
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୁଇ ମହିଳାଙ୍କୁ ବସ୍ତ୍ରହୀନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସ୍ମୃତି ଇରାନୀ କହିଛନ୍ତି ଯେ, ରାଜ୍ୟରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଯାଇଛି। କିନ୍ତୁ ଶାସକ ଟିଏମସି ସରକାର କୌଣସି ବିବୃତ୍ତି ଦେଇ ନାହିଁ କି କଂଗ୍ରେସ ପ୍ରଶ୍ନ ଉଠାଇ ନାହିଁ। ସଂସଦରେ ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି, କିନ୍ତୁ ବିରୋଧୀ ମନା କରିଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ମାଲଦାଠାରେ ଦୁଇ ଜଣ ମହିଳାଙ୍କୁ କିପରି ଉଲଗ୍ନ କରାଯାଇଥିଲା, ସେ ବିଷୟରେ କଂଗ୍ରେସ କିଛି କହୁନାହିଁ, କାରଣ ଟିଏମସି ସହିତ ମେଣ୍ଟ ପାଇଁ କଂଗ୍ରେସ ଲୋଭୀ।
ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ଗୁଢାଙ୍କ ବିଷୟରେ ସେ କହିଛନ୍ତି ଯେ, ଆପଣଙ୍କ ମନ୍ତ୍ରୀ ନିଜେ କହୁଛନ୍ତି ଯେ ମଣିପୁର ଅପେକ୍ଷା ରାଜସ୍ଥାନରେ ଅଧିକ ମହିଳା ଉତ୍ପୀଡନ ହେଉଛନ୍ତି। ମହିଳାମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ କୌଣସି ପଦକ୍ଷେପ ନେବା ବଦଳରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ତାଙ୍କୁ ବହିଷ୍କାର କରିଛନ୍ତି।