Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେନାମୀ ସମ୍ପତ୍ତି ଠାବ କରିବାକୁ ଆୟକର ବିଭାଗର ତତ୍ପରତା: ସୂଚନାଦାତାଙ୍କୁ ମିଳିବ ୧କୋଟି ପୁରସ୍କାର
ଆଜିର ଖବର

ବେନାମୀ ସମ୍ପତ୍ତି ଠାବ କରିବାକୁ ଆୟକର ବିଭାଗର ତତ୍ପରତା: ସୂଚନାଦାତାଙ୍କୁ ମିଳିବ ୧କୋଟି ପୁରସ୍କାର

July 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବେନାମୀ ସମ୍ପତ୍ତି କାରବାରକୁ ରୋକିବା ପାଇଁ ଭାରତ ସରକାରଙ୍କ ଆୟକର ବିଭାଗ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ଏପରି ବେନାମୀ ସମ୍ପତ୍ତି କାରବାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରିବା ତଥା ବେନାମୀ ସମ୍ପତ୍ତି ସମ୍ପର୍କରେ ସୂଚନା ଦେଉଥିବା ଲୋକଙ୍କୁ ପୁରସ୍କୃତ କରିବା ଲାଗି ଆଇନ ଅନୁଯାୟୀ ବ୍ୟବସ୍ଥା କରାଯାଇଥିବା ନେଇ ଆୟକର ବିଭାଗ ଜନସାଧାରଣଙ୍କୁ ସଚେତନ କରାଇ ଦେଇଛି।

ବେନାମୀ ନେଣଦେଣର ଅର୍ଥ ହେଉଛି ଏପରି ଏକ ନେଣଦେଣ ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରାଯାଇଥାଏ ଏବଂ ପ୍ରତିଫଳ ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଶୋଧ କିମ୍ବା ଯୋଗାଇ ଦିଆଯାଇଥାଏ। ତେଣୁ ଦୁଇଟି ପକ୍ଷ ଅର୍ଥାତ୍‌ ବେନାମୀଦାର ଏବଂ ହିତାଧିକାରୀ ମାଲିକଙ୍କ ମଧ୍ୟରେ ଏକ ବେନାମୀ ନେଣଦେଣ ସମ୍ପାଦନ କରାଯାଇଥାଏ। ହିତାଧିକାରୀ ମାଲିକ ହିଁ ବାସ୍ତବ ମାଲିକ ହୋଇଥାନ୍ତି ଯିଏକି ନେଣଦେଣରେ ପ୍ରତିଫଳ ପରିଶୋଧ କରିଥାନ୍ତି। ଏହାର ବିପରୀତ, ବେନାମୀ ନେଣଦେଣ ପାଇଁ ହିତାଧିକାରୀ ମାଲିକଙ୍କୁ ସମ୍ପତ୍ତି ଉଧାର ଦେଉଥିବା ଲୋକଙ୍କୁ ବେନାମୀଦାର କୁହାଯାଏ। ବେନାମୀ ସମ୍ପତ୍ତି କାରବାର ନିଷେଧ ଆଇନ ୧୯୮୮କୁ ୨୦୧୬ରେ ସଂଶୋଧନ କରାଯାଇ ବେନାମୀ ନେଣଦେଣ (ନିଷେଧ) ସଂଶୋଧନ ଆଇନ, ୨୦୧୬ କାର୍ଯ୍ୟକାରୀ କରାଯାଇଛି। ଏହି ଆଇନ ଅନୁଯାୟୀ, ନଭେମ୍ବର ପହିଲା ୨୦୧୬ ଠାରୁ ବେନାମୀଦାର ନାମରେ ଜଣେ ବ୍ୟକ୍ତିଙ୍କ ଅକ୍ତିଆରରେ ଥିବା ସମ୍ପତ୍ତି (ତାଙ୍କର ନିକଟତମ ପରିବାର ସଦସ୍ୟ କିମ୍ବା ପ୍ରତ୍ୟୟୀ କ୍ଷମତାକୁ ବାଦ୍‌ ଦେଲେ)କୁ ଜବତ ଏବଂ ବ୍ୟାଜ୍ୟାପ୍ତ କରାଯିବ। ଏପରି ବେନାମୀ କାରବାରରେ ଲିପ୍ତ ଥିବା ସବୁ ଲୋକମାନଙ୍କୁ ୭ ବର୍ଷ ପର୍ଯ୍ୟନ୍ତ କଠୋର ଜେଲଦଣ୍ଡରେ ଦଣ୍ଡିତ କରାଯିବ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଦ୍ୱାରା ୨୩ ଏପ୍ରିଲ ୨୦୧୮ ଠାରୁ ‘‘ବେନାମୀ ନେଣଦେଣ ସୂଚନା ପୁରସ୍କାର ଯୋଜନା, ୨୦୧୮’’ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅଧୀନରେ ବେନାମୀ ସମ୍ପତ୍ତି ପାଇଁ ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରୁଥିବା ଜଣେ ବ୍ୟକ୍ତି (ସୂଚନା ପ୍ରଦାନକାରୀ)ଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ। ସୂଚନା ପ୍ରଦାନକାରୀଙ୍କ ପରିଚୟକୁ ଗୋପନ ରଖାଯିବ।

ଏଠାରେ ସୂଚନାଯୋଗ୍ୟ ଯେ ନିମ୍ନ ସର୍ତ୍ତ ଅନୁଯାୟୀ ସୂଚନା ପ୍ରଦାନକାରୀଙ୍କ ଦ୍ୱାରା ଦିଆଯାଉଥିବା ସୂଚନାକୁ ନିର୍ଦ୍ଦିଷ୍ଟ ସୂଚନା ଭାବେ ଗ୍ରହଣ କରାଯିବ : (କ) ବେନାମୀ ସମ୍ପତ୍ତିର ପ୍ରମାଣଯୋଗ୍ୟ ବିବରଣୀ; (ଖ) ସେହି ବ୍ୟକ୍ତିଙ୍କ ନାଁ ଓ ଠିକଣା ଯେଉଁମାନଙ୍କ ନାମରେ ସମ୍ପତ୍ତି ଅର୍ଜନ କରାଯାଇଛି; ଏବଂ (ଗ) ସମ୍ପତ୍ତି ପ୍ରକୃତରେ ବେନାମୀ ସମ୍ପତ୍ତି ଥିଲା ବୋଲି ଦିଆଯାଇଥିବା ସୂଚନା ପାଇଁ ସହାୟକ ପ୍ରମାଣ ସମେତ ବିଶ୍ୱସନୀୟ ଆଧାର।

ଯେଉଁ ବ୍ୟକ୍ତିମାନେ ପୁରସ୍କାର ଆଶାରେ ନିର୍ଦ୍ଦିଷ୍ଟ ସୂଚନା ଦେବାକୁ ଚାହୁଁଛନ୍ତି ସେମାନେ ଅତିରିକ୍ତ/ଯୁଗ୍ମ ଆୟକର ଆୟୁକ୍ତ (ବେନାମୀ ସମ୍ପତ୍ତି ନିଷେଧ ୟୁନିଟ୍‌) ଭୁବନେଶ୍ୱର, ଆୟକର ପ୍ରମୁଖ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ଆୟକର ଆନେକ୍ସ ବିଲ୍ଡିଂ, ଚତୁର୍ଥ ମହଲା, ରାଜସ୍ୱ ବିହାର, ଭୁବନେଶ୍ୱର, ଓଡ଼ିଶା – ୭୫୧୦୦୭ ଠିକଣା କିମ୍ବା ମୋବାଇଲ ନମ୍ବର ୯୯୩୭୯୪୨୮୨୫ ନମ୍ବର ଅଥବା bhubaneswar.addlcit.bpu@incometax.gov.in ଇମେଲ୍‌ରେ ଯୋଗାଯୋଗ କରିପାରିବେ।

ଆୟକର ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.