Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ତର୍ଜାତିକ ଲୁଣା ଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ଦିବସରେ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ଆନ୍ତର୍ଜାତିକ ଲୁଣା ଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ଦିବସରେ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

July 28, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆନ୍ତର୍ଜାତିକ ଲୁଣା ଜଙ୍ଗଲ (ହେନ୍ତାଳ) ପରିବ୍ୟବସ୍ଥା ସଂରକ୍ଷଣ ଦିବସରେ ରିଲାଏନ୍ସ ଫାଉଣ୍ଡେସନ୍ ଲୁଣାଜଙ୍ଗଲ / ହେନ୍ତାଳ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବା ବିଶାରଦମାନଙ୍କୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିଥିଲା । ଏହି ଅଧିବେଶନରେ ଓଡ଼ିଶାର ବାଲେଶ୍ୱର, ଗଞ୍ଜାମ, ଜଗତସିଂହପୁର ଆଦି ବିପର୍ଯ୍ୟୟ ପ୍ରବଣ ଉପକୂଳ ଜିଲ୍ଲାଗୁଡିକର ପଞ୍ଚାୟତିରାଜ ସଦସ୍ୟ, ଗ୍ରାମ୍ୟ ବନ ସୁରକ୍ଷା କମିଟି ସଦସ୍ୟ, ଯୁବ ସ୍ୱେଚ୍ଛାସେବୀ, ଛାତ୍ର ଛାତ୍ରୀ, ପରିବେଶ ସଂରକ୍ଷଣ କମୀ ଏବଂ ସ୍ଥାନୀୟ ଗୋଷ୍ଠୀଗୁଡିକର ସଦସ୍ୟ ଆଦି ବିବିଧ ପୃଷ୍ଠଭୂମିରୁ ଆସିଥିବା ୮୦ରୁ ଅଧିକ ଅଂଶଗ୍ରହଣକାରୀ ସଂଯୁକ୍ତ ହୋଇଥିଲେ ।

ଲୁଣା ଜଙ୍ଗଲ ବା ହେନ୍ତାଳ ବଣର ଗୁରୁତ୍ୱ ଏବଂ ଏହାର ଲାଭ ଉପରେ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ କନିକା ବନାଞ୍ଚଳର ରେଞ୍ଜ୍ ଅଧିକାରୀ ମାନସ ଚନ୍ଦ୍ର ଦାସ, , କହିଥିଲେ ଯେ, ଲୁଣା ଜଙ୍ଗଲ ପରିବ୍ୟବସ୍ଥା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି ବ୍ୟବସ୍ଥା ଯାହା ଉପକୂଳ ଜନସାଧାରଣଙ୍କୁ କେବଳ ଜୀବିକା ସୁରକ୍ଷା ପ୍ରଦାନ କରୁନାହିଁ, ତାହାସହିତ ତଟରେଖାରେ ପାରିବେଶିକ ସୁରକ୍ଷା ମଧ୍ୟ ଦେଉଛି । ପ୍ରାକୃତିକ ବିପର୍ଯ୍ୟୟ ଏବଂ ଉପକୂଳ ଅବକ୍ଷୟ ବିରୋଧରେ ଲୁଣା ଜଙ୍ଗଲ କିଭଳି ଅତ୍ୟାବଶ୍ୟକ ସୁରକ୍ଷା ଉତ୍ସ ହୋଇଛି ତାହା ସେ ବ୍ୟାଖ୍ୟା କରିଥିଲେ, କାରଣ ସେଗୁଡିକ ପବନ, ଝଡବାତ୍ୟା ଏବଂ ସୁନାମି ଆଦି କ୍ଷେତ୍ରରେ ଏକ ପ୍ରତିବନ୍ଧକ ଭାବରେ ଛିଡା ହୋଇଛି । ଲୁଣା ଜଙ୍ଗଲ ବିଭିନ୍ନ ପ୍ରଜାତିର ମାଛ, ପକ୍ଷୀ ଏବଂ କ୍ଷୁଦ୍ର ପ୍ରାଣୀଙ୍କୁ ବାସସ୍ଥଳୀ ଯୋଗାଇଦେଉଛି ଏବଂ ତାହାସହିତ ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ଜନସମୁଦାୟଙ୍କର ଖାଦ୍ୟ ଓ ଜୀବିକା ଉପାର୍ଜନର ଉତ୍ସ ହୋଇଛି ।

ବିପର୍ଯ୍ୟୟ ହ୍ରାସ ସାଧନ ଭାବରେ ଲୁଣା ଜଙ୍ଗଲ ଏକ ସୁରକ୍ଷା ପ୍ରଦାନକାରୀ ଭୂମିକା ନିର୍ବାହ କରୁଥିବା ବିଷୟକୁ ପରିବ୍ୟାପ୍ତ ଭାବରେ ସ୍ୱୀକୃତି ମିଳୁଛି ବୋଲି ଗୁରୁତ୍ୱ ଦେଇ ରାଜନଗର ଜଙ୍ଗଲ ଡିଭିଜନ (ବନ୍ୟପ୍ରାଣୀ) ର ଲୁଣା ଜଙ୍ଗଲ ଗବେଷକ ପ୍ରସନ୍ନ କୁମାର ନାୟକ ଏହାର ବିଭିନ୍ନ ଲାଭ ଗୁଡିକ ନେଇ ଅଂଶଗ୍ରହଣକାରୀଙ୍କୁ ଅବଗତ କରିଥିଲେ । ସେ କହିଥିଲେ ଯେ, ଲୁଣା ଜଙ୍ଗଲଗୁଡିକ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ପାରିବେଶିକ କାର୍ଯ୍ୟ ସାଧିତ ହେଉଛି, ଯଥା: ଜଳ ବିଶୋଧନ, ଉପକୂଳ ଅବକ୍ଷୟ ରୋକିବା, ଝଡବାତ୍ୟା ଓ ବନ୍ୟା ପ୍ରଭାବରୁ ଉପକୂଳ ସୁରକ୍ଷା, ଅଙ୍ଗାରକାମ୍ଳ ଗଚ୍ଛିତ ରଖିବା, ସମୁଦ୍ରର ଅମ୍ଳୀୟତାକୁ ରୋକିବା, ଖାଦ୍ୟ, କାଷ୍ଠ ଏବଂ ଜୀବିକା ଯୋଗାଣ ବ୍ୟବସ୍ଥା ଏବଂ ଜୈବ ବିବିଧତାର ସୁରକ୍ଷା । ଲୁଣା ଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ଏବଂ ସଫଳ ପରିଚାଳନା ଉପାୟ ସମ୍ପର୍କରେ ମଧ୍ୟ ସେ ବୁଝାଇଥିଲେ ।

ପରିବେଶ ସୁରକ୍ଷା କର୍ମୀ ଏବଂ ଜାତିସଂଘର ଭାରତ ୟୁବା ସପକ୍ଷବାଦୀ (୨୦୨୨-୨୪) ସୌମ୍ୟ ରଞ୍ଜନ ବିଶ୍ୱାଳ ଲୁଣା ଜଙ୍ଗଲ ସଂରକ୍ଷଣ ଏବଂ ଜଳବାୟୁ ସହନଶୀଳତା କ୍ଷେତ୍ରରେ ଯୁବବର୍ଗଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଲୁଣା ଜଙ୍ଗଲ ସଂରକ୍ଷଣ ଏବଂ ପୁନଃସୃଷ୍ଟି ଦିଗରେ ରିଲାଏନ୍ସ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରି ସେ କହିଥିଲେ ଯେ ଏଭଳି ପ୍ରୟାସଗୁଡିକ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୂର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଖରାସାହପୁର ସରପଞ୍ଚ କୈଳାଶ ଚନ୍ଦ୍ର ରାଉତ ଏଭଳି ଉଦ୍ୟମକୁ ପ୍ରଶଂସା କରିବାସହିତ ଲୁଣା ଜଙ୍ଗଲ ବା ହେନ୍ତାଳ ବଣ ବିପର୍ଯ୍ୟୟ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ଏହା ଉପକୂଳ ଭୂମିର ଉଚ୍ଚତା ବୃଦ୍ଧି ସାଙ୍ଗକୁ ଉର୍ବରକତା ଉନ୍ନତ କରୁଥିବା କହିଥିଲେ । ସେହିଭଳି ଉପରଗଡ଼ିଆର ଗ୍ରାମ ସଂଯୋଜକ ଭରତ ଚନ୍ଦ୍ର ରାଉତ ଏହିଭଳି କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ସାମିଲ କରାଯିବା ଉଦ୍ୟମକୁ ସ୍ୱାଗତ କରିଥିଲେ ଏବଂ ନିଜ ଅଂଚଳରେ ହେନ୍ତାଳ ସଂରକ୍ଷଣ ଓ ରୋପଣ ପରେ ଉଭୟ ଜନଜୀବନ ଓ ଫସଲ ଅଧିକ ସୁରକ୍ଷିତ ହୋଇଥିବା ପ୍ରକାଶ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିପର୍ଯ୍ୟୟ ଆପଦ ହ୍ରାସ ନିମନ୍ତେ ପ୍ରକୃତି ଭିତ୍ତିକ ସମାଧାନ (ଏନ୍‌ବିଏସ୍‌) କୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଅଗ୍ରଣୀ ରହିଥିବା ରିଲାଏନ୍ସ ଫାଉଣ୍ଡେସନ ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବିହିତ ପୂର୍ବରୁ ଏକ ୧୫ ଦିନିଆ ଅଭିଯାନ ହାତକୁ ନେଇଥିଲା । ଉକ୍ତ ଅଭିଯାନର ଅଂଶସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଏବଂ ଗଞ୍ଜାମରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ପଂଚାୟତ (ପିଆଅର୍ାଇ) ସଦସ୍ୟଙ୍କ ସମେତ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା କମିଟିର ସଦସ୍ୟବୃନ୍ଦ ଏବଂ ଏସଏଚ୍‌ଜି ନେତୃବୃନ୍ଦଙ୍କ ମଧ୍ୟରେ ଲୁଣା ଜଙ୍ଗଲ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ କର୍ମଶାଳାମାନ ଆୟୋଜନ କରିଥିଲା । ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ ଓଡ଼ିଶାର ଏହି ଚାରିଟି ବିପର‌୍ୟ୍ୟୟ ପ୍ରବଣ ଜିଲ୍ଲାର ପାଞ୍ଚଟି ଅତ୍ୟନ୍ତ ଆପଦପ୍ରବଣ ଗ୍ରାମରେ ଲୁଣା ଜଙ୍ଗଲ ଚାରା (ନିର୍ଦ୍ଦିଷ୍ଟ ଭାବରେ ରାଇଜୋଫୋରା, କାଣ୍ଡେଲିଆକ୍ୟାଣ୍ଡେଲ ଏବଂ ବ୍ରୁଗେରାଜିମ୍‌ନୋରିଜା ପ୍ରଜାତି) ରୋପଣରେ ସହାୟତା କରିଥିଲା ।

ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.