Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି
ଆଜିର ଖବର

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

July 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୨୬, ୨୦୨୩ରେ) କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଆଇନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଯୋଗ୍ୟ ଆଇନଜୀବୀମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ। ଏହା ଦର୍ଶାଉଛି ଯେ, ସେହି ପିଢ଼ିର ବହୁସଂଖ୍ୟକ ଆଇନଜୀବୀଙ୍କ ପାଖରେ ଦେଶ ପାଇଁ ବଳିଦାନର ଭାବନା ରହିଥିଲା। ମଧୁ-ବାରିଷ୍ଟର ନାମରେ ଖ୍ୟାତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରି ରାଷ୍ଟ୍ରପତି କହିଥିଲେ ଯେ, ତାଙ୍କର ଜୟନ୍ତୀକୁ ଓଡ଼ିଶାରେ ‘ଆଇନ ଦିବସ’ ଭାବେ ପାଳନ କରାଯାଉଛି । ସେ କହିଥିଲେ ଯେ, ଓଡ଼ିଶାବାସୀଙ୍କ ପାଇଁ ‘ମହାତ୍ମା ଗାନ୍ଧୀ’ ଏବଂ ‘ମଧୁ ବାରିଷ୍ଟର’ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇଜଣ ସବୁଠୁ ସମ୍ମାନନୀୟ ବ୍ୟକ୍ତିତ୍ୱ। ସେମାନଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଇନଜୀବୀମାନେ ଏକ ପ୍ରଗତିଶୀଳ ଓ ପରସ୍ପର ସହ ଯୋଡ଼ି ହୋଇଥିବା ସମାଜ ଗଠନ ପାଇଁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଆଦର୍ଶକୁ ବଜାୟ ରଖିଥିଲେ । ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ଆଦର୍ଶ ପାଳନରେ ଦୃଢ଼ ରହିବା ପାଇଁ ପରାମର୍ଶ ଦେଇଥିଲେ । ରାଷ୍ଟ୍ରର ପ୍ରାଥମିକତା ପ୍ରତି ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି ସେମାନଙ୍କୁ କହିଥିଲେ। ରାଷ୍ଟ୍ରୀୟ ପ୍ରାଥମିକତାରେ ଯୋଗଦାନ ଦେବା ନିମନ୍ତେ ସଚେତନ ପ୍ରୟାସ କରିବା ପାଇଁ ରାଷ୍ଟ୍ରପତି ସେମାନଙ୍କୁ ଆହ୍ୱାନ କରି କହିଥିଲେ।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଆଦର୍ଶ ବାକ୍ୟ ‘ସତ୍ୟେ ସ୍ଥିତୋ ଧର୍ମଃ’ ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ ଯେ ଏହାର ଅର୍ଥ ହେଉଛି, ଧର୍ମ ଦୃଢ଼ତାର ସହିତ ସତ୍ୟରେ ନିହୀତ ରହିଛି । ପ୍ରାଚୀନ ଭାରତରେ ନ୍ୟାୟାଳୟକୁ ପରିଭାଷିତ କରିବା ଲାଗି ମୁଖ୍ୟତଃ ବ୍ୟବହାର କରାଯାଉଥିବା ଦୁଇଟି ଶବ୍ଦ ହେଲା – ‘ଧର୍ମସଭା’ ଏବଂ ‘ଧର୍ମାଧିକରଣ’। ଆଜିର ଆଧୁନିକ ଭାରତରେ, ଆମର ଧର୍ମ ଭାରତର ସମ୍ବିଧାନରେ ରହିଛି, ଯାହାକି ଏ ଭୂଖଣ୍ଡର ସର୍ବୋଚ୍ଚ ଆଇନ । ସମ୍ପୂର୍ଣ୍ଣ ଆଇନ ଜଗତ, ବିଶେଷ କରି ଆଜି ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଯୁବ ଛାତ୍ରଛାତ୍ରୀ ସମ୍ବିଧାନକୁ ସେମାନଙ୍କର ପବିତ୍ର ଗ୍ରନ୍ଥ ଭାବେ ମାନିବା ଉଚିତ୍‌ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ସାଥୀ ନାଗରିକମାନଙ୍କୁ ସହାୟତା କରିବା ସ୍ଥିତିରେ ଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଦେଶର ମହିଳାଙ୍କ ସମେତ ଆମ ଜନସଂଖ୍ୟାର ସବୁଠୁ ଦୁର୍ବଳ ବର୍ଗଙ୍କୁ ସମାନ ସୁଯୋଗ ଓ ସମ୍ମାନ ପ୍ରଦାନ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍‌ । ଆମ ଦେଶର ବହୁସଂଖ୍ୟକ ପଛୁଆ ଓ ବଞ୍ଚିତ ନାଗରିକମାନେ ନିଜର ଅଧିକାର ଓ ହକ୍‌ ବିଷୟରେ ଅନଭିଜ୍ଞ ଅଛନ୍ତି । ସେମାନଙ୍କ ପାଖରେ ସହାୟତା କିମ୍ବା ନ୍ୟାୟ ପାଇବା ଲାଗି ଆବଶ୍ୟକ ସମ୍ବଳର ଅଭାବ ମଧ୍ୟ ରହିଛି । ଏଭଳି ବଞ୍ଚିତ ଓ ପଛୁଆ ବର୍ଗଙ୍କ ସେବାରେ ନିଜର କିଛି ବୃତ୍ତିଗତ ସମୟ ବିନିଯୋଗ କରିବା ଲାଗି ଆଇନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଆହ୍ୱାନ କରିଥିଲେ। ପ୍ରକୃତ କରୁଣା ଭାବନା ନେଇ ଗରିବ ଓ ଦୁର୍ବଳ ଲୋକଙ୍କୁ ସହାୟତା କରିବା ଲାଗି ନିଜ ବୃତ୍ତିଗତ କାର୍ଯ୍ୟର ଅଳ୍ପ କିଛି ସମୟ ବିନିଯୋଗ କରିବା ପାଇଁ ଶ୍ରୀମତୀ ମୁର୍ମୁ ସେମାନଙ୍କୁ ନିବେଦନ କରିଥିଲେ। ସେଥିପାଇଁ ବାସ୍ତବରେ କୁହାଯାଇଛି ଯେ, ଆଇନ କେବଳ ଏକ ପେସା ନୁହେଁ, ଏହା ଏକ ଆହ୍ୱାନ, ରାଷ୍ଟ୍ରପତି ଶେଷରେ କହିଥିଲେ।

ଓଡିଶା ସମାବର୍ତ୍ତନ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Latest News

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.