ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଏହି ୧୫ ଟି ଦଳ, ଆଉ ବାକି ଅଛି ପାଞ୍ଚଟି ସ୍ଥାନ

Published: Jul 28, 2023, 1:09 pm IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଆଇସିସି ୨୦୨୪ ଟି -୨୦ ବିଶ୍ୱକପ୍ ଖେଳାଯିବ। ଏହା ଟି -୨୦ ବିଶ୍ୱକପର ୯ମ ସଂସ୍କରଣ ହେବ। ୨୦୨୪ ଟି -୨୦ ବିଶ୍ୱକପରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୧୫ ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ବର୍ତ୍ତମାନ କେବଳ ପାଞ୍ଚଟି ସ୍ଥାନ ବାକି ଅଛି।

ପ୍ରକାଶ ଯେ, ୨୦୨୪ ଟି -୨୦ ବିଶ୍ୱକପ ପାଇଁ ୨୦୨୨ ଟି -୨୦ ବିଶ୍ୱକପର ଶ୍ରେଷ୍ଠ ୮ ଟିମ ଏବଂ ଆଇସିସି ଟି -୨୦ ଶ୍ରେଷ୍ଠ ୧୦ ଟିମର ଅବଶିଷ୍ଟ ଦୁଇଟି ଦଳ ସିଧାସଳଖ ପ୍ରବେଶ କରିଛନ୍ତି। ଏହା ବ୍ୟତୀତ ତିନିଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳି ଯୋଗ୍ୟତା ଅର୍ଜନ କରିଛନ୍ତି।

ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପପୁଆ ନ୍ୟୁ ଗିନି ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବର୍ତ୍ତମାନ ଅବଶିଷ୍ଟ ପାଞ୍ଚଟି ସ୍ପଟ୍ ଆମେରିକା କ୍ୱାଲିଫାୟର୍, ଏସିଆ କ୍ୱାଲିଫାୟର୍ ଏବଂ ଆଫ୍ରିକା କ୍ୱାଲିଫାୟର୍ ଦ୍ୱାରା ସ୍ଥିର କରାଯିବ। ଆମେରିକାର ଗୋଟିଏ ଦଳ ଏବଂ ଏସିଆ ଏବଂ ଆଫ୍ରିକାର ଦୁଇଟି ଦଳ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଟିକେଟ ପାଇବେ। ତେବେ ଡିସେମ୍ବର ୧ ତାରିଖ ୨୦୨୩ ସୁଦ୍ଧା ୨୦୨୪ ଟି -୨୦ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୦ ଟି ଦଳର ନାମ ସ୍ପଷ୍ଟ ହୋଇଯିବ।

ଏହି ୧୫ ଟି ଦଳକୁ ୨୦୨୪ ଟି -୨୦ ବିଶ୍ୱକପରେ ମିଳିଛି ସ୍ଥାନ:

ସୂଚନାଯୋଗ୍ୟ, ଆୟୋଜକ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ବ୍ୟତୀତ ଭାରତ, ଇଂଲଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ଥାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପପୁଆ ନ୍ୟୁ ଗିନି ୨୦୨୪ ଟି -୨୦ ବିଶ୍ୱକପରେ ସ୍ଥାନ ପାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରଥମ ଥର ପାଇଁ ୨୦ ଟି ଟି -୨୦ ବିଶ୍ୱକପରେ ଅଂଶଗ୍ରହଣ କରିବେ। ଏହି ୨୦ ଟି ଦଳକୁ ଚାରୋଟି ଦଳରେ ବିଭକ୍ତ କରାଯିବ। ୫-୫ ଟିମ ସହିତ ଚାରୋଟି ଗ୍ରୁପ ମଧ୍ୟରୁ ଟପ୍-୨ ଦଳ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବେ। ଏହା ପରେ ଏହି ପର୍ଯ୍ୟାୟରେ ୮ ଟି ଦଳ ମଧ୍ୟରେ ଖେଳାଯିବ।

Related posts