ଆଜି ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ, ଜାଣନ୍ତୁ ଖେଳାଳି ଏକାଦଶ ଏବଂ ପିଚ୍ ରିପୋର୍ଟ

Published: Jul 27, 2023, 11:06 am IST

ନୂଆଦିଲ୍ଲୀ: ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ। ଆଜି ବାରବାଡୋସର କେନ୍ସିଙ୍ଗଟନ୍ ଓଭଲରେ ଉଭୟ ଦଳ ମୁକାବିଲା କରିବେ। ଟେଷ୍ଟ ସିରିଜ୍ ପରି ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ବିଜୟ ଆରମ୍ଭ କରିବାକୁ ଚାହୁଁଛି। ଏଥି ସହିତ ଆୟୋଜକ ଦଳର ଆଖି ମଧ୍ୟ ବିଜୟ ସହ ସିରିଜ ଆରମ୍ଭ କରିବା ଉପରେ ରହିବ।

ହେଡ ଟୁ ହେଡ ରିପୋର୍ଟ:

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଏକଦିବସୀୟ କ୍ରିକେଟ୍ ରେ ପରସ୍ପର ବିପକ୍ଷରେ ଏପର୍ଯ୍ୟନ୍ତ ୧୩୯ ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ୱେଷ୍ଟଇଣ୍ଡିଜ୍ ଦଳ ୬୩ ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୭୦ ଟି ମ୍ୟାଚ୍ ଜିତିଛି। ଏଥି ସହିତ ୪ ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଥିବାବେଳେ ୪ ଟି ମ୍ୟାଚରେ କୌଣସି ଫଳାଫଳ ମିଳିପାରି ନାହିଁ।

ପିଚ୍ ରିପୋର୍ଟ:

ଗତ ବର୍ଷ ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସିରିଜ୍ ଖେଳାଯାଇଥିବା ବେଳେ ଅନେକ ଲୋ-ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଏଥି ସହିତ ଦ୍ରୁତ ବୋଲରମାନେ ପିଚରୁ ବହୁତ ସାହାଯ୍ୟ ପାଇଥିଲେ। ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ଚାହିଁବ।

ଲାଇଭ୍ ପ୍ରସାରଣ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ:

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଟିଭିରେ ଡିଡି ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରିତ ହେବ। ଏଥି ସହିତ, ଏହି ମ୍ୟାଚର ଅନ୍ଲାଇନ୍ ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମା ଆପ୍ ଏବଂ ଫାନକୋଡ୍ ଆପ୍ ରେ କରାଯିବ।

ଭାରତର ସମ୍ଭାବ୍ୟ ଏକାଦଶ ଖେଳାଳି: ରୋହିତ ଶର୍ମା (କ୍ୟାପଟେନ), ଶୁବମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ ଉମରନ ମଲିକ।

Related posts