Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିମ୍ ଇଣ୍ଡିଆ ରଚିଲା ଇତିହାସ, ଟେଷ୍ଟରେ ସ୍କୋର କଲା ଦ୍ରୁତତମ ୧୦୦ ରନ୍, ଦେଖନ୍ତୁ ତାଲିକା
ଆଜିର ଖବର

ଟିମ୍ ଇଣ୍ଡିଆ ରଚିଲା ଇତିହାସ, ଟେଷ୍ଟରେ ସ୍କୋର କଲା ଦ୍ରୁତତମ ୧୦୦ ରନ୍, ଦେଖନ୍ତୁ ତାଲିକା

July 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଅନେକ ବଡ଼ ରେକର୍ଡ କରାଯାଇଛି। ଏହି ସମୟରେ ଟିମ୍ ଇଣ୍ଡିଆ ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ବାସ୍ତବରେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଟି -୨୦ ଭଳି ବ୍ୟାଟିଂ କରିଛନ୍ତି। ଏହା ସହିତ ଦଳ ନାମରେ ଦୁଇଟି ବଡ ରେକର୍ଡ ପଞ୍ଜିକୃତ ହୋଇଛି।

ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୟଶ୍ଵାଲ ଗୋଟିଏ ଛକା ଓ ଚାରି ଚୌକା ସହାୟତାରେ ୩୦ ବଲରେ ୩୮ ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ଅଧିନାୟକ ରୋହିତ ଶର୍ମା ୪୪ ବଲରେ ୫୭ ରନ କରିଥିଲେ। ହିଟମ୍ୟାନ୍ ପାଞ୍ଚ ଚୌକା ଓ ତିନି ଛକା ମାରିଥିଲେ। ଏହା ପରେ ଇଶାନ କିଶନ ମାତ୍ର ୩୪ ବଲରେ ୫୨ ରନ ସ୍କୋର କରିଥିଲେ। ଇଶାନଙ୍କ ବ୍ୟାଟରୁ ୪ ଟି ଚୌକା ଓ ୨ ଟି ଛକା ବାହାରିଥିଲା। ତାଙ୍କ ସହ ଶୁଭମାନ ଗିଲ ୩୭ ଟି ବଲରେ ଅପରାଜିତ ୨୯ ରନ୍ ର ପାଳି ଖେଳିଥିଲେ।

ଭାରତୀୟ ଦଳର ବିଶ୍ୱ ରେକର୍ଡ:

ଦ୍ୱିତୀୟ ଇନିଂସରେ ମାତ୍ର ୧୨.୨ ଓଭରରେ ଟିମ୍ ଇଣ୍ଡିଆ ୧୦୦ ରନ୍ ଛୁଇଁଛି। ଏହା ସହ ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୧୦୦ ରନ୍ ସ୍କୋର କରିବାର ରେକର୍ଡ କରିଛି। ଏହାପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କା ନାମରେ ଥିଲା। ୨୦୦୧ ରେ ବାଂଲାଦେଶ ବିପକ୍ଷରେ ୧୩.୨ ଓଭରରେ ଶ୍ରୀଲଙ୍କା ୧୦୦ ରନ୍ ସଂଗ୍ରହ କରିଥିଲା। ଏହି ରେକର୍ଡ ତାଲିକାରେ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି। ୧୯୯୪ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ୧୩.୩ ଓଭରରେ ୧୦୦ ରନ୍ ସଂଗ୍ରହ କରିଥିଲା।

ମାତ୍ର ୫.୩ ଓଭରରେ ୫୦ ରନ୍ ପୂରଣ କରିଥିଲା ଟିମ୍ ଇଣ୍ଡିଆ:

ଏହାପୂର୍ବରୁ ଭାରତୀୟ ଦଳ ମାତ୍ର ୫.୩ ଓଭରରେ ୫୦ ରନ୍ ସଂଗ୍ରହ କରିଥିଲା। ଟେଷ୍ଟରେ ଦ୍ରୁତତମ ୫୦ ରନ୍ ସ୍କୋର କରିଥିବା ଟିମ୍ ଇଣ୍ଡିଆ ଚତୁର୍ଥ ସ୍ଥାନରେ ରହିଛି। ଏହାପୂର୍ବରୁ ୨୦୦୮ ରେ ମଧ୍ୟ ଟିମ୍ ଇଣ୍ଡିଆ ୫.୩ ଓଭରରେ ଇଂଲଣ୍ଡ ବିପକ୍ଷରେ ୫୦ ରନ୍ ସଂଗ୍ରହ କରିଛି। ଏହି ରେକର୍ଡ ତାଲିକାରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି। ୧୯୯୪ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪.୩ ଓଭରରେ ଇଂରାଜୀ ଦଳ ୫୦ ରନ୍ ସଂଗ୍ରହ କରିଥିଲା।

ଇଶାନ କିଶନ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ବିଶ୍ୱ ରେକର୍ଡ଼ ଭାରତ ରୋହିତ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026
Latest News

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.