କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ୭୯ ବର୍ଷ ବୟସରେ ଦେହାନ୍ତ

Published: Jul 18, 2023, 12:03 pm IST

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଓମାନ ଚାଣ୍ଡିଙ୍କ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ପୁଅ ଚାଣ୍ଡି ଓମନ ଏକ ଫେସବୁକ ପୋଷ୍ଟ ଜରିଆରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଅପ୍ପାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଓମାନ୍ ଚାଣ୍ଡିଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା, ତେଣୁ ସେ ଚିକିତ୍ସା ପାଇଁ ବାଙ୍ଗାଲୋରରେ ରହିଥିଲେ। କଂଗ୍ରେସର ବରିଷ୍ଠ ନେତା ଓମାନ ଚାଣ୍ଡି ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ଥିଲେ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।

ଏହା ସହିତ କେରଳ କଂଗ୍ରେସ ସଭାପତି କେ ସୁଧାକରନ୍ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଓମାନ ଚାଣ୍ଡିଙ୍କ ମୃତ୍ୟୁକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଓମାନ ଚାଣ୍ଡିଙ୍କୁ ବାଙ୍ଗାଲୋରର ଚିନ୍ମୟ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଟୁଇଟ୍ କରି କହିଛନ୍ତି ଯେ, “କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ୍ ଚାଣ୍ଡିଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି, ଯିଏକି ଜନତାଙ୍କ ନେତା ଭାବରେ ଛିଡା ହୋଇଥିଲେ। ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କେରଳର ଅଗ୍ରଗତି ଏବଂ ରାଜନୈତିକ ଦୃଶ୍ୟପଟ୍ଟକୁ ପ୍ରଭାବିତ କରିଛି। ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା।”

Related posts