Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂର ନୂତନ କ୍ଷେତ୍ର ସମ୍ପର୍କିତ ଆଲୋଚନା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ
ଆଜିର ଖବର

ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂର ନୂତନ କ୍ଷେତ୍ର ସମ୍ପର୍କିତ ଆଲୋଚନା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ

July 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଦିଗ ଯେପରିକି ଆଡଭାନ୍ସଡ ମାଟେରିଆଲ୍ ସାଇନ୍ସ ଇଞ୍ଜିନିୟରିଂ, ଆଡଭାନ୍ସମେଂଟ ଇନ୍ ସ୍ମାର୍ଟ ମାନୁଫ୍ୟାକ୍‌ଚରିଂ ଏବଂ ଆପ୍ଲିକେସନ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ରୋବୋଟିକ୍ସ ସମ୍ପର୍କରେ ଆଲୋଚନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ‘ରିସେଂଟ ଆଡଭାନ୍‌ସେସ୍ ଇନ୍ ମେକାନିକାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ’ (ଆଇସିଆର୍‌ଏଏମ୍‌ଇଆର୍‌ଡି) ଶୀର୍ଷକ ୩ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷା, ଗବେଷଣା ଓ ଶିଳ୍ପ କ୍ଷେତ୍ରରୁ ୨୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଶିକ୍ଷାବିତ୍‌, ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଯୋଗ ଦେଇ ନିଜର ପାରଦର୍ଶିତା ଓ ଅଭିଜ୍ଞତା ବଖାଣି ଥିଲେ।

ଏହି ସମ୍ମିଳନୀରେ ଏନର୍ଜି ଷ୍ଟୋରେଜ୍ ଆଣ୍ଡ କନ୍‌ଭର୍ସନ୍‌, ପାୱାର ସିଷ୍ଟମ ଇଞ୍ଜିନିୟରିଂ ସମେତ ନଭେଲ୍ ମାଟେରିଆଲ୍‌ସର ଅତ୍ୟାଧୁନିକ ଗବେଷଣା, ମେସିନ୍ ଲର୍ଣ୍ଣିଂ କ୍ଷେତ୍ରର ନୂତନ ଦିଗ ଓ ଏହାକୁ ନେଇ ଉପୁଜୁଥିବା ବୈଷୟିକ ସମସ୍ୟାରୁ ମୁକୁଳିବାର ରାସ୍ତା, ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ, ମେକାଟ୍ରୋନିକ୍‌ସ ଆଣ୍ଡ ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଇନ୍ ମାନୁଫ୍ୟାକ୍‌ଚରିଂ ପ୍ରସେସ୍‌, ଏନ୍‌ଭାଇରନ୍‌ମେଂଟାଲ ସାଇନ୍ସ, ରିନ୍ୟୁଏବଲ୍ ଏନର୍ଜି ଆଣ୍ଡ ଅଟୋମେସନ୍ ଇନ୍ ହେଲ୍‌ଥ କେୟାର ସିଷ୍ଟମ୍‌ସ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ପୂର୍ବତନ ଜୋନାଲ୍ ଡେଭଲପ୍‌ମେଂଟ କମିଶନର ଡକ୍ଟର ବାଳକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ) ପ୍ରଫେସର ଜେ.କେ. ନାଥ ଓ ଆଇଟିଇଆରର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍‌. ଥାଟୋଇ ବକ୍ତବ୍ୟ ରଖିଥିଲେ।

ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ୨୧୦ଟି ବୈଷୟିକ ସନ୍ଦର୍ଭ ଉପସ୍ଥାପନ କରିଥିବା ବେଳେ ସେଗୁଡ଼ିକ ମଧ୍ୟରୁ ୧୫୦ଟିକୁ ପ୍ରକାଶନ ନିମନ୍ତେ ଚୟନ କରାଯାଇଛି।

ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ୟୁନିଭର୍ସିଟି ଅଫ୍ ନଟିଙ୍ଗହାମ୍‌, ୟୁକେର ରମନ୍ ରିସର୍ଚ୍ଚ ଫେଲୋ ଡକ୍ଟର ଶିଶିର ମନ୍ତ୍ରୀ, ୟୁନିଭର୍ସିଟି ଅଫ୍ ଫ୍ଲୋରିଡା, ୟୁଏସ୍‌ଏର ମେକାନିକାଲ୍ ଆଣ୍ଡ ଏରୋସ୍ପେସ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏସ୍‌.ଏସ୍‌. ସେରିଫ୍‌, ଆଇଆଇଟି ଯୋଧପୁରର ଆସୋସିଏଟ୍ ପ୍ରଫେସର ଜୟବୀର ସିଂ, ଆଇଆଇଟି ଦିଲ୍ଲୀର ପ୍ରଫେସର ଏସ୍‌. ପ୍ରଦ୍ୟୁମ୍ନ ଓ ନାଲ୍‌କୋର ଜେନେରାଲ୍ ମ୍ୟାନେଜର (ଏନ୍‌ଭାଇରନ୍‌ମେଂଟ) ସଞ୍ଜୟ କୁମାର ପଟ୍ଟନାୟକ ବକ୍ତା ଓ ବିଶେଷଜ୍ଞ ଭାବେ ସାମିଲ ହୋଇଥିଲେ।

ଆନ୍ତର୍ଜାତୀୟ ସମ୍ମିଳନୀ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.