ଲାଣ୍ଡିମାଳ ସରକାରୀ ଉପ୍ରାବିଦ୍ୟାଳୟରେ ଶିକ୍ଷକ ଅଭାବ, ତାଲା ମାରି ଧାରଣାରେ ବସିଲେ ଗ୍ରାମବାସୀ

Published: Jul 24, 2023, 8:24 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ସରକାର ଶିକ୍ଷାକୁ ଗୁରୁତ୍ବ ଦେଉଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କେଉଁଠି ଶିକ୍ଷକ ଅଭାବରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି ତ ଆଉ କେଉଁଠି ଶ୍ରେଣୀ କୋଠରୀ ଅଭାବରେ ଛାତ୍ରଛାତ୍ରୀମାନେ ଗଛ ମୁଳରେ ବସି ପାଠ ପଢ଼ୁଛନ୍ତି।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଞ୍ଚାୟତର ଲାଣ୍ଡିମାଳ ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଆଜି ଗ୍ରାମବାସୀ ତାଲାମାରି ଧାରଣାରେ ବସିଥିଲେ। ଏହି ବିଦ୍ୟାଳୟରେ ବର୍ତ୍ତମାନ୧୧୧ ଜଣ ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଳେ ୩ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ପୂର୍ବରୁ ଗ୍ରାମବାସୀ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଆଉ ୨ ଜଣ ଶିକ୍ଷକ ନିଯୁକ୍ତି ପାଇଁ ଲିଖିତାକାରରେ ଜଣାଇଥିଲେ।

ଗ୍ରାମବାସୀଙ୍କ ଦାବୀକୁ ସରକାର ମାନି ୨ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତି ଦେଇଥିଲେ। ହେଲେ ଗତ ମଇ ମାସ ୨୦୨୩ ରେ ଜନୈକ ଶିକ୍ଷକ ଅବସର ନେଇଥିଲେ ଏବଂ ଅନ୍ୟ ଜଣେ ଶିକ୍ଷକ ଙ୍କୁ ଜୁଲାଇ ୩ ତାରିଖରେ ଅନ୍ୟତ୍ର ବଦଳୀ କରାଯାଇଥିଲା। ଯା ଫଳରେ ପୂର୍ବ ପରି ଶିକ୍ଷକ ସମସ୍ୟା ଦେଖା ଦେଇଥିଲା। ଏ ନେଇ ଗ୍ରାମବାସୀ,ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ।

Related posts