Categories
ଆଜିର ଖବର ରାଜ୍ୟ ଖବର

ଲାଣ୍ଡିମାଳ ସରକାରୀ ଉପ୍ରାବିଦ୍ୟାଳୟରେ ଶିକ୍ଷକ ଅଭାବ, ତାଲା ମାରି ଧାରଣାରେ ବସିଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସରକାର ଶିକ୍ଷାକୁ ଗୁରୁତ୍ବ ଦେଉଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କେଉଁଠି ଶିକ୍ଷକ ଅଭାବରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି ତ ଆଉ କେଉଁଠି ଶ୍ରେଣୀ କୋଠରୀ ଅଭାବରେ ଛାତ୍ରଛାତ୍ରୀମାନେ ଗଛ ମୁଳରେ ବସି ପାଠ ପଢ଼ୁଛନ୍ତି।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଞ୍ଚାୟତର ଲାଣ୍ଡିମାଳ ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଆଜି ଗ୍ରାମବାସୀ ତାଲାମାରି ଧାରଣାରେ ବସିଥିଲେ। ଏହି ବିଦ୍ୟାଳୟରେ ବର୍ତ୍ତମାନ୧୧୧ ଜଣ ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଳେ ୩ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ପୂର୍ବରୁ ଗ୍ରାମବାସୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଆଉ ୨ ଜଣ ଶିକ୍ଷକ ନିଯୁକ୍ତି ପାଇଁ ଲିଖିତାକାରରେ ଜଣାଇଥିଲେ।

ଗ୍ରାମବାସୀଙ୍କ ଦାବୀକୁ ସରକାର ମାନି ୨ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତି ଦେଇଥିଲେ। ହେଲେ ଗତ ମଇ ମାସ ୨୦୨୩ ରେ ଜନୈକ ଶିକ୍ଷକ ଅବସର ନେଇଥିଲେ ଏବଂ ଅନ୍ୟ ଜଣେ ଶିକ୍ଷକ ଙ୍କୁ ଜୁଲାଇ ୩ ତାରିଖରେ ଅନ୍ୟତ୍ର ବଦଳୀ କରାଯାଇଥିଲା। ଯା ଫଳରେ ପୂର୍ବ ପରି ଶିକ୍ଷକ ସମସ୍ୟା ଦେଖା ଦେଇଥିଲା। ଏ ନେଇ ଗ୍ରାମବାସୀ,ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ବିଭାଗର କରୁଣ ଚିତ୍ର, କୁଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୫ ଶ୍ରେଣୀକୁ ଜଣେ ଶିକ୍ଷକ, ପାଠ ପଢା ବିପର୍ଯ୍ୟସ୍ତ

କୁଜଙ୍ଗ: କୁଜଙ୍ଗର ଶିକ୍ଷା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସାଜିଥିବା କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟରେ ଘୋର ଶିକ୍ଷକ/ଶିକ୍ଷୟିତ୍ରୀ ଅଭାବ ଥିବା ବେଳେ ଏବେ କୁଜଙ୍ଗ ସଦର ମହକୁମାରେ ଉପସ୍ଥିତ କୁଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ଜଣେ ଶିକ୍ଷୟିତ୍ରୀରେ କାର୍ଯ୍ୟ ଚାଲିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗତ ମାର୍ଚ୍ଚ ୩୧ରେ ଅବସର ପରେ ଜଣେ ଶିକ୍ଷୟିତ୍ରୀର ଦେବକୀ ଲେଙ୍କା ଏବେ ପାଠ ପଠା କାର୍ଯ୍ୟକରୁଛନ୍ତି। ବହୁବାର ଦାବି ଓ ଅନୁରୋଧ ପରେ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ନୂତନ ଶିକ୍ଷକଙ୍କୁ ନିଯୁକ୍ତି କରୁନଥିବା ବେଳେ ଏବେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ତେବେ ବିଦ୍ୟାଳୟର ପରିଚାଳାନା କମିଟି ପକ୍ଷରୁ ପ୍ରଭାତୀ ଦାସ, ସୁଜାତା ଦାସ, ଇରାଙ୍ଗିନି ଦାସ, ତପସ୍ୱନୀ ସ୍ୱାଇଁ, ପଦ୍ମାବତୀ ମହାରଣା, ମିନତୀ ଦାସ, ପ୍ରଭାତ କୁମାର ନାଥ ଶର୍ମା, ଅକ୍ଷୟ କୁମାର ନାଥ, ଅମିୟ ବାରିକ, କୈଳାସ ସେଠୀ, ମନୋରଞ୍ଜନ ଦାସ, ସତ୍ୟବ୍ରତ ମଲିକ ପ୍ରମୁଖ ତୁରନ୍ତ ନୂତନ ଶିକ୍ଷକ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ବିଦ୍ୟାଳୟରେ ମୋଟ ୫ଟି ଶ୍ରେଣୀରେ ଏକ ଶହ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ବେଳେ ଏବେ ବିଦ୍ୟାଳ ୟରେ ଶିକ୍ଷକ ଅଭାବ ଯୋଗୁ ପାଠପଢାରେ ଘୋର ଅବବ୍ୟସ୍ଥା ଦେଖା ଦେଇଛି।

ବିଭାଗୀୟ କର୍ତ୍ତୁପକ୍ଷ ଯଦି ତୁରନ୍ତ ପଦକ୍ଷପ ଗ୍ରହଣ ନକରିନ୍ତି ତେବେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସରକାରୀ ପ୍ରାଥମିକ ବିଦ୍ୟାଳୟ କୁଜଙ୍ଗର ଏକ ବିଦ୍ୟାଳୟ ଯଦି ସଦର ମହକୁମାରେ ରହି ୫ ଶ୍ରେଣୀକୁ ଜଣେ ଶିକ୍ଷକରେ ପାଠ ପଢା ଚାଲିବ ତେବେ ବ୍ଲକ ର ସମୁଦ୍ରକୂଳ ତଥା ଦୂର ଅଞ୍ଚଳରେ ଥିବା ବିଦ୍ୟାଳୟର ସ୍ଥିତି କଣ ଥିବା ତାହା ସହଜେ ଅନୁମେୟ ବୋଲି କୁଜଙ୍ଗର ସମାଜ ସେବୀ ଅକ୍ଷୟ କୁମାର ନାଥ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ଅଭାବ ପୂରଣ ନିମନ୍ତେ ସରକାର ଉଚିତ୍ ପଦକ୍ଷେପ ନିଅନ୍ତୁ: ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ

ଭୁବନେଶ୍ୱର: କରୋନା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ତାହାକୁ ଲର୍ଣ୍ଣିଙ୍ଗ ରିକଭରି ପ୍ରୋଗ୍ରାମ ମାଧ୍ୟମରେ ରାଜ୍ୟ ସରକାର ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଘରୋଇ ସଂସ୍ଥାକୁ ଆପଣେଇବାକୁ ଯେଉଁ ପ୍ରୟାସ କରିବାକୁ ଯାଉଛନ୍ତି ତାହାକୁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଦୃଢ ବିରୋଧ କରିବା ସହ ଆବଶ୍ୟକ ଭିତ୍ତିଭୂମିର ସୁଦୃଢୀକରଣ ଓ କନିଷ୍ଠ ଶିକ୍ଷକ ନିଯୁକ୍ତ କରି ଶିକ୍ଷାଦାନ ପ୍ରକ୍ରିୟାକୁ ସହଜ ଓ ସରଳୀକରଣ କରିବା ପାଇଁ ଦାବି ଉପସ୍ଥାପନ କରୁଛି। ବିଗତ ଦିନମାନଙ୍କରେ କରୋନାର ପ୍ରଭାବ କିଛି ମାତ୍ରାରେ କମିବା ପରେ ଶିକ୍ଷକମାନେ ଘର ଘର ବୁଲି ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ କରିବା ସହ ଦୀର୍ଘ ୨ ମାସ ହେବ ବିଦ୍ୟାଳୟରେ ଶିକ୍ଷାଦାନ କରି ଏଫ୍‌ଏଲଏନ୍‌, ଏଲ୍‌ଇପି ଭଳି କାର୍ଯ୍ୟକ୍ରମ କରିଆସୁଛନ୍ତି। ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଧରି ଶିକ୍ଷାଦାନ କରିବା ସହ ଶିକ୍ଷାର୍ଥୀମାନଙ୍କର କିପରି ଶୈକ୍ଷିକସ୍ତର ବୃଦ୍ଧି ଘଟିବ ତାହାକୁ ଗୁରତ୍ୱର ସହ ନେଇ ଶିକ୍ଷାଦାନ କରାଯାଉଛି। କୋଭିଡ଼ ସଚେତନତା ସହ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବିଭିନ୍ନ କୌଶଳମାନ ଶିକ୍ଷା ଦିଆଯାଉଛି।

ଅନେକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାର ୟୁ-ଟୁବ ଅନଲାଇନ କ୍ଲାସ ମାଧ୍ୟମରେ ଶିକ୍ଷାଦାନ କରି ଶିକ୍ଷାଦାନ କାର୍ଯ୍ୟକ୍ରମକୁ ଆଗକୁ ନିଆଯାଇଥିଲା। ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କ୍ଷେତ୍ରରେ ହେଉ ଅବା ସଚେତନତା କ୍ଷେତ୍ରରେ କୌଣସି ଗୁଣରେ ଘରୋଇ ସଂସ୍ଥାଠାରୁ କମ୍ ନଥିବା ସତ୍ତ୍ୱେ ସରକାର କାହିଁକି ଶିକ୍ଷାକ୍ଷେତ୍ରକୁ ଘରୋଇ ସଂସ୍ଥାକୁ ଟେକି ଦେବାର ହୀନ ମାନସିକତା କରୁଛନ୍ତି ବୋଲି ସଂଘ ପ୍ରଶ୍ନ କରିଛି। ଶିକ୍ଷକ ଅଭାବକୁ ପୂରଣ ନକରି ଏବଂ ଭିତ୍ତିଭୂମି ସୁଦୃଢ ନକରି ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣ କଲେ ଶିକ୍ଷାର ଅଗ୍ରଗତି ଅସମ୍ଭବ ବୋଲି ସଂଘ ଯୁକ୍ତି ବାଢିଛି। ତେଣୁ ପ୍ରାଥମକତା ଭିତ୍ତିରେ ଉଚ୍ଚ ବିଦ୍ୟାଳମାନଙ୍କ ପରି ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରି ଭିତ୍ତଭୂମି ସୁଦୃଢ କରିବା ସହ ଶିକ୍ଷକ ନିଯୁକ୍ତି କଲେ ଶିକ୍ଷାର ମାନବୃଦ୍ଧି ହେବା ସହ ସରକାରଙ୍କର ମହତ୍ତ୍ୱ ଉଦ୍ଦେଶ୍ୟ ସାଧନ ହେବ ବୋଲି ସଂଘ ଦାବି କରିଛି।

ବର୍ତ୍ତମାନସ୍ଥିତିରେ ରାଜ୍ୟରେ ମୁଣ୍ଡଫଟା ଖରା ଜାରି ରହିଥିବା ବେଳେ ଆଗକୁ ଆହୁରି ବଢିବାର ସମ୍ଭାବନା ସରକାରଙ୍କ ପାଣିପାଗ ବିଭାଗ ନିଶ୍ଚିତ କରିଛି। ରାଜ୍ୟରେ ବର୍ତ୍ତମାନ ୧୫ରୁ ଅଧିକ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି ବୋଲି ପାଣିପାଗ ବିଭାଗ ଠାରୁ ସୂଚନା ମିଳିଛି। ଏହି ସମୟରେ ସକରାର ଛୋଟ ଛୋଟ ପିଲାମାନଙ୍କର ସ୍ୱାସ୍ଥ୍ୟପ୍ରତି ସଚେତନ ହେବାର ସର୍ବାଧିକ ଆବଶ୍ୟକତା ରହିଛି। ରାଜ୍ୟର ଅର୍ଦ୍ଧାଧିକ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ହୋଇନାହିଁ କି ଅଂଶୁଘାତକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ କୌଣସି ବ୍ୟବସ୍ଥା କରାଯାଇନାହିଁ। ସହରାଞ୍ଚଳକୁ ଛାଡ଼ିଦେଲେ ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ପିଲାମାନେ ଏବଂ ଜନସାଧାରଣ ଅଂଶୁଘାତକୁ ନେଇ ସଚେତନ ନାହାଁନ୍ତି। ତେଣୁ ବିଦ୍ୟାଳୟ ଖୋଲିବା ପରେ ପ୍ରଥମ କାଳାଂଶକୁ ବ୍ରିଜ କୋର୍ସ ବା ଲର୍ଣ୍ଣିଂ ରିକଭରି ପାଠ ପଢାଇବା ପରେ ଅନ୍ୟ ବିଷୟଗୁଡ଼ିକୁ ଶିକ୍ଷାଦାନ କଲେ ଭଲ ହେବ ବୋଲି ସଂଘ ମତବ୍ୟକ୍ତ କରିଛି। ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଖରାଛୁଟି ବନ୍ଦ ହବାକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଥିବା ନଜରକୁ ଆସୁଛି।

ତେଣୁ ଏ ସମସ୍ତ ବିଷୟକୁ ସରକାର ସହୃଦୟତାର ସହ ବିଚାର କରି ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ସାଭପତି ଶ୍ରୀ ଅକ୍ଷୟ କୁମାର ପାଢୀ, ସମ୍ପାଦକ ନେତ୍ରାନନ୍ଦ ପ୍ରଧାନ, ମହାସଚିବ ଆଦିତ୍ୟ ନାରାୟଣ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡି : ତାଲା ପକାଇବାକୁ ଧମକ ଦେଲେ ଅଭିଭାବକ

କନ୍ଦର୍ପ ବେହେରା

ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସରକାରୀ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟମୁହାଁ କରିବା ପାଇଁ ମାଗଣା ପୋଷାକ, ସାଇକେଲ୍‌, ଜୋତା, ମଧ୍ୟାହ୍ନ ଭୋଜନ ଆଦି ବଣ୍ଟନ କରୁଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ବର୍ଷର ସବୁ ସମୟରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ସହ କୋଟି କୋଟି ଟଙ୍କା ତାଲିମ୍ ବାବଦରେ ଖର୍ଚ୍ଚ କରୁଛନ୍ତି। ହେଲେ ଓଡିଶାର ବହୁ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡିଛି। ବିଦ୍ୟାଳୟଗୁଡିକରେ ଶିକ୍ଷକ ମରୁଡି ଯୋଗୁଁ ପିଲାମାନେ ପାଠ ପଢିପାରୁନାହାନ୍ତି। ଶିକ୍ଷକ ନିଯୁକ୍ତି ନ ଦେଇ ପିଲାମାନଙ୍କର ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର। ଶିକ୍ଷକ ନଥିବା ବିଦ୍ୟାଳୟଗୁଡ଼ିକରେ ବାଧ୍ୟ ହୋଇ ଗ୍ରାମଶିକ୍ଷା କମିଟି ତଥା ଗାଁ ଲୋକ ମାନେ ବିଦ୍ୟାଳୟରେ ତାଲା ପକାଉଛନ୍ତି। ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ସମ୍ବଲପୁର ଜିଲ୍ଲାର ରେଢାଖୋଲ ସବଡିଭିଜନର ନାକ୍‌ଟି ଦେଉଳ ବ୍ଲକ ଅନ୍ତର୍ଗତ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଚିତ୍ର ଏହାର ସଦ୍ୟତମ ଉଦାହରଣ।

ଏହି ବିଦ୍ୟାଳୟଟି ୧୯୭୮ ମସିହାରେ ସ୍ଥାପନ ହୋଇଛି। ଏଇ କିଛି ବର୍ଷ ହେଲା ଏହି ବିଦ୍ୟାଳୟରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ବହୁ ପଦବୀ ଖାଲି ପଡିଛି। ପ୍ରଧାନ ସ୍ୱର୍ଗତ ଚିନ୍ତାମଣୀ ପଟେଲଙ୍କ ଅକାଳ ବିୟୋଗରେ ଗତ ୨୦୧୪ ମସିହାରୁ ବିଦ୍ୟାଳୟରେ ଆଜି ଯାଏ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି। ସେଇ ଦିନ ଠାରୁ ସହକାରୀ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ ଗତ ତା ୧୫ ଜାନୁଆରୀ ୨୦୨୦ ଯାଏଁ କାର୍ଯ୍ୟ ତୁଲାଉଥିଲେ। ହଠାତ୍ ଗତ ୧୬ ତାରିଖରେ ପ୍ରଶାସନ ବଦଳି କରିଦେଲା। ଯା ଫଳରେ ସହକାରୀ ଶିକ୍ଷକ ପଢାଉଥିବା ବିଜ୍ଞାନ ବିଷୟ ପଢିବାରୁ ମଧ୍ୟ ପିଲାମାନେ ବଂଚିତ ହୋଇଛନ୍ତି। ତାଙ୍କ ସ୍ଥାନରେ ଆଉ ଜଣେ ଶିକ୍ଷକ ମଧ୍ୟ ଏ ପର୍ଯ୍ୟନ୍ତ ନିଯୁକ୍ତ ହୋଇନାହାନ୍ତି। ଆଗକୁ ୧୦ମ ବୋର୍ଡ ପରୀକ୍ଷା ଆସୁଥିବାବେଳେ ନୂତନ ଶିକ୍ଷକ ନିଯୁକ୍ତି ନ ଦେଇ ଶିକ୍ଷକଙ୍କ ବଦଳି କେତେଦୂର ଯୁକ୍ତିଯୁକ୍ତ ବୋଲି ଅଭିଭାବକମାନେ ପ୍ରଶ୍ନ କରିବା ସହିତ ପ୍ରଶାସନଠାରେ ଏନେଇ ଅଭିଯୋଗ କରିଛନ୍ତି।

ଠିକ୍ ସେଇପରି ବିଦ୍ୟାଳୟରେ ହିନ୍ଦି ଶିକ୍ଷକ, ବିଜ୍ଞାନ ଶିକ୍ଷକ, ପିଅନ, କିରାଣୀ ଓ ୬ଷ୍ଠରୁ ୮ମ ଯାଏଁ ଜଣେ ଶିକ୍ଷକ ଆଦି ପଦବୀ ଦୀର୍ଘ ବର୍ଷ ହେଲା ଖ।।ଲି ପଡିଛି। ଯା ଫଳରେ ଶିକ୍ଷା ଦାନରେ ବାଧା  ସୃଷ୍ଟି ହେଉଛି। ଏ ସଂପର୍କରେ ବାରମ୍ବାର ପ୍ରଶାସନ ଓ ରାଜନୈତିକ ନେତାମାନଙ୍କ ଠାରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଆସନ୍ତା ଜାନୁଆରୀ ୨୫ ତାରିଖ ମଧ୍ୟରେ ବିଦ୍ୟାଳୟରେ ଖାଲି ଥିବା ପଦବୀଗୁଡ଼ିକ ପୂରଣ କରାନଗଲେ ଆସନ୍ତା ୨୭ ଜାନୁଆରୀ ୨୦୨୦ରେ ବିଦ୍ୟାଳୟରେ ଅଭିଭାବକ ତଥା ସ୍ୱେଚ୍ଛାସେବୀ, ଗ୍ରାମବାସୀ ବିଦ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଅଭିଭାବକ ମାନେ ଲିଖିତ ଆକାରରେ ଜିଲ୍ଲା ଶିକ୍ଷା ଅଧିକାରୀ, ଉପଜିଲ୍ଲାପାଳ,ବ୍ଲକ୍ ଶିକ୍ଷା ଅଧିକାରୀ ଆଦିଙ୍କୁ ରେଜେଷ୍ଟ୍ରି ଡାକ ମାଧ୍ୟମରେ ଅଭିଯୋଗ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ,ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ମେଲ୍ ମାଧ୍ୟମରେ ଅଭିଯୋଗ ପତ୍ର ପଠାଇଛନ୍ତି।