Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ଲାଗି ପ୍ରାଣୀଧନ କ୍ଷେତ୍ର ପାଇଁ ‘କ୍ରେଡିଟ୍ ଗ୍ୟାରେଣ୍ଟି’ ଯୋଜନା ଆରମ୍ଭ
ଆଜିର ଖବର

ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ଲାଗି ପ୍ରାଣୀଧନ କ୍ଷେତ୍ର ପାଇଁ ‘କ୍ରେଡିଟ୍ ଗ୍ୟାରେଣ୍ଟି’ ଯୋଜନା ଆରମ୍ଭ

July 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରାଣୀ ରୋଗ ନିୟନ୍ତ୍ରଣ
ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ୫ ବର୍ଷରେ ଓଡ଼ିଶାକୁ ମିଳିଛି ୯୧୪୭.୪୨ କୋଟି

ନୂଆଦିଲ୍ଲୀ: ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ପ୍ରାଣୀଧନ କ୍ଷେତ୍ରରେ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ଋଣ ଯୋଗାଣ ସୁନିଶ୍ଚିତ କରିବାକୁ ସରକାର କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର ପଶୁ ସମ୍ପଦ ଓ ମତ୍ସ୍ୟ ମନ୍ତ୍ରଣାଳୟ ପ୍ରଥମ କରି ପ୍ରାଣୀଧନ କ୍ଷେତ୍ରରେ ଏହି ଋଣ ଯୋଗାଣ ସୁନିଶ୍ଚିତ ନୀତି (କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ)କୁ ଲାଗୁ କରିଛି। ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏନ୍ ଆଇଡିଏଫ୍‌) ଦ୍ୱାରା ଏହା କାର୍ଯ୍ୟକାରୀ ହେବ। ଏହା ଫଳରେ ପଶୁଧନ କ୍ଷେତ୍ରରେ ସମ୍ପୃକ୍ତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଓ ଉଦ୍ୟୋଗୀ ବ୍ୟାଙ୍କ ଋଣ ଗ୍ୟାରେଣ୍ଟି ପାଇବେ। ସେମାନଙ୍କୁ ବିନା ବନ୍ଧକରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ତାଲିକାଭୁକ୍ତ ଯେକୌଣସି ବ୍ୟାଙ୍କ ଏବଂ ଜାତୀୟ ସମବାୟ ବିକାଶ ନିଗମରୁ ଋଣ ସହାୟତା ମିଳିବ। ଏହା ଫଳରେ ସମ୍ପୃକ୍ତ ଉଦ୍ୟୋଗୀ, ଚାଷୀ ସହଜରେ ବ୍ୟାଙ୍କ ଋଣ ପାଇବେ ଏବଂ ଅର୍ଥାଭାବରୁ ବ୍ୟାବସାୟିକ କ୍ଷତିର ଆଶଙ୍କା ଦୂର ହେବ। ଋଣ ଗ୍ୟାରେଣ୍ଟି ସୁବିଧା ମିଳିବା ପରେ ଏହି କ୍ଷେତ୍ରରେ ଋଣ ପାଇବା ଜଂଜାଳର ଅବସାନ ଘଟିବ।

ଏଥିପାଇଁ ପଶୁସମ୍ପଦ ବିଭାଗ ୭୫୦କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ଗଠନ କରିଛି। ଏହି ପାଣ୍ଠିରୁ ଋଣ ପାଇଁ ଆବେଦନ କରୁଥିବା ଉଦ୍ୟୋଗୀଙ୍କୁ ୨୫% ର ଋଣ ଗ୍ୟାରେଣ୍ଟି ସୁଯୋଗ ଦିଆଯିବ। ପ୍ରତ୍ୟେକ ଋଣ ଉପରେ ସୁଧ ଛାଡର ମଧ୍ୟ ସୁବିଧା ରହିଛି। ମୋଟ ପ୍ରକଳ୍ପ ଖର୍ଚ୍ଚର ୯୦ଶତାଂଶ ଋଣ ଅର୍ଥ ଉପରେ ୩ ଶତାଂଶ ସୁଧ ଛାଡ ମିଳିବ। ଯେଉଁ ଅଞ୍ଚଳରେ ପଶୁଧନ ଓ ପଶୁ ସମ୍ପଦର ବିକାଶ ଘଟିନାହିଁ ଏବଂ ଯେଉଁମାନେ ଏହି ଉଦ୍ୟୋଗର ପ୍ରଥମ ପିଢିର ଉଦ୍ୟୋଗୀ ସେମାନଙ୍କୁ ଏହି ଋଣ ଗ୍ୟାରେଣ୍ଟି ଯୋଜନାରେ ଅଗ୍ରାଧିକାର ମିଳିବ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ପ୍ରୋତ୍ସାହନ ପ୍ୟାକେଜ ଅଧୀନରେ ଯେଉଁ ଋଣ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଗଠନ କରାଯାଇଛି ସେଥି ପାଇଁ ୧୫ହଜାର କୋଟି ଟଙ୍କାର ପାଣ୍ଠି  ବ୍ୟବସ୍ଥା ରହିଛି। ସେଥିରୁ  ଦୁଗ୍ଧ, ପଶୁ ସମ୍ପଦ ଓ ମତ୍ସ୍ୟ ବିଭାଗ ପାଇଁ ୭୫୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ପଶୁଧନ କ୍ଷେତ୍ରରେ ସମ୍ପୃକ୍ତ  ଉଦ୍ୟୋଗୀ ଓ ଉଦ୍ୟୋଗ ମାନଙ୍କୁ ବିଭିନ୍ନ ବ୍ୟାବସାୟିକ କାମ ପାଇଁ ଏହି ଋଣ ଗ୍ୟାରେଣ୍ଟି ମିଳିବ। ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟନିର୍ମାଣ, ମାଂସ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ, ପଶୁଖାଦ୍ୟ ପ୍ରସ୍ତୁତି ପ୍ଲାଣ୍ଟ ନିର୍ମାଣ, ବ୍ରିଡ ବା ବିଭିନ୍ନ ଜାତିର ପଶୁପକ୍ଷୀଙ୍କ ବଂଶ ବିସ୍ତାର ଫାର୍ମ ପ୍ରତିଷ୍ଠା, ପଶୁପକ୍ଷୀଙ୍କ ମଳମୂତ୍ରରୁ ଖତସାର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତି ଏବଂ ପଶୁପକ୍ଷୀଙ୍କ ପାଇଁ ଟିକା ଓ ଔଷଧ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ସମ୍ପୃକ୍ତ ଉଦ୍ୟୋଗୀ କିମ୍ବା ଉଦ୍ୟୋଗୁ ଏହି ଋଣ ଗ୍ୟାରେଣ୍ଟି ସୁବିଧା ପାଇବେ। କୃଷକ ଉତ୍ପାଦକ ସଂଘମାନଙ୍କୁ ମଧ୍ୟ ଏହି ସୁବିଧା ମିଳିବ।

ଏହି କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟ ଫଣ୍ଡ ୨୦୨୧ ମାର୍ଚ୍ଚରେ ଗଠିତ ହୋଇଥିଲା। ପଶୁସମ୍ପଦ ବିଭାଗରେ ଏଧରଣ ଏହା ପ୍ରଥମ। ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ବିନା ବନ୍ଧକରେ ବ୍ୟାଙ୍କ ଋଣ ସୁବିଧା ଯୋଗାଇ ଦେବାକୁ ଏହା ଉଦ୍ଦିଷ୍ଟ। ଏଥିପାଇଁ ଏକ କ୍ରେଡିଟ ଗ୍ୟାରେଣ୍ଟି ପୋର୍ଟାଲ ଗଠନ କରାଯାଇଛି। ଏଥିରେ କେଉଁମାନେ ଋଣ ପାଇବାକୁ ଯୋଗ୍ୟ ଏବଂ କେଉଁ ଆର୍ଥିକ ସଂସ୍ଥା ଓ ବ୍ୟାଙ୍କରୁ ଋଣ ମିଳିବ ତାହାର ତଥ୍ୟ ରହିଛି। ଏହାଛଡା ଋଣ ପରିଶୋଧ, ସୁଧ ଛାଡ ଓ ଅନ୍ୟାନ୍ୟ ବିଷୟରେ ଏଥିରେ ସୂଚନା ଦିଆଯାଇଛି। ଏହା ଦ୍ୱାରା ପ୍ରାଣୀଧନ କ୍ଷେତ୍ର ବିଶେଷ ଉପକୃତ ହେବ ବୋଲି ଆଶା କରାଯାଉଛି।

ଏଏଚ୍ ଆଇଡିଏଫ୍ ସ୍କିମର ବୈଶିଷ୍ଟ୍ୟ

ଋଣ ଉପରେ ୩% ସୁଧ ଛାଡର ସୁବିଧା।

ପ୍ରକଳ୍ପ ଖର୍ଚ୍ଚର ୯୦ ଶତାଂଶ ଅର୍ଥ ଋଣ ଆକାରରେ ଯେକୌଣସି ସୂଚିତ (ସିଡ୍ୟୁଲ୍ଡ) ବ୍ୟାଙ୍କ, ଜାତୀୟ ସମବାୟ ବିକାଶ ନିଗମ (ଏନ୍‌ସିଡିସି)ରୁ ମିଳିପାରିବ।

ଆତ୍ମନିର୍ଭର ଭାରତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.