ଶିକ୍ଷା ବିଭାଗର କରୁଣ ଚିତ୍ର, କୁଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୫ ଶ୍ରେଣୀକୁ ଜଣେ ଶିକ୍ଷକ, ପାଠ ପଢା ବିପର୍ଯ୍ୟସ୍ତ

Published: Jul 22, 2023, 3:51 pm IST

କୁଜଙ୍ଗ: କୁଜଙ୍ଗର ଶିକ୍ଷା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସାଜିଥିବା କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟରେ ଘୋର ଶିକ୍ଷକ/ଶିକ୍ଷୟିତ୍ରୀ ଅଭାବ ଥିବା ବେଳେ ଏବେ କୁଜଙ୍ଗ ସଦର ମହକୁମାରେ ଉପସ୍ଥିତ କୁଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ଜଣେ ଶିକ୍ଷୟିତ୍ରୀରେ କାର୍ଯ୍ୟ ଚାଲିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗତ ମାର୍ଚ୍ଚ ୩୧ରେ ଅବସର ପରେ ଜଣେ ଶିକ୍ଷୟିତ୍ରୀର ଦେବକୀ ଲେଙ୍କା ଏବେ ପାଠ ପଠା କାର୍ଯ୍ୟକରୁଛନ୍ତି। ବହୁବାର ଦାବି ଓ ଅନୁରୋଧ ପରେ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ନୂତନ ଶିକ୍ଷକଙ୍କୁ ନିଯୁକ୍ତି କରୁନଥିବା ବେଳେ ଏବେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ତେବେ ବିଦ୍ୟାଳୟର ପରିଚାଳାନା କମିଟି ପକ୍ଷରୁ ପ୍ରଭାତୀ ଦାସ, ସୁଜାତା ଦାସ, ଇରାଙ୍ଗିନି ଦାସ, ତପସ୍ୱନୀ ସ୍ୱାଇଁ, ପଦ୍ମାବତୀ ମହାରଣା, ମିନତୀ ଦାସ, ପ୍ରଭାତ କୁମାର ନାଥ ଶର୍ମା, ଅକ୍ଷୟ କୁମାର ନାଥ, ଅମିୟ ବାରିକ, କୈଳାସ ସେଠୀ, ମନୋରଞ୍ଜନ ଦାସ, ସତ୍ୟବ୍ରତ ମଲିକ ପ୍ରମୁଖ ତୁରନ୍ତ ନୂତନ ଶିକ୍ଷକ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ବିଦ୍ୟାଳୟରେ ମୋଟ ୫ଟି ଶ୍ରେଣୀରେ ଏକ ଶହ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ବେଳେ ଏବେ ବିଦ୍ୟାଳ ୟରେ ଶିକ୍ଷକ ଅଭାବ ଯୋଗୁ ପାଠପଢାରେ ଘୋର ଅବବ୍ୟସ୍ଥା ଦେଖା ଦେଇଛି।

ବିଭାଗୀୟ କର୍ତ୍ତୁପକ୍ଷ ଯଦି ତୁରନ୍ତ ପଦକ୍ଷପ ଗ୍ରହଣ ନକରିନ୍ତି ତେବେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସରକାରୀ ପ୍ରାଥମିକ ବିଦ୍ୟାଳୟ କୁଜଙ୍ଗର ଏକ ବିଦ୍ୟାଳୟ ଯଦି ସଦର ମହକୁମାରେ ରହି ୫ ଶ୍ରେଣୀକୁ ଜଣେ ଶିକ୍ଷକରେ ପାଠ ପଢା ଚାଲିବ ତେବେ ବ୍ଲକ ର ସମୁଦ୍ରକୂଳ ତଥା ଦୂର ଅଞ୍ଚଳରେ ଥିବା ବିଦ୍ୟାଳୟର ସ୍ଥିତି କଣ ଥିବା ତାହା ସହଜେ ଅନୁମେୟ ବୋଲି କୁଜଙ୍ଗର ସମାଜ ସେବୀ ଅକ୍ଷୟ କୁମାର ନାଥ କହିଛନ୍ତି।

Related posts