ଆଜି ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ୍ ସହ ଜଡିତ ସମସ୍ତ ବିବରଣୀ

Published: Jul 19, 2023, 9:34 am IST

ନୂଆଦିଲ୍ଲୀ: ବର୍ତ୍ତମାନ ଏମର୍ଜିଙ୍ଗ ଏସିଆ କପ୍-୨୦୨୩ ଖେଳାଯାଉଛି। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ୍ ଖେଳାଯାଇଛି। ଆଜି ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଏମର୍ଜିଙ୍ଗ ଏସିଆ କପରେ ଦୁଇଟି ମ୍ୟାଚ୍ ଖେଳାଯିବ ଯେଉଁଥିରେ ଦ୍ୱିତୀୟ ମ୍ୟାଚ୍ ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ୍ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଏହି ଟୁର୍ଣ୍ଣାମେଣ୍ଟରେ ୟଶ ଧୁଲ ଇଣ୍ଡିଆ-ଏ ର ନେତୃତ୍ଵ ନେଉଛନ୍ତି। ଏଥିସହିତ ସାମ ଆୟୁବ ପାକିସ୍ତାନ-ଏ ଅଧିନାୟକତ୍ୱ କରୁଛନ୍ତି। ଗ୍ରୁପ୍-ବିରେ ଭାରତ ଏବଂ ପାକିସ୍ତାନର ଦଳ ଅଛନ୍ତି। ଉଭୟ ଦଳ ଏପର୍ଯ୍ୟନ୍ତ ୨-୨ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ଉଭୟ ଦଳ କୌଣସି ମ୍ୟାଚ୍ ହାରି ନାହାଁନ୍ତି। ୟୁଏଇ-ଏ ଏବଂ ନେପାଳ ବିପକ୍ଷରେ ଉଭୟ ଦଳ ନିଜ ନିଜ ମ୍ୟାଚ୍ ଖେଳିଛନ୍ତି। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍‌ରେ କେଉଁ ଦଳ କାହା ଉପରେ ବିଜୟୀ ହେବ, ତାହା ଦେଖିବା କୌତୁହଳପ୍ରଦ ହେବ।

ମ୍ୟାଚ୍ କେବେ ଏବଂ କେଉଁଠାରେ ହେବ?:

ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ମ୍ୟାଚ୍। ପ୍ରେମଦାସା ଷ୍ଟାଡିୟମ୍, କଲମ୍ବୋ, ଶ୍ରୀଲଙ୍କା। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ଅପରାହ୍ନ ୨ଟାରୁ ଆରମ୍ଭ ହେବ।

ଭାରତରେ ଟିଭିରେ ଲାଇଭ୍ କିପରି ଦେଖିବେ?:

ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ଏହି ମ୍ୟାଚ୍ ଟିଭିରେ ଭାରତର ଷ୍ଟାର ସ୍ପୋର୍ଟସ ନେଟୱାର୍କ ମାଧ୍ୟମରେ ସିଧା ପ୍ରସାରଣ ହେବ।

ଲାଇଭ୍ ଷ୍ଟ୍ରିମ୍ କୁ କେଉଁଠାରେ ଦେଖିବେ?:

ଭାରତ-ଏ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଫାନକୋଡ୍ ଆପ୍ ମାଧ୍ୟମରେ ସିଧା ପ୍ରସାରଣ ହେବ।

ଭାରତ ଏ ଦଳ:

ସାଇ ସୁଦର୍ଶନ, ଅଭିଷେକ ଶର୍ମା, ନିକିନ ଜୋସେ, ୟଶ ଧୁଲ (ଅଧିନାୟକ), ରିୟାନ ପରାଗ, ନିଶାନ୍ତ ସିନ୍ଧୁ, ଧ୍ରୁଭ ଜୁରେଲ (ୱିକେଟ କିପର), ମାନଭ ସୂଥାର, ହର୍ଷିତ ରାଣା, ନୀତୀଶ ରେଡ୍ଡୀ, ଆକାଶ ସିଂ, ପ୍ରଦୋଶ ପାଲ, ପ୍ରଭସିମ୍ରନ ସିଂ, ଯୁବରାଜ ସିଂହ ଡୋଡିଆ, ଆର.ଏସ୍ ହେଙ୍ଗରଗେକର୍।

ପାକିସ୍ତାନ-ଏ ଦଳ:

ସାମ୍ ଆୟୁବ (ଅଧିନାୟକ), ତାୟାବ ତାହିର, ମହମ୍ମଦ ହରିସ୍ (ୱିକେଟ କିପର), କାମ୍ରାନ୍ ଗୁଲାମ, ସାହିବଜାଦା ଫରହାନ୍, ଓମେର ୟୁସୁଫ୍, କାସୀମ ଆକ୍ରାମ, ମହମ୍ମଦ ୱାସିମ ଜୁନିଅର, ଅର୍ଶଦ ଇକବାଲ, ଶାହନାୱାଜ ଦହାନି, ହସିବୁଲ୍ଲା ଖାନ, ମୁବାସିର ଖାନ, ଅମଦ ବଟ, ମେହରାନ ମୁମତାଜ, ସୁଫିୟାନ ମୁକିମ୍।

Related posts