
ନୂଆଦିଲ୍ଲୀ: ବରିଷ୍ଠ ଆରଏସଏସ ନେତା ମଦନ ଦାସ ଦେବୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି।
ଏକ ଟୁଇଟରେ ଶ୍ରୀ ମୋଦୀ କହିଛନ୍ତି ଯେ, ମଦନ ଦାସ ଦେବୀ ନିଜ ଜୀବନକୁ ଦେଶ ସେବାରେ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ଦିବଗଂତ ନେତାଙ୍କ ସହ ନିଜ ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ମନେପକାଇ କହିଛନ୍ତି ଯେ, ତାଙ୍କଠାରୁ ସେ ବହୁତ କିଛି ଶିଖିଛନ୍ତି।
ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଶ୍ରୀ ମଦନ ଦାସ ଦେବୀଙ୍କ ଦେହାନ୍ତରେ ବହୁତ ଦୁଃଖିତ। ସେ ନିଜ ସମଗ୍ର ଜୀବନ ଦେଶସେବାରେ ସମର୍ପିତ କରିଦେଇଛନ୍ତି। ତାଙ୍କ ସହ ମୋର କେବଳ ଘନିଷ୍ଠ ସମ୍ପର୍କ ନ ଥିଲା ବରଂ ସବୁବେଳେ କିଛି ନା କିଛି ଶିଖିବାକୁ ମିଳିଛି। ଏହି ଦୁଃଖଦ ସମୟରେ ଈଶ୍ୱର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ’।