Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାନସିକ ବିକାରଗ୍ରସ୍ତ ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ: ଜାଣନ୍ତୁ କାରଣ
ଆଜିର ଖବର

ମାନସିକ ବିକାରଗ୍ରସ୍ତ ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ: ଜାଣନ୍ତୁ କାରଣ

July 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ମାନସିକ ବିକାରଗ୍ରସ୍ତ ଅଜଣା ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଉକ୍ତ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଆଜି ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଏସପି କିଶୋର ମୁଣ୍ଡ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ଜଣକ ବାଣପୁର ଥାନା ବଡ଼ ହନ୍ତୁଆଡ଼ ଗ୍ରାମର ଚୈତନ୍ୟ ନାୟକ ଓରଫ ରବି (୩୦) ବୋଲି ଜଣାପଡିଛି। ପ୍ରଥମ ଥର ପାଇଁ ବାଣପୁର ଥାନା ଅଞ୍ଚଳରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଏକ ଛୋଟ ଅସ୍ପଷ୍ଟ ସିସି ଟିଭି ଫୁଟେଜ ମିଳିଥିଲା, ଯେଉଁଥିରେ ଅଭିଯୁକ୍ତଙ୍କୁ ଚି଼ହ୍ନଟ କରିବା କାଠିକାର ପାଠ ଥିଲା।

ପୋଲିସ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏସପି ଉକ୍ତ ଘଟଣାକୁ ଗୁରୁତର ସହ ନେଇଥିଲେ। ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ମିଶ୍ରଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ରମେଶ କୁମାର ଦେବତା ଓ ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କୁ ନେଇ ଏକାଧିକ ଟିମ ଗଠନ କରାଯାଇଥିଲା।

ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା। ଛୋଟରୁ ବଡ଼ ସମସ୍ତ ପ୍ରମାଣକୁ ଏକାଠି କରିଥିଲା। ବିଭିନ୍ନ ଅଞ୍ଚଳର ସିସି ଟିଭି ଫୁଟେଜ, ସ୍ଥାନୀୟ ଗୁଇନ୍ଦା ଏବଂ ବୈଦ୍ୟୁତିକ ଉପକରଣର ସହାୟତାରେ ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ।

ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ଖଣ୍ଡା ଉଦ୍ଧାର ପରେ କେସର ମୋଡ଼ ବଦଳିଥିଲା।  ଅଭିଯୁକ୍ତ ଜଣକ ଘରେ ଥିବା ବେଳେ ତାଙ୍କୁ ଉଠାଇ ଆଣିଥିଲା ପୋଲିସ। ତେବେ ଅଭିଯୁକ୍ତ ରବି କ’ଣ ପାଇଁ ସମ୍ପୃକ୍ତ ମାନସିକ ବିକାରଗସ୍ତ ମହିଳାଙ୍କ ହତ୍ୟା କଲା ବୋଲି ପୋଲିସକୁ ପଚାରିବାରୁ ଉକ୍ତ ଦିନ ରାତିରେ ଅଭିଯୁକ୍ତ ରବିଙ୍କୁ ମହିଳା ଜଣକ କଟୁ କଥା କହିଥିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ହତ୍ୟା କରିଥିବାର ପୋଲିସ କହିଛି।

ଅଭିଯୁକ୍ତଙ୍କ ନିକଟରୁ ଏକ ନାଲି ସାଇକେଲ ଜବତ, ଟି ସାର୍ଟ, ଟ୍ରାକ ପ୍ୟାଣ୍ଟ ଓ ଟାୱେଲ ଜବତ କରିଛି ପୋଲିସ। ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟଚଲାଣ କରାଯାଇଛି। ସେପଟେ ମୃତ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ପରିଚୟ ଅଦ୍ୟାବଧି ମିଳିପାରିନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026

ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ମଧ୍ୟ ବିରୋଧ!: ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ, ଆଠ ମୃତ

March 1, 2026

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026
Latest News

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଆଜି ସେମିଫାଇନାଲ ପାଇଁ ମହା ଲଢେଇ: ଜାଣନ୍ତୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କାହାର ପଲ୍ଲା ଭାରି?

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026

ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ମଧ୍ୟ ବିରୋଧ!: ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ, ଆଠ ମୃତ

March 1, 2026

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.