୍‌ଏଫ୍‌ଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.